ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ ଖେଳନ୍ତି ଯାଦବ ଟୋକା । ଦ୍ବାପର ଯୁଗରୁ ଚାଲି ଆସୁଛି ଏହି ବାଡ଼ି ପରମ୍ପରା ।
ଖଣ୍ଡବାର ୮ କିଲୋମିଟର ଦୂର ସୁରଗାଁଓ ଯୋଶୀ ଗ୍ରାମ । ଗାଁର ଜଣେ ଚାଷୀ ନାନାଜୀ ଚୌଧୁରୀଙ୍କ ଝିଅ ବାହାଘରକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା । ନାନାଜୀ ଚୌଧୁରୀ ନିଜ ଝିଅକୁ ପୁଅ ବୋଲି ଭାବି ତା’ର ଲାଳନପାଳନ ଅତି ଗେଲବସରରେ କରିଥିଲେ । ତେଣୁ ଝିଅର ବିବାହରେ ପୁଅ ବିବାହର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପରମ୍ପରାକୁ ଭାଙ୍ଗି ଦେଇଥିଲେ । ଝିଅ ନବବଧୂ ବେଶରେ ସଜାଇ ହୋଇ ଘୋଡା ଉପରେ ବସିବା ପରେ ବାରାତ ବାହାରିଥିଲା । ନାଚଗୀତ ଭିତରେ ଝିଅ ପହଞ୍ଚିଥିଲା ପୁଅ ଘରେ ।
ମା’ ଭଗବତୀ ପୀଠରେ ବଜାୟ ରହିଛି ପରମ୍ପରା । ପୂର୍ବରୁ ନରବଳୀ ଦିଆଯାଉଥିବା ବେଳେ ଏବେ ପ୍ରତୀକାତ୍ମକ ନରବଳୀ ଦିଆଯାଉଛି ।