ହଜାର ହଜାର ସଂଖ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀ ମାନଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଇ ଦିଆଯିବ । ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ ।
କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍ଆର୍ସିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା । ପୁରୀରୁ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାରେ ବେଶୀ ପ୍ରଭାବ ଦେଖାଇପାରେ ସାମୁଦ୍ରିକ ଝଡ଼ ।
ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସୁଛି କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ୍ କରୁଛନ୍ତି କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I
ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ବୁଡ଼ିଲା ଡଙ୍ଗା । ଡଙ୍ଗାରେ ଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ । ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଚାଲିଛି ଯାଞ୍ଚ ।
କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି ।
ଅସଲି ଖଡ଼ିରତ୍ନ ପଞ୍ଜିକାରେ ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା।
ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।
ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର।
ଓଡ଼ିଶାରେ ମାଡ଼ ହୋଇପାରେ ସମ୍ଭାବ୍ୟ ସାଇକ୍ଲୋନ। ବଙ୍ଗୋପସାଗରରୁ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ। ଆଜି ୱେଲ ମାର୍କ ଲୋ ପ୍ରେସର ଅବପାତରେ ପରିଣତ ହେବ।
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ ସଚିବ। କ୍ୟାବିନେଟ ସଚିବ ଟି.ଭି. ସୋମନାଥଙ୍କ ଅଧ୍ୟକ୍ଷତାରେ ଜାତୀୟ ଆପାତ ପରିଚାଳନା କମିଟି- NCMCର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ଭୟଭୀତ ଅବସ୍ଥାରେ ଅଛନ୍ତି ଜଗତସିହଂପୁର ଏରସମା ବ୍ଲକ ପଦ୍ମପୁରର ଲୋକେ । ବାତ୍ୟା ହେଲେ କେମିତି ବଞ୍ଚାଇବେ ଧନଜୀବନ, ସେନେଇ କସରତ ଆରମ୍ଭ କଲେଣି ପଦ୍ମପୁର ଲୋକ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି ।
ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା ।
ସମୁଦ୍ରରୁ ଫେରି କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ । ଥୋଡ଼ ପାଚିନଥିଲେ ବି ତରବରିଆ ଧାନ କାଟୁଛନ୍ତି ଚାଷୀ ।
ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର ।
ଚିତ୍ର ସ୍ପଷ୍ଟ ହେଲା । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ମାଡ଼ ହୋଇପାରେ ଭୀଷଣ ବାତ୍ୟା- ଦାନା ।
ସତ ବର, ମିଛ କନିଆଁ । ବିବାହ ନାଁରେ ବରପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଇ ଫେରାର ଲୁଟେରା କନ୍ୟା ପକ୍ଷ। ବିବାହ ପାଇଁ କନ୍ୟା ଅପେକ୍ଷାରେ ଥିବା କିଛି ଲୋକଙ୍କୁ ରାଜଧାନୀରେ ଦିନ ଦିପହରେ ଲୁଟୁଛନ୍ତି ଛଦ୍ମବେଶୀ କନ୍ୟାପକ୍ଷ ।
ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର ।
ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଚାଲିଛି ।