ଡୋମାରାଜୁ ଗୁକେଶ ଏବେ ସିଙ୍ଗାପୁରଠାରେ ବିଶ୍ୱ ଚାମ୍ପିୟନ ହୋଇ ଖୁବ୍ କମ ବୟସରେ ଏକ ଅନନ୍ୟ ସଫଳତାର ଅଧିକାରୀ ହୋଇପାରିଛନ୍ତି । ୧୮ ବର୍ଷ ୬ ମାସ ଓ ୧୫ଦିନରେ ସେ ଚେସ୍ ଜଗତର ସର୍ବକନିଷ୍ଠ ବିଜେତା ହେବା ନିଶ୍ଚିତ ଭାବେ ଅବିସ୍ମରଣୀୟ।
ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସୁବିଧା ପହଞ୍ଚାଇବା ଆମ ସରକାରଙ୍କ ଦାୟିତ୍ୱ । ପୂଜାର୍ଚ୍ଚନା ସହ ଅକ୍ଷୟ ବଟ ପରିକ୍ରମା କଲେ ପ୍ରଧାନମନ୍ତ୍ରୀ ।
ଫ୍ୟାନ୍ଙ୍କ ମୃତ୍ୟୁ ପାଇଁ ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ ଅର୍ଜୁନ। ତଳକୋର୍ଟଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ନିର୍ଦ୍ଦେଶ ପରେ ଆଶ୍ବାସନା ଆଣିଲା ତେଲେଙ୍ଗାନା ହାଇକୋର୍ଟଙ୍କ ଜାମିନ୍ ଆଦେଶ।
ଅଦାନୀ ପ୍ରସଙ୍ଗ ପରେ କହିଥିଲେ ଚାଷୀଙ୍କ ସମସ୍ୟା କଥା । ହିମାଚଳ ପ୍ରଦେଶର ସେଓ ଚାଷୀଙ୍କ ଦୁଃଖ ବଖାଣିବାକୁ ଯାଇ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା କଥା ଉଠାଇଲେ । ହିମାଚଳ ପ୍ରଦେଶ ସରକାର ଚାଷୀଙ୍କ କଥା ଆଦୌ ବୁଝୁନାହାନ୍ତି । ସେମାନଙ୍କ ଦୁଃଖ ଶୁଣୁନାହାନ୍ତି, କେବଳ ପୁଞ୍ଜିପତିଙ୍କ ପାଇଁ କାମ କରୁଥିବା କହିଥିଲେ ପ୍ରିୟଙ୍କା । ଚାଷୀମାନେ ସର୍ବନିମ୍ନ ଦର ପାଉନାହାନ୍ତି ।
ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।
ଚେସରେ ଟାଇଟଲ୍ ହାସଲ କରି ଦେଶର ନାଁ ରଖିଲେ ଗୁକେଶ । କିନ୍ତୁ ସଫଳତାର ଶ୍ରେୟ ନେବାକୁ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆରେ ଚାଲିଛି ଯୁଦ୍ଧ ।
ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ ।
ଓଡିଶାରେ କୋଇଲା ଆବଣ୍ଟନରେ ଦୁର୍ନୀତି ହୋଇଥିବାର ଆସିଥିଲା ଅଭିଯୋଗ । ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଏକ କୋର୍ଟ ଶୁଣାଇଲେ ରାୟ ।
ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିତର୍କରେ ଭାଗ ନେବେ । ସେହିପରି ୧୬ ଓ ୧୭ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବ ବିତର୍କ ।
ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ଭିତରେ ତ୍ରିଚି ରୋଡରେ ଥିବା ସିଟି ହସ୍ପିଟାଲରେ ହଠାତ୍ ନିଆଁ ଲାଗିଥିଲା । ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପିଥିଲା ।
ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ ।
ଏମିତି ଜଣେ ବ୍ୟକ୍ତି ଯିଏ ୧୬ ବର୍ଷରେ ପାଶ୍ କଲେ ଡାକ୍ତରୀ, ୨୨ ବର୍ଷରେ ହେଲେ IAS। ହେଲେ ଚାକିରି ଛାଡ଼ି ଠିଆକଲେ ୨୬ ହଜାର କୋଟିର କମ୍ପାନୀ।
ଇପିଏଫଓ ହିତାଧିକାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସହଜରେ ଉଠାଇ ପାରିବେ ଟଙ୍କା। ସରଳ ହେବ ବ୍ୟବସ୍ଥା। ଏଥି ପାଇଁ ଶ୍ରମ ମନ୍ତ୍ରଣାଳୟ କରୁଛି ବଡ଼ ଯୋଜନା।
ଉଦ୍ଧାର କରିବେ କଣ, ଦୁର୍ଘଟଣାରେ ମୃତ ମହିଳାଙ୍କ ହାତରୁ କାଢିନେଲେ କଙ୍କଣ। ତା’ପରେ ଛାଡ଼ି ପଳାଇଲେ। ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।
କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍।
ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ ।
ଦିନେ ପାକିସ୍ତାନ ଅତ୍ୟାଚାରରୁ ବାଂଲାଦେଶକୁ ସ୍ୱାଧୀନ କରାଇଥିଲା ଭାରତ । ହେଲେ ସେଇ ବାଂଲାଦେଶ ମୁହଁରେ ଆଜି ଭାରତ ବିରୋଧୀ ସ୍ୱର ! ତେବେ ବିଏନପି ନେତା ଏମିତି କହିବା ପୂର୍ବରୁ ନିଜ ସ୍ଥିତିକୁ ବି ଥରେ ଦେଖି ନେବା କଥା । ଭାରତର ଶକ୍ତି ପାଖରେ ବାଂଲାଦେଶର ସାମରିକ ସ୍ଥିତି କ’ଣ ଆସନ୍ତୁ ଦେଖିବା ।
ବେଙ୍ଗଳୁରୁରେ ଅତୁଲଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭିତରେ ମହିଳାଙ୍କ ଦ୍ୱାରା ଆଇନର ଦୁରୁପଯୋଗ ବଢ଼ିଚାଲିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।
ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା ।
କୋଟିପତି ଭିକାରି । ସମ୍ପତ୍ତି ସାଢେ ୭ କୋଟି ଟଙ୍କା ! ମାସକୁ ରୋଜଗାର ୬୦ ହଜାରରୁ ୭୫ ହଜାର । ଏ ଭିକାରି କେବଳ ଆମ ଦେଶର ଧନୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ ।
ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ।
ସବୁଠାରୁ ଧନୀ ଭିକାରୀର ସମ୍ପତ୍ତି ସାଢେ ୭ କୋଟି ଟଙ୍କା ! କେବଳ ଆମ ଦେଶର ସେ ଧନୀ ଭିକାରୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ ।
ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ ଭାବରେ ନାମିତ କରାଯାଇଥିଲା ।
ଚାଲାକ୍ ହେବା ଭଲ ହୋଇପାରେ କିନ୍ତୁ ଅତି ଚାଲାକ ହେଲେ ଖରାପ । ଜଣେ ରାଜନେତା ଜର୍ମାନୀର ନାଗରିକ ଥାଇ ଭାରତରେ ନିର୍ବାଚନ ଲଢୁଥିଲେ । ଥରେ କି ଦୁଇ ଥର ନୁହେଁ, ୪ ଥର ବିଧାୟକ ଭାବେ ଜିତିଛନ୍ତି । ହାଇକୋର୍ଟ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜନେତା ଆଉ ଭାରତରେ ନିର୍ବାଚନ ଲଢିପାରିବେନି ।
୯୨ ବର୍ଷ ବୟସରେ ନିଜ ବାସଭବନରେ ଏସ୍ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସ୍ଏମ୍ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ।