୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଭିଡ଼ ଜମୁଛି। ଗତକାଲି କିଛି ଶ୍ରଦ୍ଧାଳୁ ଡଙ୍ଗାରେ ସ୍ନାନ କରିବା ପାଇଁ ସଙ୍ଗମ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଆକାଶମାର୍ଗରେ MI-17 ହେଲିକପ୍ଟର୍ରୁ ଦର୍ଶକଙ୍କ ଉପରେ ହୋଇଥିଲା ପୁଷ୍ପ ବର୍ଷା। ଏପରି ଭାବରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ପାଳନ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ।
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ମିଳିତ ପରେଡ୍ ଅଭିବାଦନ ଗ୍ରହଣ କରିବେ। ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟଗଣ୍ୟ ଅତିଥି।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କହିଲେ, କେଜରିୱାଲ ବଡ ମିଛୁଆ । ସେ କଣ ସବୁ କରିଛନ୍ତି, ଗୋଟି ଗୋଟି କରି କହିଲେ । ବିଜେପି କଣ କରିବ, ସେ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲେ ।
ଗୁଗୁଲ୍ ମ୍ୟାପ୍ ଦୁଇ ବିଦେଶୀଙ୍କୁ ଭୁଆଁ ବୁଲାଇବା ଫଳରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଗୁରୁବାର ରାତିରେ ଚୁରାଇଲି ଡ୍ୟାମ୍ ନିକଟରେ ପହଞ୍ଚିଥିଲେ । ସ୍ଥାନୀୟ ଗ୍ରାମବାସୀ ରାତିରେ ସେମାନଙ୍କୁ ଦେଖିଥିଲେ ।
କପାଳରେ ଚିତା, ହାତ ଓ ବେକରେ ରୁଦ୍ରାକ୍ଷ ମାଳ। ମହାକୁମ୍ଭ ମେଳାରେ ଗେରୁଆ ବସ୍ତ୍ର ପିନ୍ଧି ତ୍ରିବେଣୀ ସଙ୍ଗମରେ ତିଳୋତର୍ପଣ କରୁଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ଦର୍ଶକ ବନ୍ଧୁ ଏ କୌଣସି ଏଆଇ ଏଡିଟେଡ ଫଟୋ କି ଭିଡିଓ ନୁହେଁ, ସାଂସଦ ନିଜେ ସୋସିଆଲ ମିଡିଆରେ ଏହି ସବୁ ଫଟୋ ପୋଷ୍ଟ କରିଛନ୍ତି।
ଭାରତୀୟ ରେଳ ବିଭାଗର ଡ୍ରିମ୍ ପ୍ରୋଜେକ୍ଟ ସଫଳ ହୋଇଛି । କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତୁତି ଶେଷହେବା ପରେ ଆଜି ଏହାର ଟ୍ରାଏଲ୍ରନ୍ କରାଯାଇଛି ।
ଗୌତମ ଆଦାନୀଙ୍କର ଦୁଇଟି ପୁଅ ଅଛନ୍ତି । ବଡ ପୁଅଙ୍କ ନାମ କରଣ ଆଦାନୀ ଏବଂ ସାନପୁଅଙ୍କ ନାଁ ହେଉଛି ଜିତ୍ ଅଦାନୀ । ସାନପୁଅ ଜିତ୍ ଆଦାନୀ ନଭେମ୍ବର ୭, ୧୯୯୭ରେ ଜନ୍ମଗ୍ରହଣ କରିଥିଲେ। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । କରଣ ଓ ଜିତ୍ ଉଭୟ ବିଦେଶରେ ପାଠ ପଢ଼ିବା ସହ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି । ଜିତ୍ ଏବେ ଆଦାନୀ ଗ୍ରୁପରେ ଉପସଭାପତି ଭାବେ କାମ କରୁଛନ୍ତି।
ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ପୁଣି ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି ।
କାଶ୍ମୀର ଉପତ୍ୟକାର ପ୍ରସିଦ୍ଧ ଚିନାର ଗଛଗୁଡ଼ିକର ଏପରି ଜିଓ ଟ୍ୟାଗିଂ କରାଯାଉଛି । ଗଛଗୁଡ଼ିକୁ ସଂରକ୍ଷଣ ଏବଂ ସୁରକ୍ଷା ଦେବା ପାଇଁ ଅଧିକାରୀମାନେ ଉପତ୍ୟକାର ପ୍ରତ୍ୟେକ ଚିନାର ଗଛକୁ ଜିଓ-ଟ୍ୟାଗ୍ କରୁଛନ୍ତି ।
GBS ଏକ ବିରଳ ସ୍ନାୟୁଗତ ରୋଗ । ହସ୍ପିଟାଲରେ ଥିବା ୫୯ ଜଣଙ୍କ ମଧ୍ୟରୁ ୧୨ ଜଣ ଭେଣ୍ଟିଲେଣ୍ଟରରେ ଚିକିତ୍ସାଧିନ ରହିଛନ୍ତି ।
କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ କହିଛନ୍ତି, କିନ୍ନର ଆଖଡ଼ା ପକ୍ଷରୁ ମମତାଙ୍କୁ ମହାମଣ୍ଡଳେଶ୍ୱର କରାଯାଇଛି। ମହାମଣ୍ଡଳେଶ୍ୱର ହେବା ପରେ ତାଙ୍କର ନାଁ ପରିବର୍ତ୍ତନ କରାଯାଇଛି। ନୂଆ ନାଁ ରହିଛି ଶ୍ରୀ ୟମାଇ ମମତା ନନ୍ଦଗିରି।
କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା ଦେବା ନିମନ୍ତେ ପୋଶ (POSH) ଆକ୍ଟ ରହିଛି। ବର୍ତ୍ତମାନ ଏହି ଆଇନକୁ ଆହୁରି ମଜବୁତ କରିଛନ୍ତି କୋର୍ଟ। ଅନିଚ୍ଛା ସତ୍ତ୍ବେ ହାତ ମିଳାଇବାକୁ ଯୌନ ଶୋଷଣ ଭାବରେ ବିବେଚନା କରାଯିବ।
ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଛାତ ଭୁଶୁଡି ପଡିଲା । ଚାପି ହୋଇ ରହିଗଲେ ୧୨ ଜଣ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ୮ ଜଣଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣର କାରଣ ଜଣାପଡିନାହିଁ । ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଡ୍ରୋନ ଗୁଡିକ ବିନା ପାଇଲଟରେ କାର୍ଯ୍ୟ କରିବାରେ ସିଦ୍ଧହସ୍ତ। ଏହା ବ୍ୟତୀତ କେବଳ ଯୁଦ୍ଧ ନୁହେଁ ଅନ୍ୟାନ୍ୟ ମିଶନ ଗୁଡିକ ପାଇଁ ମଧ୍ୟ ଡ୍ରୋନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରେସକ୍ୟୁ ଅପରେସନ ଠାରୁ ଆରମ୍ଭ କରି ତଥ୍ୟ ସଂଗ୍ରହରେ ଏହି ଡ୍ରୋନ ଗୁଡିକର ଭୂମିକା ସବୁଠୁ ଆଗରେ।
ସଂକ୍ରାନ୍ତିରେ ଘରକୁ ଯାଇଥିଲେ ସଂପୃକ୍ତ ଛାତ୍ର। ପରିବାର ସହ ଖୁସିରେ ୨ଦିନ ସମୟ ବିତାଇଥିଲେ। ୨୩ ତାରିଖରେ ତଥା ଗତକାଲି ୯ଟା ସମୟରେ କଲେଜରେ ପହଞ୍ଚିଥିଲେ ସଂପୃକ୍ତ ଛାତ୍ର । ନିଜ ସହଯୋଗୀଙ୍କ ସହ କ୍ଲାସ କରିଥିଲେ।
ରାଜ ପରିବାରରେ ବିବାହ ଭାଙ୍ଗିବା ଭଳି ପଦକ୍ଷେପ ଏତେ ସହଜ ନଥିଲା । ଏଥିରେ ଇନ୍ଦିରାଙ୍କ ପିତା ଓ ମାତା ଝିଅ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଆଉ ଏପରି ସମୟରେ କୁଚ ବିହାର ରାଜାଙ୍କୁ ବିବାହ କରିବା କଥା ବାପାମା’ଙ୍କ ଆଗରେ ରଖିବା ଭାରି କଠିନ ଥିଲା । ଜିତେନ୍ଦ୍ର ନାରାୟଣ ମହାରାଜା ଶ୍ରୀପେନ୍ଦ୍ର ନାରାୟଣ ଏବଂ ରାଣୀ ସୁନୀତି ଦେବୀଙ୍କ ଦ୍ୱିତୀୟ ପୁତ୍ର ଥିଲେ । ବିବାହ ପାଇଁ ଇନ୍ଦିରାଙ୍କ ପିତାମାତା ସହମତି ଦେଇନଥିଲେ ।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କନଷ୍ଟେବଲ ଜିତେନ୍ଦ୍ର ସିଂହ ତନୱାର ଜଣେ ବ୍ୟକ୍ତିଙ୍କ ବାଇକ୍ ପଛରେ ବସିଛନ୍ତି। ବିନା ହେଲମେଟ୍ରେ ହାତରେ ସିଗାରେଟ୍ ଧରି ବିଚ୍ ରାସ୍ତାରେ ରିଲ୍ସ କରୁଛନ୍ତି। ପୁଷ୍ପା ଫିଲ୍ମର ଡାଇଲଗ୍ ମଧ୍ୟ କହୁଛନ୍ତି।
ପିଲାଟି ଟିଫିନ ଖାଇବା ପରେ ସ୍କୁଲ ଯିବା ପାଇଁ ଜୋତା ପିନ୍ଧିବାକୁ ବାହାରିଥିଲା। ହେଲେ ସେ କ’ଣ ଜାଣିଥିଲା, ସ୍କୁଲ ଜୋତା ଭିତରେ ତାକୁ ଅପେକ୍ଷା କରିଛି ମୃତ୍ୟୁ।
ଦିନେ ଏକ ଡଲାରର ମୂଲ୍ୟ ୩ ଟଙ୍କା ୩୦ ପଇସା ଥିଲା। ଆଜି ୮୬ ଟଙ୍କା ପାର୍ ହେଲାଣି। କିନ୍ତୁ ଆରବିଆଇର ପୂର୍ବତନ ଗଭର୍ଣ୍ଣନର କହିଲେ ଚିନ୍ତା କରିବାର କିଛି ନାହିଁ।
କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।
ମାଧବୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ପରେ ପ୍ରେସର କୁକରରେ ସିଝାଇ ଥିଲା। ସିଝିଗଲା ପରେ ହାଡ ଓ ମାଂସ ଅଲଗା କରିଥିଲା। ତା’ପରେ ହେମଦସ୍ତାରେ ସିଝି ଯାଇଥିବା ଶରୀରକୁ ଛେଚି ଖଣ୍ଡ ବିଖଣ୍ଡିତ କରିଥିଲା। ଏହାପରେ ସେ ୩ ଦିନ ଧରି ସେ ଗୁଡ଼ିକୁ ପ୍ରେସର କୁକୁରରେ ଆଉ ଥରେ ସିଝାଇଥିଲା।