Advertisment

Road Accidents: ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ

ରାଜ୍ୟରେ ଦିନ୍ ଚାଲିଯାଉଛି ହାରାହାରି ୧୫ ଜୀବନ। ୨୮ ଜଣ ଆହତ ବି ହେଉଛନ୍ତି। ନିକଟରେ ବିଧାନସଭାରେ ଏମିତି ଚିନ୍ତାଜନକ ତଥ୍ୟ ରଖିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ।

author-image
Sujit kumar Swain
undefined

Road Accidents

ସଡ଼କ ଦୁର୍ଘଟଣା ଯୋଗୁ ରାଜ୍ୟରେ ଦିନ୍ ଚାଲିଯାଉଛି ହାରାହାରି ୧୫ ଜୀବନ। ୨୮ ଜଣ ଆହତ ବି ହେଉଛନ୍ତି। ନିକଟରେ ବିଧାନସଭାରେ ଏମିତି ଚିନ୍ତାଜନକ ତଥ୍ୟ ରଖିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ। ଆଗାମୀ ଦିନରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ IEMS ବ୍ୟବସ୍ଥା ପ୍ରଚଳନ ସହ ନିୟମ ଉଲ୍ଲଂଘନକାରୀଙ୍କୁ ସମନ ପଠାଯିବ ବୋଲି ଚେତାବନୀ ବି ଶୁଣାଇଛନ୍ତି।

Advertisment

ଭଦ୍ରକରେ ବସ୍ ଓଲଟି ଜଣେ ମୃତ, ୧୦ ଆହତ। ସୋରରେ ଡମ୍ପରକୁ ଧକ୍କା ଦେଲା ଅଟୋ, ଡ୍ରାଇଭର ମୃତ, ୪ ଆହତ।  ସେହିପରି ଉଦଳା ଓ ଖୋର୍ଦ୍ଧାରେ ଆଜି ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି ୧୭ ଜଣ। ସଡ଼କ ଦୁର୍ଘଟଣାରେ କେବଳ ଯେ ଆଜି ଏତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହା ନୁହେଁ, ସରକାରଙ୍କ ତଥ୍ୟ ଶୁଣିଲେ ଆପଣ ତାଜୁବ ହୋଇଯିବେ।  

ଅଧିକ ପଢନ୍ତୁ: କ୍ୟାନସର ସହ ଯୁଝୁଥିଲା କୁନି ପୁଅ; ହସ୍ପିଟାଲ୍‌ରେ ଆଙ୍ଗୁଳି କାମୁଡି ଖାଇଲା ମୂଷା, ଚାଲିଗଲା ଜୀବନ !

Advertisment

ବିଧାନସଭାରେ ଏକ ଲିଖିତ ଉତ୍ତରରେ ପରିବହନ ମନ୍ତ୍ରୀ ଦର୍ଶାଇଛନ୍ତି, ଗତ ୩ ବର୍ଷରେ ରାସ୍ତା ଦୁର୍ଘଟଣାରେ ୧୬ ହଜାର 287ଲୋକଙ୍କ ମୃତ୍ୟୁ ହୋଇଛି। ଆହତ ହୋଇଛନ୍ତି ୩୦ ହଜାର ୪୫୩ ଜଣ। ଅର୍ଥାତ୍ ଦିନକୁ ରାଜ୍ୟରେ ସଡ଼କ ଦୁର୍ଘଟଣାରୁ ଗଡ଼ୁଛି ପ୍ରାୟ ୧୫ ମୁଣ୍ଡ। ମନ୍ତ୍ରୀ କହିଛନ୍ତି, ବେପରୁଆ ଗାଡ଼ି ଚାଳନା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ। ପୂର୍ବରୁ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଚାଲାଣ କଟାଯାଉଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଲୋକଙ୍କ ଭୟ ରହୁନଥିଲା। ଏଣୁ ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ସରକାର ବିଭିନ୍ନ ରାଜପଥରେ ଅତ୍ୟାଧୁନିକ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS କାର୍ଯ୍ୟକାରୀ କରୁଛନ୍ତି। ଏଣିକି ନିୟମ ଉଲ୍ଲଂଘନ କଲେ ଚାଲାଣ ସହ ଗାଡ଼ି ମାଲିକଙ୍କ ପାଖକୁ ସମନ ପଠାଯିବ ବୋଲି ଚେତେଇ ଦେଇଛନ୍ତି ପରିବହନ ମନ୍ତ୍ରୀ।

ଏପଟେ ସଡ଼କ ପରିବହନ ବିଶେଷଜ୍ଞଙ୍କ ଅଭିଯୋଗ, ରାଜ୍ୟରେ କେବଳ କାଗଜ କଲମରେ ଚାଲିଛି ସଡ଼କ ସୁରକ୍ଷା। ସରକାର ପ୍ରତିଦିନ ନୂଆ ନୂଆ ବିଜ୍ଞପ୍ତି ଜାରି କରୁଛନ୍ତି।  ହେଲେ ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେଉନି। କୁଶଳୀ ଗାଡ଼ି ଚାଳକ ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ନାହିଁ। 

ଅଧିକ ପଢନ୍ତୁ: ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...

Odisha Road Accidents Transport Minister Accidents
Advertisment
Advertisment