Advertisment

Top 10 Countries: ମିଲିଟାରୀ ଡ୍ରୋନ, ଏତିକି ନମ୍ବର ସ୍ଥାନରେ ରହିଛି ଭାରତ

ଡ୍ରୋନ ଗୁଡିକ ବିନା ପାଇଲଟରେ କାର୍ଯ୍ୟ କରିବାରେ ସିଦ୍ଧହସ୍ତ। ଏହା ବ୍ୟତୀତ କେବଳ ଯୁଦ୍ଧ ନୁହେଁ ଅନ୍ୟାନ୍ୟ ମିଶନ ଗୁଡିକ ପାଇଁ ମଧ୍ୟ ଡ୍ରୋନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରେସକ୍ୟୁ ଅପରେସନ ଠାରୁ ଆରମ୍ଭ କରି ତଥ୍ୟ ସଂଗ୍ରହରେ ଏହି ଡ୍ରୋନ ଗୁଡିକର ଭୂମିକା ସବୁଠୁ ଆଗରେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Drone

Drone

ଆଧୁନିକ ସମୟରେ ଯୁଦ୍ଧର ପରିଭାଷା ବଦଳି ଯାଇଛି। ପୂର୍ବରୁ ଯୁଦ୍ଧ କେବଳ ରଣଭୂମିରେ ଲଢା ଯାଉଥିଲା। ମାତ୍ର ବର୍ତ୍ତମାନର ସମୟରେ ଏହା ଅଧିକରୁ ଅଧିକ ଇଣ୍ଟେଲିଜେନ୍ସ ଉପରେ ନିର୍ଭରଶୀଳ ହୋଇଯାଇଛି। ଶତ୍ରୁ ପକ୍ଷ ଉପରେ ନିଜର ଦୃଷ୍ଟି ନିବଦ୍ଧ କରିବା ପାଇଁ ଡ୍ରୋନ ଉପରେ ସମସ୍ତ ରାଷ୍ଟ୍ର ଅଧିକ ନିର୍ଭରଶୀଳ। ତେବେ ସେନା ବ୍ୟବହାର କରୁଥିବା ଡ୍ରୋନ ଗୁଡିକୁ ମିଲିଟାରୀ ଡ୍ରୋନ ବୋଲି କୁହାଯାଇଥାଏ।

Advertisment

ଏହି ଡ୍ରୋନ ଗୁଡିକ ବିନା ପାଇଲଟରେ କାର୍ଯ୍ୟ କରିବାରେ ସିଦ୍ଧହସ୍ତ। ଏହା ବ୍ୟତୀତ କେବଳ ଯୁଦ୍ଧ ନୁହେଁ ଅନ୍ୟାନ୍ୟ ମିଶନ ଗୁଡିକ ପାଇଁ ମଧ୍ୟ ଡ୍ରୋନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରେସକ୍ୟୁ ଅପରେସନ ଠାରୁ ଆରମ୍ଭ କରି ତଥ୍ୟ ସଂଗ୍ରହରେ ଏହି ଡ୍ରୋନ ଗୁଡିକର ଭୂମିକା ସବୁଠୁ ଆଗରେ। ଆଜି ଆସନ୍ତୁ ନଜର ପକାଇବା ବିଶ୍ବର ୧୦ ଶକ୍ତିଶାଳୀ ରାଷ୍ଟ୍ର ଉପରେ ଯେଉଁମାନେ ମିଲିଟାରୀ ଡ୍ରୋନରେ ଅ଼ନ୍ୟ ମାନଙ୍କ ଠାରୁ ଆଗରେ ରହିଛନ୍ତି।

ମିଲିଟାରୀ ଡ୍ରୋନ ଗୁଡିକରେ ପାଇଲଟଙ୍କ ବ୍ୟବହାର ହୋଇନଥାଏ। ଯୁଦ୍ଧଭୂମିରେ ଜୀବନହାନିର ସମ୍ଭାବନା ଏହା ଦ୍ବାରା ଏଡାଇବା ସମ୍ଭବ ହୋଇଥାଏ। ଏହା ବ୍ୟତୀତ କୌଣସି ମିଶନରେ ଜିନିଷ ପତ୍ର ପଠାଇବା, ସରବରାହ ଓ ନଜର ରଖିବା ଏହା ଦ୍ବାରା ସହଜ ହୋଇ ପଡିଥାଏ।

Advertisment

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ

ତେବେ ଏହି ମାନବ ବିହୀନ ଯାନ ଚାଳନାରେ ଆମେରିକା ବିଶ୍ବରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଆମେରିକାରେ ସମୁଦାୟ ୧୩ ହଜାର ମିଲିଟାରୀ ଡ୍ରୋନ ଉପଲବ୍ଧ ରହିଛି। ଏମକ୍ୟୁ-୯ ରିପର, ଆରକ୍ୟୁ-୪ ଗ୍ଲୋବାଲ ହକ ଓ ଏମକ୍ୟୁ-୧ ପ୍ରିଡାଟର ମିଲିଟାରୀ ଡ୍ରୋନ ଗୁଡିକୁ ଆମେରିକା ସେନା ବ୍ୟବହାର କରିଥାଏ।

ମିଲିଟାରୀ ଡ୍ରୋନର ସଂଖ୍ୟା ଦୃଷ୍ଟିରୁ ଅନ୍ୟ କୌଣସି ଦେଶ ଆମେରିକା ନିକଟରେ ନାହାନ୍ତି। ଆମେରିକା ନିକଟରେ ୧୩ ହଜାର ମିଲିଟାରୀ ଡ୍ରୋନ ରହିଥିବା ବେଳେ ଏହା ବିଶ୍ବର ସବୁଠାରୁ ଅଧିକ ଡ୍ରୋନ ରଖିଥିବା ସ୍ପଷ୍ଟ ହୋଇଛି। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିବା ତୁର୍କୀ ନିକଟରେ ରହିଛି ୧୪୨୧ଟି ମିଲିଟାରୀ ଡ୍ରୋନ।

ଭାରତ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ଭାରତ ପାଖରେ ୬୨୫ଟି ମିଲିଟାରୀ ଡ୍ରୋନ ଉପଲବ୍ଧ ରହିଛି। ପୋଲାଣ୍ଡ (୧୨୦୯), ରୁଷିଆ(୧୦୫୦) ଓ ଜର୍ମାନୀ(୬୭୦) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଫ୍ରାନ୍ସ (୫୯୧), ଅଷ୍ଟ୍ରେଲିଆ (୫୫୭), ଦକ୍ଷିଣ କୋରିଆ(୫୧୮) ଓ ଫିନଲାଣ୍ଡ (୪୧୨) ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି। 

ଅଧିକ ପଢ଼ନ୍ତୁ: ଚଢାଉ ବେଳେ ED ଟିମ୍ ଉପରେ ହମଲା; ଜଣେ ଅଧିକାରୀଙ୍କ ସମେତ ୫ ଆହତ

Drone Predator Drone
Advertisment
Advertisment