• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅଭିଯୁକ୍ତ ହେଲେ ବି ମାଆ ପାଖରେ ରହିବ ଛୋଟ ପୁଅ। ମାଆର ହେପାଜତରେ ରହିବ ପୁଅ । ପତ୍ନୀ ଦ୍ୱାରା ରୁଜୁ ହୋଇଥିବା ଏକାଧିକ ମାମଲାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ବେଙ୍ଗାଲୁରୁ ସଫ୍ଟୱେର୍ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ନାବାଳକ ପୁଅ ମାଆ ପାଖରେ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅତୁଲଙ୍କ ମାଆ ଅଞ୍ଜୁ ଦେବୀ ନିଜ ନାତିକୁ ପାଖରେ ରଖିବା ପାଇଁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଅ ତା’ ର ମାଆ ନିକିତା ସିଂଘାଣିଆ ପାଖରେ ରହିବ । ଅତୁଲଙ୍କ ଆତ୍ମହତ୍ୟା ପରେ ନିକିତା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ କେସ୍ ଚାଲିଛି । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଏସ ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ବାସ୍ତବରେ ନାତି ପାଇଁ ତାଙ୍କ ଜେଜେ ମାଆ ଅପରିଚିତ । ଦୁଇ ଜଣଙ୍କ ମଧ୍ୟରେ ଏତେ ଜଣାଶୁଣା ନାହିଁ ।

ଅତୁଲଙ୍କ ପୁଅ ଏବେ ହରିୟାଣାରେ ଏକ ବୋର୍ଡିଂ ସ୍କୁଲରେ ରହି ପାଠ ପଢୁଛି । ଏହି ଛୋଟ ପିଲାର ଅବସ୍ଥା ସଂପର୍କରେ ସୁପ୍ରିମକୋର୍ଟ ହରିୟାଣା ସରକାର ଓ ମାଆ ନିକିତା ସିଂଘାଣିଆ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ: ତାରିଖ ପରେ ତାରିଖ, ଲାଞ୍ଚ ପରେ ଲାଞ୍ଚ; ୪ ଜଣଙ୍କ ନାଁରେ ଏତଲା

ଅତୁଲଙ୍କ ମାଆ ଅଞ୍ଜୁ ଦେବୀ ପ୍ରାର୍ଥନା କରିଥିଲେ ଯେ, ଏତେ କମ୍ ବୟସରେ ମୋ ନାତିକୁ ବୋର୍ଡିଂ ସ୍କୁଲକୁ ଛଡାନଯାଉ । ଅତୁଲଙ୍କ ମୃତ୍ୟୁ ଘଟଣାରେ ନିକିତାଙ୍କ ଭୂମିକା ରହିଛି । କୋର୍ଟ କହିଥିଲେ ଯେ, ଏହି ମାମଲାରେ ନିକିତା ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ଗଣମାଧ୍ୟମର ରିପୋର୍ଟ ଆଧାରରେ କିଛି ବି ଚୂଡାନ୍ତ ନିଷ୍କର୍ସ ବାହାର କରାଯାଇପାରିବ ନାହିଁ ।

ସୁଇସାଇଡ୍ ନୋଟରେ କ’ଣ ଲେଖିଥିଲେ ଅତୁଲ୍

ବେଙ୍ଗାଲୁରର ମୁନ୍ନେକୋଲାଲରେ ରହୁଥିବା ଉତ୍ତର ପ୍ରଦେଶ ବାସିନ୍ଦା ଅତୁଲ ସୁଭାଷ ଜଣେ IT ଇଞ୍ଜିନିୟର୍ ଥିଲେ । ୨୦୨୪ ଡିସେମ୍ୱର ୯ ତାରିଖରେ ତାଙ୍କ ମୃତଦେହ ସେ ରହୁଥିବା ଆପାର୍ଟମେଣ୍ଟରୁ ମିଳିଥିଲା । ସେ ୨୦୧୯ରେ ନିକିତା ସଂଘାଣିଆଙ୍କୁ ବିବାହ କରିଥିଲେ । ନିକିତା ମଧ୍ୟ ଜଣେ IT ଇଞ୍ଜିନିୟର୍ । ତେବେ ବିବାହର କିଛି ବର୍ଷ ପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ।

ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ୍ ୨୪ ପୃଷ୍ଠାର ଏକ ନୋଟ୍ ଓ ୮୧ ମିନିଟର ଏକ ଭିଡିଓ ଛାଡି ଯାଇଛନ୍ତି । କେସ୍ ପରେ କେସ୍ ଦେଇ ତାଙ୍କ ପତ୍ନୀ ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ସେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ପତ୍ନୀ ତାଙ୍କୁ ୯ଟି ମିଛ ମାମଲାରେ ଛନ୍ଦିଥିଲେ । ହତ୍ୟା ଉଦ୍ୟମ, ଯୌତୁକ ନିର୍ଯ୍ୟାତନା ଓ ଅପ୍ରାକୃତିକ ଯୌନ ସଂପର୍କ ଭଳି ଅଭିଯୋଗ ତାଙ୍କ ନାମରେ ଅଣାଯାଇଥିଲା । କେତେକ ମାମଲାରେ ତାଙ୍କ ପରିବାର ଲୋକଙ୍କ ନାଁ ମଧ୍ୟ ଯୋଡାଯାଇଥିବା କହିଥିଲେ ଅତୁଲ୍ । ସେ ଏକ ଗୁରୁତର ଅଭିଯୋଗ ଆଣିଥିଲେ ଯେ, ଉତ୍ତର ପ୍ରଦେଶର ପରିବାର ଅଦାଲତ ଜଜ୍ ପକ୍ଷପାତିତା କରୁଥିଲେ ।

ମର୍ଦ୍ଦ୍ କୋ ଭି ଦର୍ଦ୍ଦ୍ ହୋତା ହେ । ପୁରୁଷକୁ ବି କଷ୍ଟ ହୁଏ । କହିନପାରେନି କି ସହିପାରେନି । ଆଉ ଯନ୍ତ୍ରଣା ସୀମା ଟପିଲେ ବେଳେ ବେଳେ ଚରମ ପରିଣତିର ରୂପ ନିଏ, ଅତୁଲ ସୁଭାଷଙ୍କ ଭଳି । ବିବାହ ବିଚ୍ଛେଦ ପାଇଁ ୩ କୋଟି ଟଙ୍କା ମାଗୁଥିବା ଏବଂ ୯ଟି ମିଛ ମାମଲା କରିଥିବା ପତ୍ନୀଙ୍କୁ ଦାୟୀ କରି ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷ ନିଜ ଜୀବନ ହାରିବା ପରେ ସାରା ଦେଶରେ ତେଜିଥିଲା ବିତର୍କ । ଅଭିଯୁକ୍ତ ନିକିତା ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରାଯାଇଥିଲା । ପରେ ସେମାନେ ଜାମିନରେ ଆସିଛନ୍ତି । 

ଅଧିକ ପଢନ୍ତୁ: AI ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ମାମଲା; ଜେଲ୍ ଗଲେ ପତ୍ନୀ ନିକିତା-ଶାଶୁ-ଶାଳକ

OTV is now on Whatsapp

Join and get latest news update delivered to you via whatsapp

Join Now