ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ହେଲେ ବିଷ୍ଣୁପଦ ସେଠୀ । କିଛି ସମୟ ତଳେ ଉଚ୍ଚଶିକ୍ଷାମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ୍ ପଡ଼ିଥିଲେ । ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି । OHPC ଅଧ୍ୟକ୍ଷ ପଦରୁ ମଧ୍ୟ ହଟିଲେ ବିଷ୍ଣୁ । ବିଶାଲ ଦେବ ହେଲେ OHPC ଅଧ୍ୟକ୍ଷ ।
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ପରେ ବଦଳିଲେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ।
ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି ।