ସମସାମୟିକ କଳା ଏବଂ ସାଂସ୍କୃତିକ ନବସୃଜନର କେନ୍ଦ୍ର ଉତ୍ସ ଫାଉଣ୍ଡେସନରେ ‘କଳା ଅଭ୍ୟାସରେ ସାମୂହିକ ଏବଂ ସହଯୋଗୀ ଆଭିମୁଖ୍ୟ’ ବିଷୟବସ୍ତୁ ଉପରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାରଙ୍କର ଏକ ଆଲୋଚନା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସାମୟିକ କଳାରେ ସହଯୋଗ ଏବଂ ସାମୂହିକ ପ୍ରୟାସର ଗୁରୁତ୍ୱ ବିଷୟରେ ଆଲୋଚନା କରିବା ପାଇଁ ସମଗ୍ର ବିଶ୍ୱରୁ ବିଶିଷ୍ଟ କଳାକାର, କ୍ୟୁରେଟର ଏବଂ ସଂଗଠକ ଏକତ୍ରିତ ହୋଇଥିଲେ ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1734330081.jpeg)
ଉତ୍ସ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ଜଣାଶୁଣା କଳାକାର ଜଗନ୍ନାଥ ପଣ୍ଡା ଏମିତି ଏକ କାର୍ଯ୍ୟକ୍ରମ ଆୟୋଜନ ପଛରେ ରହିଥିବା ବେଳେ ଉତ୍ସ ଫାଉଣ୍ଡେସନ ତରଫରୁ ଲେଖିକା ସୁମିତ୍ରା ପାଢ଼ୀ କଳାକାରମାନଙ୍କୁ ସ୍ୱାଗତ କରିଥିଲେ। ଫାଉଣ୍ଡେସନର ଟ୍ରଷ୍ଟି ଡ. ରମାକାନ୍ତ ସାମନ୍ତରାୟ ଏହାର ସଂଯୋଜନା କରିଥିଲେ। ବିଶିଷ୍ଟ କଳା ସମାଲୋଚକ ବି ଅଜୟ ଶର୍ମା ଅତିଥିମାନଙ୍କର ପରିଚୟ ଦେବା ପରେ ପ୍ରତ୍ୟେକ କଳାକାର ସଂଗଠନ ଓ ଆର୍ଟ କଲେକ୍ଟିଭ କାହିଁକି ଓ କିପରି ଆରମ୍ଭ କରିଥିଲେ ଏବଂ ସେଥିପାଇଁ କ'ଣ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଥିଲା, ସେ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ ।
ଅଧିକ ପଢନ୍ତୁ: କାହିଁକି ବିଷ୍ଣୁପଦଙ୍କୁ ଭେଟିବାକୁ ଚାହୁଁଥିଲେ ଚଞ୍ଚଲ ମୁଖାର୍ଜୀ ? ହୋଇଥିଲା କି ବଡ଼ ଡିଲ୍ ?
କଳାକାରମାନେ ନିଜ ନିଜ ଚିତ୍ରକର୍ମର ସ୍ଲାଇଡ୍ ମଧ୍ୟ ଦେଖାଇଥିଲେ । ଏଥିରେ ଥାଇଲାଣ୍ଡର ନାଥାଫୋନ୍ ଚାଲୱୋରୱାଟ, ଆମେରିକାର ସିନ୍ଥିଆ ପୋଷ୍ଟ ହଣ୍ଟ, ଶ୍ରୀଲଙ୍କାର ଗଡୱିନ୍ କନଷ୍ଟାଣ୍ଟିନ, ଜାପାନର ଡାଏସୁକେ ଟେକିଆ, ଭାରତର ଜି ଭିଗ୍ନେଶ୍ ଓ ଆମେରିକାର ହେକ୍ଟର କାନୋଙ୍ଗେ ପ୍ରମୁଖ ଯୋଗଦେଇଥିଲେ ।
ସମସାମୟିକ କଳା ଏବଂ ବିଶ୍ୱସ୍ତରୀୟ ସଂଳାପ ପାଇଁ ଉତ୍ସର୍ଗୀକୃତ ଉତ୍ସ ଫାଉଣ୍ଡେସନ୍ ଏହି ମହତ୍ତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀମାନେ କଳାର ଭବିଷ୍ୟତ ଉପରେ ସେମାନଙ୍କର ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ବିଷୟରେ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)