Advertisment

Mamata Shows Disappointment: ସଞ୍ଜୟ ରାୟ ଦଣ୍ଡାଦେଶ: ଆମଠୁ କେସ ଛଡାଇନେଲେ, ନହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା

ସିବିଆଇ ବଳପୂର୍ବକ ଭାବେ ଏହି କେସ ପଶ୍ଚିମବଙ୍ଗ ପୋଲିସ ହାତରୁ ନେଇଥିଲା। ଯଦି ଏହି କେସ କୋଲକାତା ପୋଲିସ ଅଧୀନରେ ଥାଆନ୍ତା ତେବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ଭାବେ ହୋଇଥାନ୍ତା ବୋଲି ମମତା କହିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
mamata

mamata

କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ ଆଜୀବନ ଜେଲ। କୋଲକତାର ସିଆଲଦା କୋର୍ଟ ପୂର୍ବରୁ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିସାରିଥିବା ବେଳେ ସୋମବାର ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି। ଏହା ସହିତ ୫୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ସଜା ଶୁଣାଇବା ପୂର୍ବରୁ ତାକୁ ଫସାଇ ଦିଆଯାଇଥିବା ନେଇ କହିଥିଲେ ସଞ୍ଜୟ ରାୟ। ତେବେ ଏହି ମାମଲାର ରାୟ ପ୍ରକାଶକୁ ନେଇ ସିବିଆଇକୁ ଦୋଷାରୋପ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀସିବିଆଇ ବଳପୂର୍ବକ ଭାବେ ଏହି କେସ ପଶ୍ଚିମବଙ୍ଗ ପୋଲିସ ହାତରୁ ନେଇଥିଲା। ଯଦି ଏହି କେସ କୋଲକାତା ପୋଲିସ ଅଧୀନରେ ଥାଆନ୍ତା ତେବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ଭାବେ ହୋଇଥାନ୍ତା ବୋଲି ମମତା କହିଛନ୍ତି। ଏଭଳି ବୟାନବାଜି ସହିତ ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି ମମତା। ପ୍ରାରମ୍ଭିକ ପର୍ଯ୍ୟାୟରେ ତଦନ୍ତ ଠିକ ଦିଗରେ ନ ଯିବା କାରଣରୁ ସିବିଆଇ ତଦନ୍ତଭାର ନେଇଥିଲା। କୋଲକାତା ପୋଲିସ ଆରମ୍ଭରୁ କୋହଳ ଦଫା ଲଗାଇଥିବା ବେଳେ ସିବିଆଇ ଚାର୍ଜସିଟ ଏତେଟା କଠୋର ହୋଇ ନଥିଲା।

Advertisment

କୋର୍ଟଙ୍କ ନିଷ୍ପତ୍ତିରେ ମମତା ଅସନ୍ତୋଷ ବ୍ୟକ୍ତ କରିବା ସହିତ ସମସ୍ତେ ଫାଶୀ ଦଣ୍ଡ ଦାବି କରୁଥିବା ବେଳେ କୋର୍ଟ ଆଜୀବନ କାରାଦଣ୍ଡ ଦେବା ନିରାଶାଜନକ। ସିବିଆଇର ଚାର୍ଜସିଟ ଆଧାରରେ ସେସନ୍ସ କୋର୍ଟ ଜଜ ଅନିର୍ବାଣ ଦାସ ଆଜୀବନ କାରାଦଣ୍ଡ ଘୋଷଣା କରିଥିଲେ। ଏହା ସହିତ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ସହାୟତା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା। ଘଟଣାର ୬ ଘଣ୍ଟା ମଧ୍ୟରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା। ତେବେ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନେକ ତ୍ରୁଟି କରିଥିବା ହୃଦୟଙ୍ଗମ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ଦାବି କରିଥିଲେ। ଏହାଦ୍ୱାରା ଘଟଣା ସହ ଜଡ଼ିତ ପ୍ରମାଣ ସହ କୌଣସି ପ୍ରକାରର ହେରଫେର ହେବନାହିଁ ବୋଲି ସେମାନେ ଦାବି କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Advertisment

୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଥିଲା।

ଅଧିକ ପଢନ୍ତୁ : ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

କୋଲକାତା ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଜେରା କରିବା ମାତ୍ରେ ସେ ତା’ର ଅପରାଧକୁ ସ୍ୱୀକାର କରି ନେଇଥିଲା। ସେ କୌଣସି ପଶ୍ଚାତାପ କରି ନ ଥିଲା। ବେଧଡ଼କ ଅନ୍ଦାଜରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପୁଲିସ୍‌କୁ ସେ କହୁଥିବା ଶୁଣିବାକୁ ମିଳିଥିଲା।

ସଞ୍ଜୟର ମୋବାଇଲରେ ଅନେକ ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଥିଲା। ଘଟଣା ଦିନ ରାତିରେ ମଧ୍ୟ ସେ ପ୍ରଚୁର ମଦ ପିଇ ଅଶ୍ଳୀଳ ଭିଡିଓ ସବୁ ଦେଖିଥିଲା। ଏହାପରେ ହସ୍ପିଟାଲର ସେମିନାର ହଲକୁ ଯାଇ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ମାରି ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା।

କୋଲକାତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଥିଲା। ଏଥିପାଇଁ ସମସ୍ତ ମେଡିକାଲରେ OPD ସେବା ପ୍ରଭାବିତ ହୋଇଥିଲା।

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Rape Case Kolkata
Advertisment
Advertisment