Advertisment

Poisonous Snake: ଜୋତାରେ ଅପେକ୍ଷା କରିଥିଲା ମୃତ୍ୟୁ; ଅଳ୍ପକେ ବର୍ତ୍ତିଲେ ଛାତ୍ର

ପିଲାଟି ଟିଫିନ ଖାଇବା ପରେ ସ୍କୁଲ ଯିବା ପାଇଁ ଜୋତା ପିନ୍ଧିବାକୁ ବାହାରିଥିଲା। ହେଲେ ସେ କ’ଣ ଜାଣିଥିଲା, ସ୍କୁଲ ଜୋତା ଭିତରେ ତାକୁ ଅପେକ୍ଷା କରିଛି ମୃତ୍ୟୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Poisonous Snake

Poisonous Snake

ଜୋତାରେ ଅପେକ୍ଷା କରିଥିଲା ମୃତ୍ୟୁ। ସେ ବା କାହିଁ ଜାଣିବ। ସ୍କୁଲ ଯିବା ପାଇଁ ଜୋତା ପିନ୍ଧିଲା ବେଳେ ଭିତରୁ ବାହାରିଲା ବିଷଧର ସାପ। ସାପ ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଲରେ।

Advertisment

ସ୍କୁଲ ଯିବାର ସମୟ ହୋଇଗଲାଣି, ଏଥିପାଇଁ ପିଲାଟି ତରତର ହୋଇ ସ୍କୁଲ ବାହାରୁଥିଲା। ନିଜ ସ୍କୁଲ ଡ୍ରେସ ପିନ୍ଧିବା ସହ ସ୍କୁଲ ନେବା ପାଇଁ ନିଜ ବ୍ୟାଗ ପ୍ରସ୍ତୁତ କରିଥିଲା। ପରେ ପିଲାଟି ଟିଫିନ ଖାଇବା ପରେ ସ୍କୁଲ ଯିବା ପାଇଁ ଜୋତା ପିନ୍ଧିବାକୁ ବାହାରିଥିଲା। ହେଲେ ସେ କ’ଣ ଜାଣିଥିଲା, ସ୍କୁଲ ଜୋତା ଭିତରେ ତାକୁ ଅପେକ୍ଷା କରିଛି ମୃତ୍ୟୁ।

ପିଲାଟି ସବୁଦିନ ପରି ସ୍କୁଲ ଜୋତା ପିନ୍ଧିଥିଲା। ଦୁଇ ଗୋଡ଼ରେ ଜୋତା ପିନ୍ଧିବା ପରେ ପିଲାଟିକୁ ଟିକିଏ ଅଡୁଆ ଲାଗିଥିଲା। ଜୋତା ଭିତରେ କ’ଣ ନରମ ନରମ ଲାଗୁଛି ପିଲାଟି ଭାବିଥିଲା। ପରେ ଜୋତା ଖୋଲି ଦେଖିଲା ବେଳକୁ ସେଥିରୁ ବାହାରିଥିଲା ବିଷଧର ସାପ।

Advertisment

ପିଲାଟି ଚିତ୍କାର କରି ପରିବାର ଲୋକଙ୍କୁ ଡାକିଥିଲା। ପରିବାର ଲୋକେ ମଧ୍ୟ ପୁଅ ଡାକ ଶୁଣି ଦୌଡ଼ି ଆସିଥିଲେ। ପୁଅ ପାଖରୁ ଘଟଣାସଂପର୍କରେ ଜାଣିଥିଲେ। ପରେ ସେକ୍ନ ହେଲପ ଲାଇନକୁ ଖବର ଦେଇଥିଲେ ପରିବାର ଲୋକେ। ସେକ୍ନ ହେଲପ ଲାଇନ ପହଞ୍ଚି ଜୋତାରୁ ବିଷଧର ସାପଟିକୁ ଉଦ୍ଧାର କରିଥିଲେ।

ସେକ୍ନ ହେଲପ ଲାଇନର ସଦ୍ୟସଙ୍କ କହିବା ଅନୁଯାୟୀ, ଏହି ସାପଟି ହେଉଛି ବିଷଧର ସାପ। ଯାହାକୁ ଏହି ସାପଟି କାମୁଡ଼େ, ସେହି ଲୋକ ବଞ୍ଚିନଥାଏ। ପରେ ସେକ୍ନ ହେଲପ ଲାଇନ ସାପଟିକୁ ଜୋତାରୁ ଉଦ୍ଧାର କରିଥିଲା।

ଅଧିକ ପଢ଼ନ୍ତୁ: ସଇତାନ ସାଜିଲା ସ୍ବାମୀ, ହତ୍ୟା ପରେ ସ୍ତ୍ରୀକୁ ପ୍ରେସର କୁକରରେ ସିଝାଇଲା

Snakehelpline Bhopal
Advertisment
Advertisment