କେଉଁଠି ନୂଆ ବସଷ୍ଟାଣ୍ଡର ଅବସ୍ଥା ବେହାଲ ତ କେଉଁଠି ଉଦଘାଟନର ୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ।
ନିର୍ବାଚନ ପରାଜୟ ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ'ଙ୍କ ତେରଛା ନିଶାନା । କହିଲେ ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ ।
ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣର ଲାଇଭ୍ ଦୃଶ୍ୟ । ଶ୍ରୀମନ୍ଦିର ପାଖରେ... ପଶ୍ଚିମ ଦ୍ୱାର ନିକଟରେ...ସର୍ବ ସମ୍ମୁଖରେ ଗୋଡ଼େଇ ଗୋଡ଼େଇ ହାଣିଲେ ।
ରେରା ବିଜ୍ଞପ୍ତିରେ ସଂଶୋଧନ । କ୍ରେତାଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଗତ ଜୁଲାଇ ୩ରେ ପ୍ରକାଶିତ ବିଜ୍ଞପ୍ତିକୁ ରେରା ସଂଶୋଧନ କରିଛି ।
୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ ।
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ଦାନା ।
୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ ।
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି । ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ ।
କାହ୍ନୁ ପେଶାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ପରିବାର ସହ ବୈପାରୀଗୁଡାରେ ରୁହନ୍ତି । ପରିବେଶ ସଚେତନତା ନେଇ ଗତ ୨୦୧୪ ମସିହାରୁ ‘ପ୍ଲାଣ୍ଟ ଏ ଟ୍ରି ସେଭ୍ ଦ ପ୍ଲାନେଟ’ ନାରା ନେଇ ବିଭିନ୍ନ ଗାଁକୁ ଯାଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ବୃକ୍ଷରୋପଣ କରିଥାନ୍ତି ।
ଲକ୍ଷ୍ମୀପ୍ରିୟା ଏବେ ଯାଜପୁର NC କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । କିନ୍ତୁ ସେଠାରେ ରହିବା, ଖାଇବା ଓ କୋଚିଙ୍ଗ ନେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ ।
ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ଶିମିଳିପାଳର ସ୍ୱତନ୍ତ୍ର ଟିମ୍ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା କରାଯାଇ ବାଘ ଅଣାଯିବ ।
ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ ।
ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୩ୟା ପ୍ରାତଃ ୦୬.୪୬ ଗତେ ୪ର୍ଥୀ ରାତ୍ରି ୦୪.୧୭ ଗତେ ୫ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦିବା ୦୮.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ।
ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ।
ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର।
ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି।
ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।
ଜୋର ଜବରଦସ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ କରାଯାଉଥିଲା କି ବାଧ୍ୟ ? ରାଜଧାନୀର ଏକ ସ୍ପାରୁ ଏଭଳି ଅଭିଯୋଗ ପରେ ପୋଲିସର ରେଡ୍, ଆଉ ତାପରେ ସାମ୍ନାକୁ ଆସିଲା ସ୍ପାର ସତ।
ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ ।
ଓଡ଼ିଶାରେ ବିଜେପିର ସଭ୍ୟ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୂଚନା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ‘ଏକ୍ସ’ରେ ସୂଚନାକୁ ନେଇ ରିଟ୍ବିଟ୍ ।
ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି।
ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ। ପଂଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା, ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଂଚାୟତର ବିକାଶ। ଖାଲି ଏତିକି ନୁହେଁ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ପଞ୍ଚାୟିତରାଜ ମନ୍ତ୍ରୀ।