ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ ।
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ପାଞ୍ଚ ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର। କେବେ ଘଟିନଥିବା ବଡ ବଡ ଘଟଣା ଘଟିଛି, ଅଘଟଣ ଓ ଦୁର୍ଘଟଣା ବି ଦେଖିଛି ବର୍ଷ ୨୦୨୪। I ଘଟଣାବହୁଳ ଥିଲା ଶ୍ରୀକ୍ଷେତ୍ର ପୁରୀ ।
ପୁରୀ ଟ୍ରେଜେରିରୁ ଚାବି ଆସିଲା .. ଭାରା ବନ୍ଧା ହେଲା । ଆଗେ ଛଡ଼ାଯିବ ଚୂନ ପ୍ଲାଷ୍ଟର । ତାପରେ ଆରମ୍ଭ ହେବ ମରାମତି ।
ପୁରୀ ଟ୍ରେଜେରିରୁ ଚାବି ଆସିଲା .. ଭାରା ବନ୍ଧା ହେଲା । ଆଗେ ଛଡ଼ାଯିବ ଚୂନ ପ୍ଲାଷ୍ଟର । ତାପରେ ଆରମ୍ଭ ହେବ ମରାମତି ।
ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ ।
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପଟେମ୍ବର 21 ଓ 22 ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।
ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି ।
ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି ।
ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।
ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।
ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା ହୋଇଛି। ମରାମତି ସରିଲେ ଅଳଙ୍କାର ଗଣତି ମଣତି ବି ହେବ।
ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା। ଆଜି ଆଇନମନ୍ତ୍ରୀ କହିଛନ୍ତି ଆସନ୍ତା ଦିନେ ଦୁଇ ଦିନ ଭିତରେ ମରାମତି ଆରମ୍ଭ ହେବ ଓ ଜାନୁଆରୀ ୩୧ ସୁଦ୍ଧା ଅଳଙ୍କାର ଗଣତି-ମଣତି ବି ସରିଯିବ।
ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ। ଆଉ ଆଜି ଆଇନମନ୍ତ୍ରୀ ପୁରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ ।
କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି ଆରମ୍ଭ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
କାର୍ତ୍ତିକ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି । ସବୁ ତଥ୍ୟ ସାର୍ବଜନୀନ କରିବା ଲାଗି ଭକ୍ତ-ସେବକଙ୍କ ଦାବି ।
ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ ।
NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ।
ଆସନ୍ତାକାଲିଠୁ ପୁଣିଥରେ ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ରେ ବୈଷୟିକ ସର୍ଭେ କରାଯିବ ।
ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଖୋଲିବ କି ଶ୍ରୀମନ୍ଦିର ଗୁପ୍ତ ରତ୍ନଭଣ୍ଡାର ରହସ୍ୟ ? ରତ୍ନଭଣ୍ଡାର ମରାମତି ନେଇ ତ୍ୱରାନ୍ବିତ ହେବ ପ୍ରକ୍ରିୟା । ନିରୀକ୍ଷଣ ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ।
ରତ୍ନଭଣ୍ଡାର ଭିତରେ ଅଛି କି ସୁଡଙ୍ଗ ବା ଅଧିକ କୋଠରୀ ? ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ ୩ ଦିନ ଯାଞ୍ଚ କରିବ ASI।
କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ? ରତ୍ନଭଣ୍ଡାର ଖୋଲାଯିବାକୁ ୟା ଭିତରେ ଦେଢ଼ ମାସ ବିତି ସାରିଥିଲେ ବି ଏଥିପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ ।
ମୋଗଲ ଆକ୍ରମଣ ବେଳେ ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? ଏ ପ୍ରଶ୍ନର ଉତ୍ତର ଯେ ପର୍ଯ୍ୟନ୍ତ ନ ମିଳିଛି ସେ ଯାଏଁ ଝୁଲି ରହିପାରେ ରତ୍ନଭଣ୍ଡାର ମରାମତି।