Advertisment

Girlfriend sentences to Death: ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

୨୦୨୨ରେ ବୟଫ୍ରେଣ୍ଡ ଶାରନ ରାଜଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଗ୍ରୀଷ୍ମା। ଉଭୟ ପରସ୍ପରକୁ ପ୍ରେମ କରୁଥିବା ବେଳ ଗ୍ରୀଷ୍ମା ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ।

author-image
Saroj Kumar Jena
Girlfriend

Girlfriend

ପ୍ରେମିକକୁ ବିଷ ଦେଇ ହତ୍ୟା କରିଥିବା ପ୍ରେମିକାକୁ ଫାଶୀ ଦଣ୍ଡ ପ୍ରଦାନ କରିଛନ୍ତି କୋର୍ଟ। ୨୪ ବର୍ଷୀୟା ଗ୍ରୀଷ୍ମାଙ୍କୁ କୋର୍ଟ ଜାନୁୟାରୀ ୧୭ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ। ସୋମବାର ରାୟ ପ୍ରକାଶ ପାଇଥିବା ବେଳେ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୨ରେ ବୟଫ୍ରେଣ୍ଡ ଶାରନ ରାଜଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଗ୍ରୀଷ୍ମା। ଉଭୟ ପରସ୍ପରକୁ ପ୍ରେମ କରୁଥିବା ବେଳ ଗ୍ରୀଷ୍ମା ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ। ତେବେ ଶାରନ ରାଜି ନ ହେବାରୁ ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଗ୍ରୀଷ୍ମା।

Advertisment

ଥିରୁଅନନ୍ତପୁରମ ଅତିରିକ୍ତ ଜିଲ୍ଳା ଦୌରାଜଜଙ୍କ କୋର୍ଟର ବିଚାରପତି ଗ୍ରୀଷ୍ମାଙ୍କୁ ଫାଶୀ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦାଦା ନିର୍ମଳ କୁମାରଙ୍କୁ ୩ ବର୍ଷର ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। ତେବେ ଗ୍ରୀଷ୍ମାଙ୍କ ମା’କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। କୋର୍ଟ ଏହାକୁ ବିରଳରୁ ବିରଳ ମାମଲା ଭାବେ ଦର୍ଶାଇବା ସହ ଫାଶୀ ସଜା ଶୁଣାଇଥିଲେ। ଅଭିଯୁକ୍ତ ଗ୍ରୀଷ୍ମା ଜଣେ ଭଲ ଛାତ୍ରୀ ଓ ତାଙ୍କର ଭବିଷ୍ୟତ ରହିଛି ବୋଲି ତାଙ୍କ ଓକିଲ ଯୁକ୍ତି କରିଥିଲେ। ସେହିପରି ଜେଲରେ ରହିବା ସହିତ ତାଙ୍କ ବ୍ୟବହାରରେ ସୁଧାର ଆସିଥିବାରୁ ତାଙ୍କୁ ଫାଶୀ ନ ଦେବା ପାଇଁ ଯୁକ୍ତି କରାଯାଇଥିଲା। ତେବେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Advertisment

ଥିରୁଅନନ୍ତପୁରମ ନିକଟସ୍ଥ ପରାସାଲ୍ଲାରେ ଶାରୋଦ ରାଜଙ୍କ ଘର। ଅକ୍ଟୋବର ୨୫, ୨୦୨୨ରେ ତାଙ୍କର ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିବାରୁ ମୃତ୍ୟୁ ହୋଇଥିଲା। ପୋଷ୍ଟମର୍ଟମରୁ ବିଷକ୍ରିୟା ସ୍ପଷ୍ଟ ହୋଇଥିଲା। ତଦନ୍ତରୁ ପ୍ରେମିକା ଗ୍ରୀଷ୍ମା ବିଷ ଦେଇଥିବା ସ୍ପଷ୍ଟ ହୋଇଥିଲା। ଅକ୍ଟୋବର ୧୪ ତାରିଖରେ ତାମିଲନାଡୁର କନ୍ୟାକୁମାରୀରେ ରହୁଥିବା ଗ୍ରୀଷ୍ମା ଶାରୋନଙ୍କୁ ନିଜ ଘରକୁ ଡାକିଥିଲେ।

ଆୟୁର୍ବେଦିକ ପାନୀୟରେ ବିଷ ମିଶାଇ ସେ ଶାରୋନଙ୍କୁ ପିଇବାକୁ ଦେଇଥିଲେ। ଗ୍ରୀଷ୍ମାଙ୍କ ଘରୁ ଫେରିବା ପରଠାରୁ ଶାରୋନଙ୍କ ବାନ୍ତି ହୋଇଥିଲା। ଶରୀର ଭିତରର ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇ ପଡିଥିଲା। ଏପରିକି ଚିକିତ୍ସା କରିବା ପାଇଁ କେଉଁ ବିଷ ଦେଇଛନ୍ତି ବୋଲି ଗ୍ରୀଷ୍ମାଙ୍କୁ ପଚାରିଥିଲେ ଶାରୋନଙ୍କ ପିତା ମାତା। ଗ୍ରୀଷ୍ମା ଏହାର ଉତ୍ତର ନ ଦେବା ଫଳରେ ଶାରୋନଙ୍କ ମୃତ୍ୟୁ ଘଟିଥିଲା। ପ୍ରେମ କରୁଥିବା ପୁରୁଷ ସହିତ ଧୋକା କରିବା ଓ ତାଙ୍କର ହତ୍ୟା କରିବା ସମାଜକୁ ଏକ ଭୁଲ ସନ୍ଦେଶ ଦେବ। ତେଣୁ ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢନ୍ତୁ : ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

Capital Punishment Verdict
Advertisment
Advertisment