/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740386724.jpg)
ParcelBomb
ବହୁ ଚର୍ଚ୍ଚିତ ପାଟଣାଗଡର ପାର୍ସଲବୋମା ଘଟଣାକୁ ପୂରିଛି ସାତବର୍ଷ । ୨୦୧୮ ମସିହା ବଲାଙ୍ଗିର ଜିଳ୍ଳା ପାଟଣାଗଡ ଭୋଳାନାଥ ପଡାରେ ଘଟିଥିଲା ଏହି ଲୋମହର୍ଷଣକାରୀ କାଣ୍ଡ । କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶକୁ ଥରାଇ ଦେଇଥିଲା ଏହି ଘଟଣା । ଉଜୁଡ଼ି ଯାଇଥିଲା ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ସଂଯୁକ୍ତାଙ୍କ ସୁନାର ସଂସାର ।
ଏହା ମଧ୍ୟରେ ଘଟଣାକୁ ନେଇ ରୂପେଲି ପରଦାରେ ସିନେମା ବି ନିର୍ମାଣ ସରିଛି ମାତ୍ର ଏବେ ବି ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି ପରବାର । ନିକଟରେ ସୁପ୍ରିମକୋର୍ଟ ମମାଲର ଖୁବଶୀଘ୍ର ଶୁଣାଣି ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ମାସେ କି ଦୁଇ ମାସ ଭିତରେ ଆସିପାରେ ରାୟ । ୨୦୧୮ ଫେବୃୟାରୀ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା ।
ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ପୁଅ ଇଞ୍ଜିନିୟର ସୌମ୍ୟଶେଖର ସାହୁଙ୍କ ବିବାହ ଉତ୍ସବରେ ଛାରଖାର ହୋଇ ଯାଇଥିଲା ପରିବାର। ରିସପସନ୍ ପାର୍ଟିକୁ ଆସିଥିବା ପାର୍ସଲରେ ଥିଲା ବୋମା, ଯାହାକୁ ଖୋଲିବା ମାତ୍ରେ ଘଟିଥିଲା ବିସ୍ଫୋରଣ। ଯେଉଁଥିରେ ଇଞ୍ଜିନିୟର ସୌମ୍ୟଶେଖର ସାହୁ, ନବବୋହୂ ରିମାରାଣୀ ଓ ଜେଜେମା ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଜେଜେମା ଓ ସୌମ୍ୟଶେଖର ଆଖି ବୁଜିଥିଲେ ।
ସେତେବେଳେ ଏ ଘଟଣା କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବଲାଙ୍ଗୀର ପୋଲିସ ଗୋଟେ ମାସ ଧରି ତଦନ୍ତ କରିଥିଲେ ବି ଅଭିଯୁକ୍ତର ଟେର୍ ପାଇନଥିଲା । ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । କ୍ରାଇମବ୍ରାଞ୍ଚ ତନ୍ନାଘନା କରି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ପାଖରେ ପହଞ୍ଚିଥିଲା । ଆଉ ପୁଞ୍ଜିଲାଲ ସବୁ ସତ ଓଗାଳିଥିଲା । କଲେଜରେ ଅଧ୍ୟାପକ ପଦବୀ ପାଇଁ ଏପରି ଜଘନ୍ୟ କାଣ୍ଡ ଭିଆଇଥିବା ସ୍ୱୀକାର କରିଥିଲା ପୁଞ୍ଜିଲାଲ ।
ସେବେଠାରୁ ଜେଲରେ ସଜ୍ଜା କାଟୁଛି ଅଭିଯୁକ୍ତ । ଏହାରି ଭିତରେ ସାମ୍ବାଦିକତାରେ ଡିଗ୍ରୀ ମଧ୍ୟ ହାସଲ କରିସାରିଛି । ହେଲେ କୋର୍ଟଙ୍କ ରାୟ ଆସିବା ପରେ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ ହେବ ନା ନିର୍ଦ୍ଦୋଷରେ ଖଲାସ ହେବ? ଫାଶି ପାଇବ ନା ଆଜୀବନ ଜେଲ୍ ଭୋଗିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)