Advertisment

କମୁଛି ଭାରତୀୟ ମୁଦ୍ରାର ମୂଲ୍ୟ

ଦିନେ ଏକ ଡଲାରର ମୂଲ୍ୟ ୩ ଟଙ୍କା ୩୦ ପଇସା ଥିଲା। ଆଜି ୮୬ ଟଙ୍କା ପାର୍ ହେଲାଣି। କିନ୍ତୁ ଆରବିଆଇର ପୂର୍ବତନ ଗଭର୍ଣ୍ଣନର କହିଲେ ଚିନ୍ତା କରିବାର କିଛି ନାହିଁ।

author-image
Santosh Kumar Sahoo

ଦିନେ ଏକ ଡଲାର ପାଇଁ ମାତ୍ର ୩ ଟଙ୍କା ୩୦ ପଇସା ଦେବାକୁ ପଡୁଥିଲା। ଆଉ ଏବେ ତାହା ୮୬ ଟଙ୍କା ପାର୍ କରି ସାରିଲାଣି। ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇ ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ୁଛି। ସାଧାରଣ ଭାବେ ଦେଖିଲେ ଯଦି ଡଲାର୍ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇବ ତେବେ ଆମକୁ ବିଦେଶରୁ ଦ୍ରବ୍ୟ ଆମଦାନୀ କଲେ ଅଧିକ ମୂଲ୍ୟ ବହନ କରିବାକୁ ପଡିବ। ବିଶେଷ କରି ତୈଳଜାତ ଦ୍ରବ୍ୟ। କାରଣ ଭାରତରେ ବ୍ୟବହୃତ ହେଉଥିବା ପେଟ୍ରୋଲିୟମ ପ୍ରଡକ୍ଟର ପାଖାପାଖୀ ୮୦ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ।

Advertisment
India News Dollar Vs Rupee
Advertisment
Advertisment