• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mysterious

Humpback Whale
Whale Swallowed Youth Viral Video: ବାପା କରୁଥିଲେ ଭିଡିଓ ରେକର୍ଡ଼ିଂ; ପୁଅକୁ ଜୀଅନ୍ତା ଗିଳିଦେଲା ତିମି ଆଉ ତା'ପରେ...

ସମୁଦ୍ର ଭିତରେ ଦେଖିବାକୁ ମିଳିଛି ଅତ୍ୟନ୍ତ ଭୟଙ୍କର ଦୃଶ୍ୟ । ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହିତ ସମୁଦ୍ରରେ କାୟାକିଂର ମଜା ନେବା ସମୟରେ ଏକ ହମ୍ପବ୍ୟାକ ତିମି ଯୁବକଙ୍କୁ ଜୀଅନ୍ତା ଗିଳିବାର ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହାପରେ ଘଟିଛି କିଛି ଚମତ୍କାର ଘଟଣା ।

କଫିନ୍‌ରେ ଲେଖିଲେ ମୃତ୍ୟୁର ରହସ୍ୟ
Death Secret on Coffin: ‘ମୋ ପତ୍ନୀର ନିର୍ଯାତନା ସହିନପାରି ମୁଁ ଜୀବନ ହାରୁଛି, ଏକଥା କଫିନ୍‌ରେ ଲେଖିଦବ’

ଜାନୁଆରି ୨୬ରେ କର୍ଣ୍ଣାଟକର ଚାମୁଣ୍ଡେଶ୍ୱରୀ ନଗରରେ ପତ୍ନୀ ପିଙ୍କିଙ୍କ ନିର୍ଯାତନା ଯୋଗୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଥିଲେ। ସେ ହେଉଛନ୍ତି ପିଟରରୁ ଗୋଲାପଲ୍ଲୀ। ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତାଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ସଂକ୍ରାନ୍ତ ଚିଠି ଛାଡ଼ିଯାଇଛନ୍ତି। ଏହି ଦମ୍ପତ୍ତିଙ୍କ ଦୁଇ ବର୍ଷ ତଳେ ବିବାହ ହୋଇଥିଲା।

Mysterious Disease
Mysterious Illness: ଜ୍ୱର ପରେ ବାହାରୁଛି ଝାଳ, ଚାଲିଯାଉଛି ଜୀବନ, କାରଣ ଖୋଜି ପାଉନାହାନ୍ତି ସରକାର

କ’ଣ ହେଉଛି କେହି ଜାଣି ପାରୁନାହାନ୍ତି । ପ୍ରଥମେ ଜ୍ୱର ହେଉଛି, ତା ପରେ ଦେହରୁ ଝାଳ ବାହାରୁଛି । କିଛି ସମୟ ପରେ ଲୋକ ମରିଯାଉଛନ୍ତି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ । ସ୍ୱାସ୍ଥ୍ୟ ବିଭାଗ କାରଣ ଖୋଜୁଛି । କିନ୍ତୁ କୌଣସି ନିଷ୍କର୍ସରେ ପହଞ୍ଚିପାରୁନି । ପୋଲିସ ବି ତଦନ୍ତ କରୁଛି, କେଉଁ କାରଣରୁ ମରି ଯାଉଛନ୍ତି ଲୋକ । ଏହା ପଛରେ କିଛି ଖଳ ପ୍ରକୃତିର ଲୋକଙ୍କ ହାତ ଅଛି କି ?

ଘରସାରା ଝୁଲୁଥିଲା ଶବ
Mysterious Death: ଝୁଲୁଥିଲା ୧୧ ଶବ, ବନ୍ଧା ହୋଇଥିଲା ହାତଗୋଡ଼...ଆଖିରେ ଥିଲା ପଟି

ଶେଷ ଡାଏରି ୨୦୧୮ ଜୁନ ୨୪ ରାତିରେ ଲେଖା ହୋଇଥିଲା। ଜୁନ୍ ୨୪ରୁ ୩୦ ସାତ ଦିନ ଯାଏ ବରଗଛ ପୂଜା କରିବାକୁ ଡାଏରିରେ ଲେଖାଯାଇଥିଲା। ସାତ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଘରର ସମସ୍ତ ସଦସ୍ୟ ଠିକ୍ ଢଙ୍ଗରେ କଲେ ମୋକ୍ଷ ମିଳିଯିବ। ବରଗଛର ଓହଳ ଭଳି ବେକରେ ରଶି ବାନ୍ଧି ଝୁଲିବାକୁ କୁହାଯାଇଥିଲା। ଘରେ ଅଳ୍ପ ଆଲୁଅ ରହିବ। ଶୁଣିବା, କହିବା, ଦେଖିବା ବନ୍ଦ। ଏ ସମ୍ପର୍କରେ କେହି ବାହାର ଲୋକଙ୍କୁ ଜଣାଇବେ ନାହିଁ।

ରହସ୍ୟମୟ ଡିଙ୍ଗା ଡିଙ୍ଗା ଭାଇରସ୍
Mysterious Dinga Dinga Virus: ଡରାଉଛି ରହସ୍ୟମୟ ଭାଇରସ ଡିଙ୍ଗା ଡିଙ୍ଗା, ଅଥୟ ହୋଇ ନାଚୁଛନ୍ତି ରୋଗୀ

ଡିଙ୍ଗା ଡିଙ୍ଗା ସଂକ୍ରମିତଙ୍କ ଠାରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଏହି ରୋଗରେ ପୀଡିତଙ୍କୁ ପ୍ରବଳ ଜ୍ୱର ହେଉଛି । ଏହା ବ୍ୟତୀତ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି ରୋଗୀ । ଡିଙ୍ଗା ଡିଙ୍ଗାର ଅନ୍ୟତମ ସାଧାରଣ ଲକ୍ଷଣ ହେଉଛି ଅଦ୍ଭୁତ ଭାବରେ ନାଚିବା । ଏହି ସଂକ୍ରମଣ ହେତୁ ଲୋକମାନେ ନିଜ ଶରୀରରେ କମ୍ପନ ଅନୁଭବ କରନ୍ତି ଏବଂ ରୋଗୀଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼େ ।

Balasore couple
ଦୁଆରୁ ଲିଭିନି ବାହାଚିତା, କୋଳକୁ ଆସିନି ସନ୍ତାନ; ଏକାଠି ଉଠିବ ସ୍ୱାମୀ-ସ୍ତ୍ରୀଙ୍କ କୋକେଇ

ଦୁଆରୁ ଲିଭିନି ବାହାଚିତା । ହେଲେ ଏପଟେ ଚିତା ଜଳିବ ବୋଲି ଏକାଠି ହେଲେଣି ମାଲଭାଇ । କାନ୍ଦବୋବାଳିରେ ଫାଟି ପଡୁଛି ଘର । ଜନ୍ମକଲା ମା’ର ଅନ୍ତର ଆତ୍ମା ଫାଟି ପଡୁଛି ।

Mystery Ship
Mystery Ship: ୧୨୦ ବର୍ଷ ପୂର୍ବେ ନିଖୋଜ ଜାହାଜର ମିଳିଲା ସନ୍ଧାନ; ୫୨୫ ଫୁଟ ପାଣି ତଳୁ ମିଳିଲା ଧ୍ୱଂସାବଶେଷ

୧୨୦ ବର୍ଷ ପରେ ମିଳିଲା ନିଖୋଜ ଜାହାଜ । ୧୯୦୪ ମସିହାରେ ଏକ ଭୟଙ୍କର ସାମୁଦ୍ରିକ ଝଡରେ ନିଖୋଜ ହୋଇଯାଇଥିଲା ଏହି ଜାହାଜ । 

Mysterious Events
ଉଠିପାରୁନି ଏହି ରହସ୍ୟରୁ ପରଦା

ଆମ ପୃଥିବୀ ପୃଷ୍ଠରେ ଆଜି ବି ଏପରି ରହସ୍ୟମୟ ଘଟଣା ଅଛି ଯାହାର ଥଳ କୂଳ ବୈଜ୍ଞାନିକମାନେ ମଧ୍ୟ ପାଉ ନାହାନ୍ତି। ଏହିସବୁ ଘଟଣା ସହିତ ଜଡିତ ଅନେକ ରହସ୍ୟମୟ କାହାଣୀ ଆଜି ବି ଜନସମାଜରେ ପ୍ରଚଳିତ। ଏଥିରେ ଜଡିତ କିଛି ସ୍ଥାନ ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ସାହସ କରନ୍ତି ନାହିଁ। ଏହିସବୁ ରହସ୍ୟ ପଛର ତଥ୍ୟକୁ ଜାଣିବା ନେଇ ବୈଜ୍ଞାନିକମାନେ ଅନେକ ଅନୁସନ୍ଧାନ କରିଛନ୍ତି, ହେଲେ ରହସ୍ୟ ଉପରୁ ପରଦା ଉଠି ନାହିଁ। ଏନେଇ ଏ ସ୍ଥାନ ଆଜି ବି କୌତୁହଳ ହୋଇ ରହିଛି।