ଭାରତରେ ପୁଣି ଡରାଇଲାଣି ମହାମାରୀ କରୋନା । କୋଭିଡ଼ର HKU1 ନାମକ ଏକ ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କୋଲକାତାର ଜଣେ ବାସିନ୍ଦା । ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି । ଆଉ ପୁରା କୋଲକାତାରେ ମହାମାରୀ କରୋନାର ଡର ପୁଣି ଥରେ ବ୍ୟାପି ଯାଇଛି ।
ପୁଲିସ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆଣିଛି। ରବିବାର ଅପରାହ୍ନ ପ୍ରାୟ ୪ଟା ରୁ ୫ ଟା ମଧ୍ୟରେ ସୁମିତାଙ୍କ ମୁଣ୍ଡକୁ କାନ୍ଥରେ ଅନେକ ଥର ପିଟି ହତ୍ୟା କରାଯାଇଥିଲା। ମୃତଦେହ ମଧ୍ୟମଗ୍ରାମର ୫୫ ବର୍ଷୀୟା ଆରତୀ ଘୋଷ ଏବଂ ୩୪ ବର୍ଷୀୟା ଫାଲଗୁନି ଘୋଷଙ୍କ ଭଡା ଘରେ ୪୦ ଘଣ୍ଟାରୁ ଅଧିକ ସମୟ ପାଇଁ ପଡ଼ି ରହିଥିଲା। ସେମାନେ ଏହାକୁ ଫିଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ। ମା ଏବଂ ଝିଅ ମୃତଦେହକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସେଥିରେ ପଶିନଥିଲା।
ଋଣ ଭାରରୁ ସାମୂହିକ ଜୀବନ ହାରିବାର ଯୋଜନା, ଆଉ ଏହି ଯୋଜନାରୁ ଗଣହତ୍ୟା। କୋଲକାତା ଟ୍ରିପଲ୍ ମର୍ଡର କେସର ପର୍ଦ୍ଦାଫାସ କରିଛି ପୋଲିସ।
ୱାଟର ଫ୍ଲାଏ ଟେକ୍ନୋଲୋଜି ନାମକ ଏକ ନୂତନ ବୈଷୟିକ କୌଶଳ ଉପରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ସଫଳ ହେଲେ ଏହି ସ୍ବପ୍ନ ବାସ୍ତବତାର ରୂପ ନେଇପାରେ। ଆଇଆଇଟି ମାଡ୍ରାସ ପକ୍ଷରୁ ଏକ ଷ୍ଟାର୍ଟଅପ ସ୍ଥାପନ କରାଯାଇଛି।
ଗାଁ ପାଖରେ ବନ ବିଭାଗ ପକ୍ଷରୁ ମହାବଳକୁ କାବୁ କରିବାକୁ ୨ଟି ଯନ୍ତା ରଖାଯାଇଥିଲା। ଯନ୍ତା ଭିତରେ ଛେଳି ରଖି ବାଘକୁ ଧରିବା ପାଇଁ ବନ ବିଭାଗ ଯୋଜନା କରିଥିଲା।
ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ସପ୍ତାହେ ହେଲା ସେ ଭେଣ୍ଟିଲେଟରରେ ଥିଲେ । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମଧ୍ୟ ସେହି ଉତ୍ତର ୨୪- ପ୍ରଗଣାରେ । ସେ ଏନଆରଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ଦିନ ହୁଗଲିର ଦକ୍ଷିଣକାଳୀ ଅଞ୍ଚଳରେ ଜଣେ ରୋଗୀ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହି ଲକ୍ଷଣ ଦେଖି ସେ ତାଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଇଥିଲେ ।
ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା, ଲଜ୍ଜିତ କରିଥିବା କୋଲକାତା RG କର ମେଡିକାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୫୭ ଦିନର ବିଚାର ପରେ ସଜା ଶୁଣାଇଛନ୍ତି ଅଦାଲତ ।
ସିବିଆଇ ବଳପୂର୍ବକ ଭାବେ ଏହି କେସ ପଶ୍ଚିମବଙ୍ଗ ପୋଲିସ ହାତରୁ ନେଇଥିଲା। ଯଦି ଏହି କେସ କୋଲକାତା ପୋଲିସ ଅଧୀନରେ ଥାଆନ୍ତା ତେବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ଭାବେ ହୋଇଥାନ୍ତା ବୋଲି ମମତା କହିଛନ୍ତି।
କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ ଆଜୀବନ ଜେଲ। କୋଲକତାର ସିଆଲଦା କୋର୍ଟ ପୂର୍ବରୁ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିସାରିଥିବା ବେଳେ ସୋମବାର ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।
ସଂଜୟ ରାୟକୁ ଯେଉଁ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି, ସେଥିରେ ଅତି କମରେ ଆଜୀବନ ଜେଲ୍ କିମ୍ବା ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।
କୋଲକାତାର ଐତିହାସିକ ହଳଦିଆ ଟ୍ୟାକ୍ସି ଦଶନ୍ଧି ଦଶନ୍ଧି ଧରି ସହରର ହଲମାର୍କ ହୋଇ ରହିଥିଲା। ତେବେ ୬୪ ପ୍ରତିଶତ ଟାକ୍ସି ବର୍ଷକ ମଧ୍ୟରେ ୧୫ ବର୍ଷର ସେବା ସୀମା ଅତିକ୍ରମ କରିଥିବାରୁ ଏହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ।
ଜୀବନର ଦାମ୍ ୧୬ କୋଟି ଟଙ୍କା ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି।
ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି । ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ ଡାକ୍ତର । ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ
ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ କହିଲେ ମମତା ।
କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଅଭୟାଙ୍କ ପାଇଁ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି ଲୋକେ । ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।
ପରିବାରକୁ ଟଙ୍କା ଯାଚିବା ଓ ଏସମ୍ପର୍କିତ ଏକ ଭାଇରାଲ୍ ଭିଡିଓ ଉପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ଅଭୟାଙ୍କ ମାଉସୀ କହିଛନ୍ତି, ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ ବାଧ୍ୟ କରାଯାଇଥିଲା ।
ଗଣମାଧ୍ୟମକୁ ସୂଚନା ଦେଇ ଅଭୟାଙ୍କ ବାପା କହିଛନ୍ତି ଯେ ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡି ଦେଇଥିଲା ଏବଂ ଚୁପ୍ ରହିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଯାଚୁଥିଲା ।
କୋଲକାତା ସହରର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫିଟୁଛି ଗୁମର। ସାଂଘାତିକ କଥା କହିଲେ ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ।
ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି ।
ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଠାରୁ ସତ ଉଗାରିବ ସିବିଆଇ। ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିଥିଲ।
କୋଲକାତା ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି ।