/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737806208.jpg)
BJP final manifesto Releases
ଦିଲ୍ଲୀ ବ୍ୟାଟେଲ୍ ପାଇଁ ବିଜେପିର ସଜବାଜ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ଏବଂ ଶେଷ ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ର ଘୋଷଣା କରିଛି ବିଜେପି । ଏହି ସଂକଳ୍ପ ପତ୍ର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ଏଥିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ନିଶାନା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ । ସେ କହିଛନ୍ତି ‘ମୋ ଦେଖିବାରେ କେଜରିୱାଲ ସବୁଠୁ ବଡ଼ ମିଛୁଆ । କେଜରିୱାଲ ଯାହା କୁହନ୍ତି ତାହା ପୂରଣ କରନ୍ତି ନାହିଁ । କେଜରିୱାଲଙ୍କ ସମୟରେ ସବୁଠୁ ବଡ଼ ଦୁର୍ନୀତି ହୋଇଛି ।'
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଆପ୍ ସରକାରର ବିଜ୍ଞାପନ ଖର୍ଚ୍ଚକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ମହଲା କ୍ଲିନିକ୍ ପ୍ରସଙ୍ଗ ଉଠାଇବା ସହ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ । ମହଲା କ୍ଲିନିକ୍ରେ ଅସ୍ତ୍ରୋପଚାର ହେଉଛି କି ବୋଲି ପଚାରି ସମାଲୋଚନା କରିଥିଲେ ଶାହ । ଦିଲ୍ଲୀବାସୀଙ୍କ ସମ୍ପତ୍ତିରେ କିଛି ବି ବୃଦ୍ଧି ହୋଇନାହିଁ କିନ୍ତୁ କେଜ୍ରିୱାଲ ୫୧ କୋଟିର ଶିସମହଲ କରିଛନ୍ତି । କେବଳ ଏତିକି ନୁହେଁ ୨୪ ହଜାର ୪୦୦ କୋଟିର ଜଳ ବୋର୍ଡ ଦୁର୍ନୀତି କରିଛନ୍ତି କେଜ୍ରିୱାଲ । ସେ ଆହୁରି କହିଛନ୍ତି ବିଜେପିର ସଂସ୍କୃତି ହେଲା ଯାହା କହିବୁ ତାହା କରିବୁ । କିନ୍ତୁ ତାଙ୍କ ସଂସ୍କୃତି ହେଲା ପ୍ରତିଶ୍ରୁତି ଦେଇ ଟା ଟା ବାଏ ବାଏ କରିବା ।
ଅଧିକ ପଢ଼ନ୍ତୁ: ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି କି ଭିକେ ପାଣ୍ଡିଆନ ?
ଦିଲ୍ଲୀରେ କ୍ଷମତାକୁ ଆସିଲେ ବିଜେପି ପ୍ରଥମ କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବ । ଦିଲ୍ଲୀରେ କ୍ଷମତାକୁ ଆସିବା ପରେ, ବିଜେପି ୩ ବର୍ଷ ମଧ୍ୟରେ ଯମୁନାକୁ ସଫା କରିବ ଏବଂ ଦିଲ୍ଲୀରେ ଗରିବ କଲ୍ୟାଣ ପାଇଁ ଜାରି ହୋଇଥିବା ଗୋଟିଏ ବି ଯୋଜନା ବନ୍ଦ ହେବ ନାହିଁ ବୋଲି ଶାହ କହିଛନ୍ତି । ଏଲପିଜି ସିଲିଣ୍ଡର ଉପରେ ୫୦୦ ଟଙ୍କା ସବସିଡି ମିଳିବ । ଦିଲ୍ଲୀରେ ସରକାର ଗଢିଲେ ପ୍ରତ୍ୟେକ ପରିବାରକୁ ହୋଲି ଏବଂ ଦୀପାବଳିରେ ଗୋଟିଏ ମାଗଣା ସିଲିଣ୍ଡର ଦେବ ବିଜେପି । ଏଥିରେ ବିଜେପିର ଦିଲ୍ଲୀ ନିର୍ବାଚନ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)