Advertisment

Viral video: ରିଲ୍ଦ କରି ଫସିଲେ କନଷ୍ଟେବଲ; ମାଗିଲେ କ୍ଷମା

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କନଷ୍ଟେବଲ ଜିତେନ୍ଦ୍ର ସିଂହ ତନୱାର ଜଣେ ବ୍ୟକ୍ତିଙ୍କ ବାଇକ୍ ପଛରେ ବସିଛନ୍ତି। ବିନା ହେଲମେଟ୍‌ରେ ହାତରେ ସିଗାରେଟ୍‌ ଧରି ବିଚ୍‌ ରାସ୍ତାରେ ରିଲ୍ସ କରୁଛନ୍ତି। ପୁଷ୍ପା ଫିଲ୍ମର ଡାଇଲଗ୍ ମଧ୍ୟ କହୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Viral Video

Viral Video

ଟ୍ରାଫିକ ନିୟମକୁ ଫୁ। ଆଉ ବାଇକ୍ ପଛରେ ବସି ରିଲ୍ସ କରୁଛନ୍ତି କନଷ୍ଟେବଲ। ପୁଷ୍ପା ଷ୍ଟାଇଲରେ ବିନା ହେଲମେଟରେ ହାତରେ ସିଗାରେଟ୍‌ ଧରି କରୁଛନ୍ତି ରିଲ୍ସ। ବିଚ୍‌ ରାସ୍ତାରେ ଟ୍ରାଫିକ୍‌ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି।

Advertisment

ଆଉ ଦେଖଣାହାରୀ ସାଜିଛନ୍ତି ସାଧାରଣ ଜନତା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କ୍ଷମା ମାଗିଛନ୍ତି କନଷ୍ଟେବଲ। ଏପରି ଘଟଣା ଘଟିଛି ମଧ୍ୟ ପ୍ରଦେଶର ଇନ୍ଦୋରରେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କନଷ୍ଟେବଲ ଜିତେନ୍ଦ୍ର ସିଂହ ତନୱାର ଜଣେ ବ୍ୟକ୍ତିଙ୍କ ବାଇକ୍ ପଛରେ ବସିଛନ୍ତି। ବିନା ହେଲମେଟ୍‌ରେ ହାତରେ ସିଗାରେଟ୍‌ ଧରି ବିଚ୍‌ ରାସ୍ତାରେ ରିଲ୍ସ କରୁଛନ୍ତି। ପୁଷ୍ପା ଫିଲ୍ମର ଡାଇଲଗ୍ ମଧ୍ୟ କହୁଛନ୍ତି।

Advertisment

ଜିତେନ୍ଦ୍ର ବାଇକ୍ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧି ନ ଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯାଉଥିବା ଲୋକେ ପୁଲିସ ବାବୁଙ୍କ ରିଲ୍ସ ଦେଖି ଖୁସି ହେଉଛନ୍ତି, ହେଲେ ସେ ପା ପୁଲିସ, ତାଙ୍କୁ କିଏ କହିବ? ଭୟରେ କେହି ପାଟି ଫିଟାଉ ନାହାନ୍ତି। ପୁଲିସ ବାବୁଙ୍କ ଭିଡିଓ ଦେଖୁଛନ୍ତି, ନିଜ ମୋବାଇଲରେ ଭିଡିଓ କରୁଛନ୍ତି।  ହେଲେ କେହି ପଦେ କିଛି କହୁନାହାନ୍ତି। 

ପରେ କନଷ୍ଟେବଲଙ୍କ ରିଲ୍ସ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହା ପରେ କନଷ୍ଟେବଲଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ଏଥିସହ କନଷ୍ଟେବଲଙ୍କ ଭାଇରାଲ ରିଲ୍ଦ ନେଇ ଇନ୍ଦୋର ପୁଲିସ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ମାଆ ପଡ଼ିଛନ୍ତି ମେଡିକାଲ ବେଡ୍‌ରେ, ସାଇଡ୍‌ରେ ନାଚି ନାଚି ଝିଅ କରୁଛି ରିଲ୍ସ ! Viral Video

Madhya Pradesh Viral Videos
Advertisment
Advertisment