ହିନ୍ଦୁ ଧର୍ମର ଅନୁସାରେ ଏକ ମହାମେଳା ବା ମହାପର୍ବ ହେଉଛି ମହାକୁମ୍ଭ ମେଳା । ଏହା ଭାରତର ତ୍ରିବେଣୀ ସଙ୍ଗମ ଅର୍ଥାତ୍ ପବିତ୍ର ଗଙ୍ଗା ,ଯମୁନା ଏବଂ ପୁରାଣ ବର୍ଣ୍ଣିତ ସରସ୍ବତୀ ନଦୀର ମିଳନ ସ୍ଥଳିରେ ପ୍ରତି ୧୨ ବର୍ଷରେ ଥରେ ଏହି କୁମ୍ଭ ମେଳା ଆୟୋଜିତ ହୁଏ । ସନାତନ ଧର୍ମରେ ମହାକୁମ୍ଭ ମେଳାର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଧାର୍ମିକ ପର୍ବ ଚଳିତ ବର୍ଷ ୧୩ ଜାନୁଆରୀରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା । ମହାକୁମ୍ଭ ୪୫ ଦିନ ଧରି ଅର୍ଥାତ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ କ୍ୟାମେରା ମାଧ୍ୟମରେ ଉତ୍ତୋଳନ ହୋଇଥିବା ମହାକୁମ୍ଭର ଫଟୋ ଚିତ୍ର ଆମେ ଦେଖିଛନ୍ତି । କିନ୍ତୁ କ’ଣ ଆପଣ ମହାକାଶରୁ ମହାକୁମ୍ଭର ଚିତ୍ର କେମିତି ଦେଖାଯାଉଛି ଜାଣିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କର ଏହି ଖବର ପଢିବା ପରେ ଆପଣଙ୍କର ଏହି ଆଶା ପୂରଣ ହୋଇପାରିବ ।
Also Read
Maha Kumbh Tent City, Prayagraj, India as viewed by EOS-04 (RISAT-1A) satellite. 🛰️#MahaKumbh2025 #ISRO pic.twitter.com/J9nT6leYIJ
— ISRO InSight (@ISROSight) January 22, 2025
ମହାକାଶରୁ କେମିତି ଦେଖାଯାଉଛି ପ୍ରୟାଗରାଜ ମହାକୁମ୍ଭ । ସଂଗମ କ୍ଷେତ୍ରର ସାଟେଲାଇଟ ଫଟୋ ଜାରି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । କୁମ୍ଭମେଳା ପାଇଁ ପ୍ରସ୍ତୁତି ପୂର୍ବରୁ ଓ ପ୍ରସ୍ତୁତି ପରେ କେମିତି ଦେଖାଯାଉଛି ପ୍ରୟାଗରାଜର ସଂଗମ ସ୍ଥଳ ସେହି ଫଟୋ ଜାରି କରିଛି ଇସ୍ରୋ । କୁମ୍ଭ ପାଇଁ ଉତ୍ତର ପ୍ରଦେଶ ସରକାର ନିର୍ମାଣ କରିଥିବା ଭିତ୍ତିଭୂମିର ପରିମାଣ ଇସ୍ରୋର ସାଟେଲାଇଟ ଇମେଜରେ ଦେଖିବାକୁ ମିଳିଛି । ଏହି ଫଟୋ ଉଠାଇବା ପାଇଁ ସୋଫିଷ୍ଟିକେଟେଡ୍ ଅପଟିକାଲ ସାଟେଲାଇଟ, ଡେ ଆଣ୍ଡ ନାଇଟ୍ ଭିୟୁ ରାଡାରସାଟ୍ ବ୍ୟବହାର ହୋଇଛି । ଇସ୍ରୋର ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ରିପୋର୍ଟ ସେନସେସିଂ ସେଣ୍ଟର ପକ୍ଷରୁ ଏହି ସବୁ ଫଟୋ ଉଠାଯାଇଛି ।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ବେଶ ପରମ୍ପରା, ଦେଖନ୍ତୁ କାହାର ଚେହେରା କେମିତି
ମହାକୁମ୍ଭ ପାଇଁ ନିର୍ମାଣ ହୋଇଥିବା ଟେଣ୍ଟ ସିଟି ଓ ନଦୀ ଉପରେ ନିର୍ମାଣ ହୋଇଥିବା ଏକାଧିକ ଅସ୍ଥାୟୀ ବ୍ରିଜ୍ ଏହି ଫଟୋରେ ସ୍ପଷ୍ଟ ଦେଖାଯାଉଛି । ଏଥିରେ ଶେଷ ଫଟୋ ୧୦ ଜାନୁଆରୀ ୨୦୨୫ରେ ଉଠାଯାଇଛି । ଗତ ୧୩ ତାରିଖରୁ ଆରମ୍ଭ ହୋଇଛି ମହାକୁମ୍ଭ । ବର୍ତ୍ତମାନ ସୁଦ୍ଧା ୯ କୋଟି ୨୪ ହଜାରରୁ ଅଧିକ ଭକ୍ତ ସଂଗମରେ ବୁଡ଼ ପକାଇସାରିଥିବା ବେଳେ ଆଜି ୩୦ ଲକ୍ଷ ୪୭ ହଜାର ଭକ୍ତ ବୁଡ଼ ପକାଇଛନ୍ତି । ପ୍ରୟାଗରାଜ ମେଳା କ୍ଷେତ୍ରରେ ଭକ୍ତଙ୍କ ପାଇଁ ଦେଢ ଲକ୍ଷ ଟେଣ୍ଟ ନିର୍ମାଣ ହୋଇଛି । ଏହାସହ ୩ ହଜାର ରୋଷେଇ ଘର, ଏକ ଲକ୍ଷ ୪୫ ହଜାର ଶୌଚାଳୟ ଓ ୯୯ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ମହାକୁମ୍ଭ ୪୫ ଦିନ ଧରି ଅର୍ଥାତ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ।