Advertisment

QUAD MEET: ଟ୍ରମ୍ପ ୨.୦ରେ କ୍ୱାଡ୍ : ଭାରତରୁ ଯୋଗ ଦେଲେ ଜୟଶଙ୍କର

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଛନ୍ତି। ୱାଶିଂଟନ ଡିସିରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
jaishankar

jaishankar

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଛନ୍ତି। ୱାଶିଂଟନ ଡିସିରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା। ଭାରତ ସମେତ ଅଷ୍ଟ୍ରେଲିଆ, ଆମେରିକା ଓ ଜାପାନର ବୈଦେଶିକ ମନ୍ତ୍ରୀ ସାମିଲ ହୋଇଥିଲେ।

Advertisment

ଯୁକ୍ତରାଷ୍ଟ୍ର ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ଟ୍ରମ୍ପ ଶପଥ ଗ୍ରହଣ କରିଥିବା ବେଳେ ଏଥିରେ ସମଗ୍ର ବିଶ୍ବର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ସେକ୍ରେଟାରୀ ଅଫ ଷ୍ଟେଟ ଭାବରେ ମାର୍କୋ ରୁବିଓଙ୍କୁ ନିଯୁକ୍ତି ଦେଇଥିଲେ। ରୁବିଓ ଏହି କ୍ବାଡ ବୈଠକରେ ହୋଷ୍ଟ ରହିଥିଲେ।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପକ୍ଷରୁ ପେନି ଓଙ୍ଗ ଓ ଜାପାନର ଟାକେଶି ଇୱାୟା ଯୋଗ ଦେଇଥିଲେ। ଏହି ବୈଠକରେ ମିଳିତ ଭାବରେ ଏକତ୍ର ହୋଇ ଆଗକୁ ବଢିବା ଉପରେ ଗୁରୁତ୍ବ ଦେଇଥିଲେ। ଏହି ବୈଠକ ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଥିଲେ। ସମସ୍ତ ବୈଦେଶିକ ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ବେଶ ଫଳପ୍ରଦ ରହିଛି। ଏହା ସହିତ ସମସ୍ତ ବୈଦେଶିକ ମନ୍ତ୍ରୀଙ୍କୁ ସେମାନଙ୍କ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଥିଲେ ଜୟଶଙ୍କର।

Advertisment

ଟ୍ରମ୍ପ ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଶାନ୍ତ ମହାସାଗରରେ ଅବାଧ ଚଳାଚଳ ଓ ନୌସେନାକୁ ଅଧିକ ସଙ୍ଗଠିତ କରିବା ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା। ମିଳିତ ଭାବରେ କିଭଳି ବିଶ୍ବ ସମସ୍ୟାର ସମାଧାନ ହୋଇ ପାରିବ ତା ଉପରେ ଆଲୋଚନା ହୋଇଥିଲା। ସମଗ୍ର ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ କ୍ବାଡ ବିଶ୍ବ ଶାନ୍ତି ଦିଗରେ କାର୍ଯ୍ୟ କରିବ।

ସେହିପରି ଦକ୍ଷିଣ ଚୀନ ସାଗରରେ ଚୀନର ଏକଚାଟିଆ ବ୍ୟବହାର ଓ ସାମରିକ ବଳ ପ୍ରୟୋଗକୁ ଏହି ବୈଠକରେ ନିନ୍ଦା କରାଯାଇଛି। ବେଜିଂ ସମ୍ପୂର୍ଣ୍ଣ ଚୀନ ସାଗର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି। ଏହାକୁ ବୈଠକରେ ନିନ୍ଦା କରାଯିବା ସହିତ ଚୀନକୁ ଚେତାବନୀ ଦିଆଯାଇଛି। କ୍ବାଡ ବୈଠକ ପରେ ମାର୍କ ରୁବିଓଙ୍କସହିତ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ଜୟଶଙ୍କର। ଏହା ସହ ଆମେରିକାର ସୁରକ୍ଷା ପରାମର୍ଶଦାତା ମାର୍କ ୱାଲ୍ଟ୍ଜଙ୍କୁ ଭେଟି ଆଲୋଚନା କରିଥିଲେ ଜୟଶଙ୍କର।

Prafulla Ghadei S. Jaishankar
Advertisment
Advertisment