• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କୁହୁଡ଼ି ଟାଣିଛି ଓଢ଼ଣୀ । ଶୀତୁଆ ସକାଳରେ ହସୁଛି ପାହାଡ଼ । ଆଉ ପ୍ରକୃତି ପ୍ରେମୀ ମନରୋମ ଦୃଶ୍ୟକୁ ମନ ଭରି ଉପଭୋଗ କରୁଛି । ଏମିତି ଘଟଣା ଅନ୍ୟ କେଉଁ ରାଜ୍ୟର ନୁହେଁ, ଏ ହେଉଛି ଆମ ଓଡ଼ିଶାର । କାଶ୍ମୀରର ଭ୍ରମ ସୃଷ୍ଟି କରୁଛି କୋରାପୁଟ । ପହିଲି ଶୀତର ସ୍ପର୍ଶରେ ପ୍ରକୃତିର ସୌନ୍ଦର୍ଯ୍ୟ ଯେମିତି ଦ୍ୱିଗୁଣିତ କରିଦେଉଛି ।  ଜିଲ୍ଲାରେ ସୁନ୍ଦର ପାହାଡ ସାଙ୍ଗକୁ ସକାଳର ଘନ କୁହୁଡିର ଚାଦର କୋରାପୁଟର ସୌନ୍ଦର୍ଯ୍ୟକୁ ଯେମିତି ଆହୁରି ବଢ଼ାଇ ଦେଉଛି । ଆଉ ଏହି ଶୀତୁଆ ସକାଳର ମଜା ନେଉଛନ୍ତି ପର୍ଯ୍ୟଟକ ।

କୋରାପୁଟ ଜିଲାରେ ଏବେ ଶୀତ ବଢୁଛି । କିଛି ସ୍ଥାନରେ ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କୋହଲା ପବନ ସାଙ୍ଗକୁ ଦିନରେ ମଧ୍ୟ ଶୀତ ଅନୁଭୂତ ହେଉଛି। ଶୀତର ମଜା ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଏକାଧିକ ସ୍ଥାନରୁ ପର୍ଯ୍ୟଟକମାନେ ଦେଓମାଳି, ରାଣୀଡୁଡୁମା ଓ ପୁଞ୍ଜିସିଲ ସମେତ ମାଛକୁଣ୍ଡ ଜଳପ୍ରପାତ, ଶାବର ଶ୍ରୀକ୍ଷେତ୍ରରେ ଭିଡ଼ ଜମାଉଛନ୍ତି । ଶୀତର ମଜା ନେବା ସହ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜିଲ୍ଲା ବାହାରୁ ମଧ୍ୟ ପର୍ଯ୍ୟଟକମାନେ ଆସୁଛନ୍ତି ।

ଅଧିକ ପଢନ୍ତୁ: ଖସୁଛି ପାରଦ, ବଢୁଛି ଶୀତ! ୯ ଡିଗ୍ରୀକୁ ଖସିଲା ତାପମାତ୍ରା

ଏପଟେ ଜାଡ଼ରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଶୀତ ଲହର ଜାରି ରହିଥିବା ବେଳେ ପାରଦ ତଳକୁ ଖସିବାରେ ଲାଗିଛି। ସେ ଅନୁସାରେ ଜାଡ଼ ମଧ୍ୟ ବଢ଼ିବାରେ ଲାଗିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି। 

ଆଜି ପାଇଁ ରାଜ୍ୟରେ ଶୀତ ଲହର ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଧିକ ପଢନ୍ତୁ:  ଥରୁଛି ମୟୁରଭଞ୍ଜ!! ବରଫରେ ପରିଣତ ହେଲା କାକର ବିନ୍ଦୁ

 

OTV is now on Whatsapp

Join and get latest news update delivered to you via whatsapp

Join Now