ଏନପିସିସି ଠିକା ସଂସ୍ଥା ପକ୍ଷରୁ ୫ ମହଲା ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଅଧାରୁ ଠିକା ସଂସ୍ଥା କାମ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଗୋଟେପଟେ ପୁରାତନ ସ୍କୁଲର ଖେଳ ପଡିଆ ନଷ୍ଟ କରାଯାଇଥିବା ବେଳେ ଅନ୍ୟପଟେ ଯଦି ସରକାର ଏହି କଲେଜ ନିର୍ମାଣ ଲାଗି ଅନୁମତି ଦେଇଥିଲେ ତେବେ ଅର୍ଥଶ୍ରାଦ୍ଧ କରି ଅଧାରୁ କାହିଁକି ବନ୍ଦ କରାଗଲା ବୋଲି ସ୍ଥାନୀୟ ବାସୀନ୍ଦା ଓ ସହରବାସୀ ପ୍ରଶ୍ନ କରିଛନ୍ତି ।
ଅନନ୍ତପୁରରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ। ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍ କରିବା ପାଇଁ ଯାଇଥିଲେ।
କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍ଆର୍ସିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି।
ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଚେତିଲା ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି।
କ୍ୟାଂପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା । ଛାତ୍ର ତ ଛାତ୍ର, ଅଧ୍ୟାପକ ବି ନିଶା ସେବନ କରିପାରିବେ ନାହିଁ । ହାତ କାଟି ଲେଖିଦେବେ ଯେ, କ୍ୟାଂପସକୁ କୌଣସି ନିଶା ସେବନ କରି ଆସିବେନି କି ନିଶା କାରବାରରେ ଲିପ୍ତ ରହିବେନି ।
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ବରଂ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ଏବେ ମଣିଷ ଶରୀରରେ ଲାଗୁଛନ୍ତି।
ଆଜି ଜାନୁଆରୀ ମାସର ଶେଷ କାର୍ଯ୍ୟ ଦିବସ। ଆସନ୍ତାକାଲିଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ। ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ...