Advertisment

Ram Lala's Pran Pratishtha: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ,ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗତବର୍ଷ ଆଜିର ଦିନରେ ଗର୍ଭଗୃହରେ ମର୍ଯାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।

author-image
Pallipuspa Samal
ଅଦ୍ୟତନ ହୋଇଛି
Ram Lala's Pran Pratishtha

Ram Lala's Pran Pratishtha

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗତବର୍ଷ ଆଜିର ଦିନରେ ଗର୍ଭଗୃହରେ ମର୍ଯାଦା ପୁରୁଷୋ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏଥିପାଇଁ ଶ୍ରୀରାମଙ୍କ ଦର୍ଶନ ଲାଗି ଅଯୋଧ୍ୟାରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ୨୦୨୪ ଜାନୁଆରୀ ୨୨ ତାରିଖ ପୌଷ ମାସ ଶୁଳ୍କପକ୍ଷ ଦ୍ବାଦଶୀ ତିଥିରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ତିଥି ଅନୁସାରେ ୧୧ ତାରିଖରେ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ ପୂରି ସାରିଛି।

Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଅବସରରେ ସୋସିଆଲ୍ ମିଡିଆ ଏକ୍ସରେ ଫଟୋ ସେୟାର କରିଛନ୍ତି ମୂର୍ତ୍ତି ନିର୍ମାଣ କରିଥିବା କର୍ଣ୍ଣାଟକର ସ୍ଥପତି ଅରୁଣ ଯୋଗୀରାଜ। ଗର୍ଭଗୃହରେ ପୂଜା ପାଉଥିବା ମୂର୍ତ୍ତି ଓ ପ୍ରାଣ ପ୍ରତିଷ୍ଠା ପୂର୍ବର ସିଂହାସନର ଫଟୋ ପୋଷ୍ଟ କରିଛନ୍ତି। ଅରୁଣ ଯୋଗୀରାଜ ଲେଖିଛନ୍ତି, ମୋ ଉପରେ ଆଶୀର୍ବାଦ ଥିବାରୁ ଏହି ସ୍ଥାନକୁ ପୂରଣ କରିପାରିଛି।

ସେପଟେ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବର୍ଷ ଉତ୍ସବ ପାଇଁ ରାଉରକେଲା ସହରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାମଲାଲାଙ୍କ ପାଇଁ ତିଆରି ହୋଇଛି ବିରାଟ ଲଡୁ । ଏହି ଲଡ଼ୁର ଓଜନ ପ୍ରାୟ ୧୨ କୁଇଣ୍ଟାଲ । ଲଡୁଟିକୁ ଏକ ବଡ ଟ୍ରଲରରେ ରଖାଯାଇ ରାମଙ୍କ ମୂର୍ତ୍ତି ସହ ସହର ପରିକ୍ରମା କରାଯାଇଥିଲା । ରାଉରକେଲା ସହରର ହକି ଭିଲେଜରୁ ରାଲି ବାହାରି ହନୁମାନ ବାଟିକା ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିରେ ବହୁ ସ୍କୁଲ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଏହା ସହ ନୃତ୍ୟ, ଗୀତ ସହ ତ୍ରିରଙ୍ଗା ରାଲି ମଧ୍ୟ କରାଯାଇଥିଲା।

Advertisment

Ayodhya Lord Ram Birthplace
Advertisment
Advertisment