ଇଷ୍ଟ ଇଣ୍ଡିଆ କମ୍ପାନି ଜରିଆରେ ବ୍ରିଟିଶରମାନେ ଭାରତକୁ ଲୁଟି ନେଇଥିବା, ଆମେ ଶୁଣିଥିଲେ । ହେଲେ କେତେ ଲୁଟିଥିଲେ, ଆପଣ ଜାଣିଛନ୍ତି କି ? ଶୁଣିଲେ, ଆଖି ତରାଟି ହୋଇଯିବ। ୱାର୍ଲ୍ଡ ଇକୋନୋମିକ୍ ଫୋରମର ବାର୍ଷିକ ବୈଠକରେ ଏହାର ଖୁଲାସା କରିଛି ଅକ୍ସଫାମ୍ ଇଣ୍ଡିଆ। ଖାଲି ସେତିକି ନୁହେଁ, ରିପୋର୍ଟ କହୁଛି, ସେତେବେଳର ଇଷ୍ଟ ଇଣ୍ଡିଆ କମ୍ପାନି ଭଳି ଉପନିବେଶବାଦ ସୃଷ୍ଟି କରି ଏବେ ବି ଲୋକଙ୍କୁ ଲୁଟି ଚାଲିଛନ୍ତି ବର୍ତ୍ତମାନ ସମୟର ମଲ୍ଟିନ୍ୟାସନାଲ୍ କମ୍ପାନି ।
Also Read
ଭାରତକୁ ଲୁଟି, ଧନୀ ବନିଥିଲା ବଣିକ ବ୍ରିଟିଶ୍ ଜାତି। ହେଲେ କେତେ ଲୁଟିଥିଲା ? ଶୁଣିଲେ ହୋସ୍ ଉଡ଼ିଯିବ। ଇଂଲଣ୍ଡର କେବଳ ୧୦ ପ୍ରତିଶତ ଧନୀ ଭାରତରୁ ଲୁଟି ନେଇଥିବା ସମ୍ପତ୍ତିକୁ ଯଦି ୫୦ ପାଉଣ୍ଡ ନୋଟ ଆକାରରେ ବଦଳାଇ ଦିଆଯାଏ, ତାହାହେଲେ ୪ ଥର ଘୋଡ଼େଇ ହୋଇଯିବ ଲଣ୍ଡନ ସହର । ସ୍ବିଜରଲ୍ୟାଣ୍ଡର ଡାଭୋସରେ ଚାଲିଥିବା ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ ବାର୍ଷିକ ବୈଠକ ଅବସରରେ ଏମିତି ଆଖି ତରଟା ତଥ୍ୟର ଖୁଲାସା କରିଛି ଅକ୍ସଫାମ୍ ଇଣ୍ଟର ନ୍ୟାସନାଲ ।
ଅଧିକ ପଢ଼ନ୍ତୁ: କାହିଁକି ସୁପ୍ରିମକୋର୍ଟ କହିଲେ, ଅତୁଲଙ୍କ ପୁଅ ରହିବ…
ଅକ୍ସଫାମର ‘ଟେକର୍ସ, ନଟ୍ ମେକର୍ସ’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି, ଅର୍ଥନୀତିଜ୍ଞ ଉତ୍ସା ପଟ୍ଟନାୟକ ଓ ପ୍ରଭାତ ପଟ୍ଟନାୟକଙ୍କ ମୁତାବକ, ବ୍ରିଟିଶ୍ ଉପନିବେଶବାଦ ସମୟରେ ୧୭୬୫ରୁ ୧୯୦୦ ମସିହା ମଧ୍ୟରେ ଇଂରେଜମାନେ ଭାରତରୁ ୬୪ ଲକ୍ଷ ୮୨ ହଜାର କୋଟି ଡଲାରର ସମ୍ପତ୍ତି ବୋହି ନେଇଛନ୍ତି । ସେଥିମଧ୍ୟରୁ କେବଳ ୧୦ ପ୍ରତିଶତ ଧନୀଙ୍କ ପାଖକୁ ଯାଇଛି ୫୨ ପ୍ରତିଶତ ଲୁଟ୍ ଅର୍ଥ ବା ୩୩ ଲକ୍ଷ ୮୦ ହଜାର କୋଟି ଡଲାର । ଯେଉଁ ଅର୍ଥକୁ ୫୦ ପାଉଣ୍ଡ ନୋଟ୍ କରି ବିଛେଇଲେ, ଇଂଲଣ୍ଡର ରାଜଧାନୀ ୪ ପରସ୍ତ ଘୋଡ଼େଇ ହୋଇଯିବ। ଏମିତିକି ୩୨ ଭାଗ ଭାରତର ଲୁଟ୍ ଅର୍ଥ ଯାଇଛି ସେତେବେଳର ନୂଆ ମଧ୍ୟବିତ୍ତ ବ୍ରିଟିଶରଙ୍କ ପାଖକୁ। ଅକ୍ସଫାମ୍ ରିପୋର୍ଟ କହୁଛି, ବ୍ରିଟିଶରମାନେ ଖାଲି ଭାରତକୁ ଲୁଟିଛନ୍ତି ତାହା ନୁହେଁ, ବରଂ ନିଜ ଫାଇଦା ପାଇଁ ଭାରତୀୟ ଅର୍ଥନୀତିକୁ ଧ୍ବଂସ କରିଦେଇଥିଲେ । ୧୭୫୦ ମସିହା ବେଳକୁ ବିଶ୍ବର ଶିଳ୍ପ ଉତ୍ପାଦନରେ ୨୫ ଭାଗ ଅଂଶୀଦାର ଥିଲା ଭାରତ। କିନ୍ତୁ ଏସୀୟ ବୟନ ଶିଳ୍ପ ଉପରେ କଠୋର କଟକଣା ଲଗାଇବା କାରଣରୁ ୧୯ ଶହ ମସିହା ବେଳକୁ ବିଶ୍ବ ଶିଳ୍ପ ଉତ୍ପାଦନରେ ଭାରତର ଅଂଶୀଦାର ମାତ୍ର ୨ ପ୍ରତିଶତକୁ ଖସି ଆସିଥିଲା।
ଅକ୍ସଫାମର ଟେକର୍ସ, ନଟ୍ ମେକର୍ସ ରିପୋର୍ଟ କହୁଛି, ବହୁରାଷ୍ଟ୍ରୀୟ କମ୍ପାନି ହେଉଛନ୍ତି ବର୍ତ୍ତମାନ ସମୟରେ ଉପନିବେଶବାଦର ଜନକ । ସେତେବେଳେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ଯେଭଳି ନିଜର ନିୟମ ଚଳାଇ ଉପନିବେଶବାଦ ଚଳାଇଥିଲା, ଏବେ ଏହି ମଲ୍ଟିନ୍ୟାସନାଲ କମ୍ପାନିଗୁଡ଼ିକ ନିଜର ମନମୁଖୀ ଶାସନ ଜରିଆରେ ଲୋକଙ୍କୁ ଲୁଟୁଛନ୍ତି । ଅର୍ଥନୀତିଜ୍ଞଙ୍କ ମତରେ, ସେତେବେଳେ ଗୋଟିଏ ଇଷ୍ଟ୍ ଇଣ୍ଡିଆ କମ୍ପାନି ଥିଲା । କିନ୍ତୁ ଏବେ ଅନେକ ମଲ୍ଟିନ୍ୟାସନାଲ କମ୍ପାନି ଆମ ଜୀବନଚର୍ଯ୍ୟା ଭିତରେ ପଶି ଶୋଷଣ କରୁଛନ୍ତି। କିନ୍ତୁ ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଇନ୍ ଓଡ଼ିଶା ପଦକ୍ଷେପ ମାଧ୍ୟମରେ ଘରୋଇ କମ୍ପାନି ଓ ଗ୍ରାମ୍ୟ ଅର୍ଥନୀତିକୁ ବିକଶିତ କରି ଆମେ ଏଭଳି ଉପନିବେଶବାଦକୁ ରୋକି ପାରିବା। ନଚେତ୍ ଆମ ପୁଞ୍ଜି ନେଇ ବହୁରାଷ୍ଟ୍ରୀୟ କମ୍ପାନି ଲାଭବାନ ହେଉଥିବେ, ଆଉ ଆମେ ସେମିତି ରହିଥିବା ବୋଲି ମତ ଦେଇଛନ୍ତି ଅର୍ଥନୀତିଜ୍ଞ।
ବର୍ତ୍ତମାନ ସମୟରେ ମହାମାରୀ ଭଳି ଆମ ଜୀବନକୁ ନିୟନ୍ତ୍ରଣ କରୁଥିବା ଏ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ଜାଲରୁ ମୁକୁଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ୍ ଫର୍ ଲୋକାଲ ଆହ୍ବାନ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ: କନିଆ ନୁହେଁ, ବାହାଘର ପରେ ବର ନେଉଥିଲା ବିଦାୟ: ଡିଏନଏ ଗବେଷଣାରୁ ସାମ୍ନାକୁ ଆସିଲା ସତ୍ୟ
- Reported by:
- KAPILENDRA PRADHAN