ବୀରତ୍ୱ ଓ ଶୌର୍ଯ୍ୟର ପ୍ରଦର୍ଶନ କରିବ ସେନା । ଆଉ ଗୋଟିଏ ଦିନ ପରେ ୭୪ତମ ସାଧାରଣତନ୍ତ୍ର ଦିବସ ।
ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ । ମୋଟ ୬୨ଟି ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯାଇଛି ।
ବିଶାଳ, ବର୍ଣ୍ଣାଢ୍ୟ, ଭବ୍ୟ ହେବ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହ । ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଏଥିପାଇଁ ନୂଆଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡ ହେବାକୁ ଥିବା ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ଼ଡାକଡ଼ି କରାଯାଇଛି । ଗୋଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ।
ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ ନୂଆଦିଲ୍ଲୀ । ଆଜି ଯବାନ୍ମାନେ ରାଜପଥରେ ଫୁଲ୍ଡ୍ରେସ୍ ପରେଡ୍ ପ୍ରଦର୍ଶନ କରିଛନ୍ତି ।
ରାଜଭବନ ଆଗରେ ପାଇକ ଆଖଡା ପ୍ରଦର୍ଶନ ସାଧାରଣତନ୍ତ୍ର ଦିବସ ପରେଡ୍ରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିବାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ଚଳିତ ବର୍ଷ ଓଡିଶାର ଥିମ ଥିଲା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କୁ ନେଇ । ହେଲେ ଲଗାତର ଦ୍ୱିତୀୟ ବର୍ଷ ଲାଗି ଓଡିଶା ମଡେଲ ଅଗ୍ରାହ୍ୟ ହୋଇଛି ।
୨୦୨୨ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ମୁଖ ଚିହ୍ନିବା ପ୍ରଣାଳୀ ସହିତ ଏକ ମଲ୍ଟି ଲେୟାର ସୁରକ୍ଷା କଭର ସ୍ଥାପନ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କୋଭିଡ୧୯ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବ | ଗତ ବର୍ଷ, ୨୫୦୦୦ ପରିଦର୍ଶକ ଅଂଶଗ୍ରହଣ କରିଥିବାବେଳେ ଏହି ବର୍ଷ ମନ୍ତ୍ରଣାଳୟ ୫୦୦୦-୮୦୦୦ ଅତିଥି ଯୋଗଦେବାର ଆୟୋଜନ ରହିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ | ଏହି ସମୟରେ ଆର-ଡେ ପ୍ୟାରେଡ ପାଇଁ ରିହର୍ସଲ ଚାଲିଛି। ଉତ୍ସବକୁ ଗ୍ରାଣ୍ଡ ଏବଂ ଅସୁବିଧାମୁକ୍ତ କରିବା ପାଇଁ ପ୍ରସ୍ତିତି ଚାଲିଛି। ଆସନ୍ତୁ ଦେଖିବା ଏହାର କିଛି ଝଲକ
ବେସ୍ ଜୋରସୋର୍ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍ର ବିନାଶ ଫର୍ମେସନ୍ ।