ଅନନ୍ତପୁରରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ। ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍ କରିବା ପାଇଁ ଯାଇଥିଲେ।
ସବୁଥର ଦିଲ୍ଲୀରେ ଜାନୁଆରୀ ୨୬ ତାରିଖରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡ଼ରେ ମୁଖ୍ୟ ଆକର୍ଷଣ ସାଜିଥାଏ ପ୍ରଜ୍ଞାପନ ମେଢ଼। କେଉଁ ରାଜ୍ୟ କେତେ ଆକର୍ଷଣୀୟ ଢ଼ଙ୍ଗରେ ନିଜ ପ୍ରଜ୍ଞାପନ ମେଢ଼ ତିଆରି କରିଥାନ୍ତି ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ। ନଜର ପକାନ୍ତୁ ଏଥର ଭାଗ ନେବାକୁ ଯାଉଥିବା କିଛି ରାଜ୍ୟର ମେଢ଼ ଉପରେ।
ଏହି ଗାଡିର ନାଁ କାହିଁକି ‘ନନ୍ଦିଘୋଷ’ ରଖାଗଲା ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଜର ରାଧିକା ସେନ୍। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାଁ ହେଉଛି ‘ନନ୍ଦିଘୋଷ’। ଏହା ରାସ୍ତାରେ ଆସୁଥିବା ସମସ୍ତ ଘାତ ପ୍ରତିଘାତ ଓ ବାଧାବିଘ୍ନକୁ ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ। ସେହିପରି ଏହି ନନ୍ଦିଘୋଷ ମଧ୍ୟ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବ।
ଏ ମାଡାମ ହେଉଛନ୍ତି ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାର କଲେକ୍ଟର ଭବ୍ୟା ମିତ୍ତଲ। ୟାଙ୍କ ନାଁ ଶୁଣିଲେ ଥରହର ହୁଏ ସରକାରୀ ଅଫିସ୍ ବିଭାଗ। ସେ ଦୁର୍ନତୀଙ୍କୁ ଜମାରୁ ବି କରନ୍ତି ବରଦାସ୍ତ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି
ଘଞ୍ଚ ଜଙ୍ଗଲରେ ମାଓବାଦୀ କିପରି ସେମାନଙ୍କୁ ଆମ୍ବୁସ୍ କରିଥିଲେ, ସେଥିରୁ ମୁକୁଳି କିପରି ପୁଣି ସେମାନଙ୍କୁ ଘେରିଥିଲେ ଓ ମୁହଁତୋଡ଼ ଜବାବ ଦେଇଥିଲେ, ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
କୁମ୍ଭମେଳା ପାଇଁ ପ୍ରସ୍ତୁତି ପୂର୍ବରୁ ଓ ପ୍ରସ୍ତୁତି ପରେ କେମିତି ଦେଖାଯାଉଛି ପ୍ରୟାଗରାଜର ସଂଗମ ସ୍ଥଳ ସେହି ଫଟୋ ଜାରି କରିଛି ଇସ୍ରୋ ।
ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗତବର୍ଷ ଆଜିର ଦିନରେ ଗର୍ଭଗୃହରେ ମର୍ଯାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୧,୨୪୦ ଟଙ୍କା ରହିଛି ।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଛନ୍ତି। ୱାଶିଂଟନ ଡିସିରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା।
ଆଉ କିଛି ଦିନ ପରେ ବାଜିଥାନ୍ତା ଶାହାନାଇ। ହାତକୁ ଦୁଇ ହାତ ହୋଇଥାନ୍ତେ କରନ। ନିଜର ଖୁସିର ସଂସାର ଗଢ଼ିଥାନ୍ତେ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ଦୁର୍ଘଟଣାରେ କରନଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୨ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।
ଭାରତକୁ ଲୁଟି, ଧନୀ ବନିଥିଲା ବଣିକ ବ୍ରିଟିଶ୍ ଜାତି। ହେଲେ କେତେ ଲୁଟିଥିଲା ? ଶୁଣିଲେ ହୋସ୍ ଉଡ଼ିଯିବ। ଇଂଲଣ୍ଡର କେବଳ ୧୦ ପ୍ରତିଶତ ଧନୀ ଭାରତରୁ ଲୁଟି ନେଇଥିବା ସମ୍ପତ୍ତିକୁ ଯଦି ୫୦ ପାଉଣ୍ଡ ନୋଟ ଆକାରରେ ବଦଳାଇ ଦିଆଯାଏ, ତାହାହେଲେ ୪ ଥର ଘୋଡ଼େଇ ହୋଇଯିବ ଲଣ୍ଡନ ସହର ।
ଭାରତକୁ ଲୁଟି, ଧନୀ ବନିଥିଲା ବଣିକ ବ୍ରିଟିଶ୍ ଜାତି। ହେଲେ କେତେ ଲୁଟିଥିଲା ? ଶୁଣିଲେ ହୋସ୍ ଉଡ଼ିଯିବ। ଇଂଲଣ୍ଡର କେବଳ ୧୦ ପ୍ରତିଶତ ଧନୀ ଭାରତରୁ ଲୁଟି ନେଇଥିବା ସମ୍ପତ୍ତିକୁ ଯଦି ୫୦ ପାଉଣ୍ଡ ନୋଟ ଆକାରରେ ବଦଳାଇ ଦିଆଯାଏ, ତାହାହେଲେ ୪ ଥର ଘୋଡ଼େଇ ହୋଇଯିବ ଲଣ୍ଡନ ସହର ।
କ’ଣ ହେଉଛି କେହି ଜାଣି ପାରୁନାହାନ୍ତି । ପ୍ରଥମେ ଜ୍ୱର ହେଉଛି, ତା ପରେ ଦେହରୁ ଝାଳ ବାହାରୁଛି । କିଛି ସମୟ ପରେ ଲୋକ ମରିଯାଉଛନ୍ତି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ । ସ୍ୱାସ୍ଥ୍ୟ ବିଭାଗ କାରଣ ଖୋଜୁଛି । କିନ୍ତୁ କୌଣସି ନିଷ୍କର୍ସରେ ପହଞ୍ଚିପାରୁନି । ପୋଲିସ ବି ତଦନ୍ତ କରୁଛି, କେଉଁ କାରଣରୁ ମରି ଯାଉଛନ୍ତି ଲୋକ । ଏହା ପଛରେ କିଛି ଖଳ ପ୍ରକୃତିର ଲୋକଙ୍କ ହାତ ଅଛି କି ?
୭ ଫୁଟର ହାଇଟକୁ, ୪୬ ଇଞ୍ଚର ଛାତି। ଦେହରେ ଗେରୁଆ ବସ୍ତ୍ରକୁ ବେକରେ ରୁଦ୍ରାକ୍ଷ ମାଳ। ଆଉ ତାଙ୍କ ମସଲ ଆଗରେ ଭଲ ଭଲ ବଡି ବିଲ୍ଡର ମଧ୍ୟ ଫେଲ ହୋଇଯିବେ। କୁମ୍ଭମେଳାକୁ ଋଷିଆରୁ ଆସିଛନ୍ତି ବଡି ବିଲଡର ବାବା ।
ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଅ ତା’ ର ମାଆ ପାଖରେ ରହିବ । ଅତୁଲଙ୍କ ଆତ୍ମହତ୍ୟା ପରେ ନିକିତା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ କେସ୍ ଚାଲିଛି । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଏସ ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ବାସ୍ତବରେ ନାତି ପାଇଁ ତାଙ୍କ ଜେଜେ ମାଆ ଅପରିଚିତ । ଦୁଇ ଜଣଙ୍କ ମଧ୍ୟରେ ଏତେ ଜଣାଶୁଣା ନାହିଁ ।
ଖଣ୍ଡବାର ୮ କିଲୋମିଟର ଦୂର ସୁରଗାଁଓ ଯୋଶୀ ଗ୍ରାମ । ଗାଁର ଜଣେ ଚାଷୀ ନାନାଜୀ ଚୌଧୁରୀଙ୍କ ଝିଅ ବାହାଘରକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା । ନାନାଜୀ ଚୌଧୁରୀ ନିଜ ଝିଅକୁ ପୁଅ ବୋଲି ଭାବି ତା’ର ଲାଳନପାଳନ ଅତି ଗେଲବସରରେ କରିଥିଲେ । ତେଣୁ ଝିଅର ବିବାହରେ ପୁଅ ବିବାହର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପରମ୍ପରାକୁ ଭାଙ୍ଗି ଦେଇଥିଲେ । ଝିଅ ନବବଧୂ ବେଶରେ ସଜାଇ ହୋଇ ଘୋଡା ଉପରେ ବସିବା ପରେ ବାରାତ ବାହାରିଥିଲା । ନାଚଗୀତ ଭିତରେ ଝିଅ ପହଞ୍ଚିଥିଲା ପୁଅ ଘରେ ।
ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ।
ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା, ଲଜ୍ଜିତ କରିଥିବା କୋଲକାତା RG କର ମେଡିକାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୫୭ ଦିନର ବିଚାର ପରେ ସଜା ଶୁଣାଇଛନ୍ତି ଅଦାଲତ ।
୨୦୨୨ରେ ବୟଫ୍ରେଣ୍ଡ ଶାରନ ରାଜଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଗ୍ରୀଷ୍ମା। ଉଭୟ ପରସ୍ପରକୁ ପ୍ରେମ କରୁଥିବା ବେଳ ଗ୍ରୀଷ୍ମା ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ।
ସିବିଆଇ ବଳପୂର୍ବକ ଭାବେ ଏହି କେସ ପଶ୍ଚିମବଙ୍ଗ ପୋଲିସ ହାତରୁ ନେଇଥିଲା। ଯଦି ଏହି କେସ କୋଲକାତା ପୋଲିସ ଅଧୀନରେ ଥାଆନ୍ତା ତେବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ଭାବେ ହୋଇଥାନ୍ତା ବୋଲି ମମତା କହିଛନ୍ତି।
ପଟୌଦୀ ପରିବାରର ଇତିହାସକୁ ଦୃଷ୍ଟି ଦେଲେ ଏମାନେ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼େ। ପଟୌଦୀ ଖାନଦାନର ପ୍ରତିଷ୍ଠାତା ଭାବେ ସୈଫଙ୍କ ଜେଜେବାପା ଫୈଜ ତଲବ ଖାନ ପ୍ରସିଦ୍ଧ। ତେବେ ବ୍ରିଟିଶରଙ୍କୁ ସାହାଯ୍ୟ କରିବା ପରେ ପଟୌଦୀ ଇଷ୍ଟେଟ ସ୍ଥାପନ କରିଥିଲେ ଫୈଜ।
କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ ଆଜୀବନ ଜେଲ। କୋଲକତାର ସିଆଲଦା କୋର୍ଟ ପୂର୍ବରୁ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିସାରିଥିବା ବେଳେ ସୋମବାର ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।
ଫ୍ୟାନ୍ଙ୍କୁ ଚମକାଇ ଦେଇଛନ୍ତି ନିରୋଜ ଚୋପ୍ରା । ହଠାତ୍ ନିଜ ବିବାହ ସମ୍ପର୍କରେ ଘୋଷଣା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଫ୍ୟାନ୍।
ସଂଜୟ ରାୟକୁ ଯେଉଁ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି, ସେଥିରେ ଅତି କମରେ ଆଜୀବନ ଜେଲ୍ କିମ୍ବା ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।