• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

IT Employee Suicide
IT Manager Suicide: ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର

ଆଗ୍ରାରେ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି । ପତ୍ନୀ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ IT କମ୍ପାନୀ ମ୍ୟାନେଜର । ଲାଇଭ ଭିଡ଼ିଓରେ କହିଲେ ନିର୍ଯାତନାର କଥା ।

5 year old raped
Brutal Rape: ନୃଶଂସ, ବର୍ବର...ମୃତ୍ୟୁ ସହ ଲଢେଇ କରୁଛି ଦୁଷ୍କର୍ମର ଶିକାର ଶିଶୁକନ୍ୟା, ଗୁପ୍ତାଙ୍ଗରେ ପଡିଛି ୨୮ ଷ୍ଟିଚ୍

୫ ବର୍ଷର ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ । ପ୍ରାଇଭେଟ୍ ପାର୍ଟରେ ପଡିଛି ୨୮ଟି ଷ୍ଟିଚ୍ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଦେହସାରା କାମୁଡା ‍ଓ କ୍ଷତ ଚିହ୍ନ ରହିଛି ।

Maha Kumbh 2025
Maha Kumbh 2025 World Records: ଗିନିଜ୍ ବିଶ୍ବ ରେକର୍ଡକଲା ପ୍ରୟାଗରାଜ ମହାକୁମ୍ଭ; ସାର୍ଟିଫିକେଟ୍ ପ୍ରଦାନକଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟିମ୍

୭୦ଟି ଦେଶରୁ ୫୦ ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମହାକୁମ୍ଭକୁ ଆସିଥିଲେ । ୧୬ ହଜାର ଟ୍ରେନ୍‌ରେ ପ୍ରାୟ ୫ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ଆସିଥିଲେ । ଆଜି ପ୍ରୟାଗରାଜ ରେଲୱେ ଷ୍ଟେସନକୁ ଯାଇ ସେଠାରେ ରେଳକର୍ମଚାରୀଙ୍କୁ ଭେଟିବା ସହ, ମହାକୁମ୍ଭ ସଫଳତାର ସହ ଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ମହାକୁମ୍ଭରେ ମହାରେକର୍ଡ
ମହାକୁମ୍ଭରେ ମହାରେକର୍ଡ

ପ୍ରୟାଗରାଜ ମହାକୁମ୍ଭ କେବଳ ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ସମାଗମ ନୁହେଁ, ବିଶ୍ବ ରେକର୍ଡର ବି ଅଧିକାରୀ ହୋଇଛି।

RG Kar Medical College Case
RG Kar Medical College Case: RG କର୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ‘ସଂପୃକ୍ତ ଅଛନ୍ତି ସ୍ଥାନୀୟ ବିଧାୟକ-କମିଶନର୍’

ଦିଲ୍ଲୀ CBI ଅଫିସରେ ପହଞ୍ଚିଲେ ଅଭୟାଙ୍କ ପରିବାର । ଝିଅକୁ ନ୍ୟାୟ ଦାବିରେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଥିବା ସୂଚନା । ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବି ବୋଲି କହିଛନ୍ତି ଅଭୟାଙ୍କ ବାପା ।

ଆମେ ଓଡ଼ିଶାର ନା ପଶ୍ଚିମବଙ୍ଗର
Plight Of Odia People: ସୀମାନ୍ତ ଓଡ଼ିଆଙ୍କ ଦୁର୍ଦ୍ଦଶା...ଶଙ୍ଖାମେଦୀ କାହାର ? ପଶ୍ଚିମବଙ୍ଗର ନା ଓଡିଶାର ?

ଏଇଠି ମାଡ଼ ଖାଇଛି ଓଡ଼ିଆ ଅସ୍ମିତା । ଏମାନେ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଛନ୍ତି । ଆଗରୁ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଥିଲେ । କିନ୍ତୁ ଘରର ଜମି ପଟ୍ଟା କହୁଛି, ଏମାନେ ପଶ୍ଚିମବଙ୍ଗର । ଦ୍ୱନ୍ଦ୍ୱରେ ଅଛନ୍ତି ଏମାନେ । ଏମାନେ କେଉଁ ରାଜ୍ୟର ଓଡ଼ିଶାର ନା ପଶ୍ଚିମବଙ୍ଗର ? ଏହି ବିବାଦରୁ ଏମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ଏଇ ଗାଁ ଏବେ କାଗଜପତ୍ରରେ ପଶ୍ଚିମବଙ୍ଗରେ ।

water fly
Kolkata to Chennai in 3 hours: ୩ ଘଣ୍ଟାରେ କୋଲକାତାରୁ ଚେନ୍ନାଇ, ଆନନ୍ଦ ମହିନ୍ଦ୍ରା ଶେୟାର କଲେ ଭାଇରାଲ ପୋଷ୍ଟ

ୱାଟର ଫ୍ଲାଏ ଟେକ୍ନୋଲୋଜି ନାମକ ଏକ ନୂତନ ବୈଷୟିକ କୌଶଳ ଉପରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ସଫଳ ହେଲେ ଏହି ସ୍ବପ୍ନ ବାସ୍ତବତାର ରୂପ ନେଇପାରେ। ଆଇଆଇଟି ମାଡ୍ରାସ ପକ୍ଷରୁ ଏକ ଷ୍ଟାର୍ଟଅପ ସ୍ଥାପନ  କରାଯାଇଛି।

Gold Price
Today Gold Price: ବଦଳିଲା ସୁନା ଦର,ଜାଣନ୍ତୁ କେତେ ଅଛି ଦାମ୍...

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୮୦ ହଜାର ୪ଶହ ୯୦ ଟଙ୍କା। ବିବାହ ଋତୁରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Rape
Woman Raped ଲଜ୍ଜା: ବସ୍‌ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ବସ ଭିତର ଅନ୍ଧାର ଥିବାରୁ ଯୁବତୀ ଜଣକ କେହି ଯାତ୍ରୀ ନ ଥିବା ଭାବି ପ୍ରଥମେ ସେଥିରେ ଚଢ଼ି ନ ଥିଲେ। ଯାତ୍ରୀମାନେ ଶୋଇଥିବା ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ କହିଥିଲେ। ଟର୍ଚ୍ଚ ମାରି ଯାଞ୍ଚ କରିବାକୁ କହିଥିଲେ। ଏହା ପରେ ଯୁବତୀ ଜଣକ ଟର୍ଚ୍ଚ ସାହାଯ୍ୟରେ ବସ ଭିତରେ ଯାଞ୍ଚ କରିବା ସମୟରେ ଅଭିଯୁକ୍ତ ତାଙ୍କୁ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା।

Assam Earthquake
Assam Earthquake: ଆସାମରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୦

ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ଆସାମ । ଆସାମ ମୋରିଗାଁରେ ୫.୦ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ ।

amit shah
ଇଶା ଫାଉଣ୍ଡେସନରେ ଅମିତ୍ ଶାହ

ଇଶା ଫାଉଣ୍ଡେସନରେ ଅମିତ୍ ଶାହ କୋଏମ୍ୱାଟୁରର ଇଶା ଫାଉଣ୍ଡେସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।

Sacred Sangam
Sacred Sangam: ଯାଇ ପାରିଲେନି ପ୍ରୟାଗ; ସୁଇମିଂପୁଲ୍‌କୁ କରିଦେଲେ ସଂଗମ, ପକାଇଲେ ବୁଡ଼

ଆଜି ମହାଶିବରାତ୍ରିରେ, ଶହ ଶହ ଲୋକ ସେଠାରେ ବୁଡ଼ ପକାଇଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ଏହି ସ୍ନାନ ଗଙ୍ଗା ସ୍ନାନଠାରୁ କୌଣସି ଗୁଣରେ କମ୍ ନୁହେଁ। ଲୋକଙ୍କ କହିବା ଅନୁଯାୟୀ, ସେମାନେ ମହାକୁମ୍ଭକୁ ଯାଇପାରିନାହାନ୍ତି କିନ୍ତୁ ଏହା ମାଧ୍ୟମରେ ସେମାନେ ବିଶ୍ୱାସର ବୁଡ଼ ମଧ୍ୟ ପକାଇଲେ।

Girl
ଶହେ ଟଙ୍କା ଗଢ଼ିଦେବ କୁନିଝିଅ ଭବିଷ୍ୟତ

ପ୍ରାୟ ପ୍ରତ୍ୟେକ ଘରେ ଝଅଟିଏ ଜନ୍ମନେଲେ ତାର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ରହିଥା’ନ୍ତି । ଝିଅଟିର ପାଠପଢ଼ା ସହ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରିବାର ଲୋକ ବହୁ ପୂର୍ବରୁ ସବୁକିଛି ସ୍ଥିର କରିନିଅନ୍ତି । ଏମିତିକି ଝିଅଟିର ବିବାହ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରାଯାଇଥାଏ । ଯେପରି ଝିଅର ବିବାହ ସମୟରେ କୌଣସି ଅସୁବିଧା ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ ।

Marriage
Groom Garlands Bride's Friend: ଶିଶୁପାଳ ହେଲା ମଦୁଆ ବର; କନ୍ୟା ବଦଳରେ ସାଙ୍ଗକୁ ପିନ୍ଧାଇଦେଲା ବରଣମାଳା

ରାଗିଯାଇ କନ୍ୟା ବରକୁ ଏକ ଶକ୍ତ ଚାପୁଡ଼ା ମାରିବା ସହ ଏପରି ମଦୁଆ ବ୍ୟକ୍ତିକୁ ବାହା ହେବାକୁ ରୋକ୍‌ଠୋକ୍ ମନା କରି ମଞ୍ଚ ଛାଡ଼ି ପଳାଇଥିଲା। ଏହାପରେ ଆରମ୍ଭ ହୋଇଗଲା ହଙ୍ଗାମା। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

Maha Kumbh Mela 2025
Maha Kumbh Concludes Today: ମହାଶିବରାତ୍ରିରେ ମହାକୁମ୍ଭରେ ଶେଷ ଅମୃତ ସ୍ନାନ; ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ

୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଆସ୍ଥାର ବୁଡ଼ ପକାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ସାକାର ହୋଇଛି ।

CBSE Board Exam
CBSE Matric Exams: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍; ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି

ବର୍ଷକୁ ୨ ଥର ହୋଇପାରେ CBSE ମାଟ୍ରିକ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏକ ବୈଠକରେ ଏନେଇ ସୁପାରିସ୍ ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ ।

Ganja Mafia Arrested By Police
Illegal Ganja: ଗଞ୍ଜେଇ କାରବାର ଅଭିଯୋଗ, ଦାରିଙ୍ଗବାଡି ଆସି ଗିରଫ କଲା ହରିୟାଣା ପୋଲିସ୍

ଗଞ୍ଜେଇ ବେପାରୀକୁ ଧରିବା ପାଇଁ ହରିୟାଣାର ଫରିଦାବାଦ ପୋଲିସ ଗତ ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇଥିଲା । ଫରିଦାବାଦରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଂଚଳର ପ୍ରଦୀପ ବିଷୋୟୀ ନାମକ ଗଞ୍ଜେଇ ମାଫିଆକୁ ଧରି ହରିଆଣା ପୋଲିସ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା । ଗଞ୍ଜେଇ କାରବାରରେ ସେ କାହାଠାରୁ ଗଞ୍ଜେଇ କିଣିଥିଲା ଏବଂ କାରବାରର ମୂଳ ଉତ୍ସ କେଉଁଠି ସେ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଖୋଜି ବାହାର କରିଛି ।

କାଲି ମହାକୁମ୍ଭ ଯବନିକା
Maha Kumbha Mela: ପ୍ରୟାଗ ‘ମହାକୁମ୍ଭ’ରେ କାଲି ଶେଷ ସ୍ନାନ ଯୋଗ, ଅନ୍ତିମ ଦିନରେ ବୁଡ଼ ପକାଇବେ ୧ କୋଟି ଶ୍ରଦ୍ଧାଳୁ

ଦୀର୍ଘ ୪୫ ଦିନ ଧରି ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକତାର ସ୍ନାନରେ ଫାଟି ପଡୁଛି ତ୍ରିବେଣୀ ଘାଟ । ତିନି ନଦୀଙ୍କ ପବିତ୍ର ମିଳନ ସ୍ଥଳୀରେ ବୁଡ଼ ପକାଇ ଦିବ୍ୟ ଅନୁଭବ ଲଭିଲେଣି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ ।

1984 Riots Case
1984 Riots Case: ଶିଖ୍ ବାପ-ପୁଅଙ୍କୁ ହତ୍ୟା ମାମଲା, ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ । ସଜ୍ଜା ଶୁଣାଇଲେ ଦିଲ୍ଲୀ ରାଉସ୍‌ ଆଭେନ୍ୟୁ କୋର୍ଟ । ପଢନ୍ତୁ ପୁରା ଖବର

Telangana Tunnel Collapse
Telangana Tunnel Collapse: ଗଡୁଛି ସମୟ, ମଉଳୁଛି ଜୀବନ ଆଶା...୩ ଦିନ ହେଲାଣି କେମିତି ଅଛନ୍ତି ୮ ଶ୍ରମିକ ?

ଆଜକୁ ୩ ଦିନ ହେଲାଣି ସରିବାର ନାଁ ଧରୁନି ତେଲେଙ୍ଗାନା ଶ୍ରୀଶୈଲମ୍ ଟନେଲ୍ ରେସ୍କ୍ୟୁ ଅପରେସନ୍ । ଏବେ ବି ଅନ୍ଧାରୀ ସୁଡଙ୍ଗ ଭିତରେ ଫସିରହିଛି ୮ ଜୀବନ । ତେବେ ରେସ୍କ୍ୟୁ କାର୍ଯ୍ୟରେ ଶେଷ ୪୦ ମିଟର ବାଧା ସାଜିଥିବା ସୂଚନା ମିଳିଛି ।

ହଟ୍ଟଗୋଳ କରି ସସପେଣ୍ଡ
Delhi Assembly: ହଟ୍ଟଗୋଳ କରି ସସପେଣ୍ଡ ହେଲେ ୨୨ ଆପ୍ ବିଧାୟକ, ଉପସ୍ଥାପିତ ହେଲା ଅବକାରୀ ନୀତି ଘୋଟାଲା

ଆପ୍ ବିଧାୟକମାନେ ଶାନ୍ତ ରହିବାକୁ ବାଚସ୍ପତି ବିଜେନ୍ଦର ଗୁପ୍ତା ବାରମ୍ୱାର ଅନୁରୋଧ କରିଥିଲେ । କିନ୍ତୁ ସେମାନେ ବାଚସ୍ପତିଙ୍କ ଅନୁରୋଧକୁ ଖାତିର୍ କରିନଥିଲେ । ବରଂ ଅଧିକ ଜୋରରେ ସ୍ଲୋଗାନ ଦେଇଥିଲେ । ତେଣୁ ବାଚସ୍ପତି ବାଧ୍ୟ ହୋଇ ଆପର ୨୨ ଜଣ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କରିଥିଲେ। ବିରୋଧୀ ଦଳ ନେତ୍ରୀ ଆତିଶୀ ବି ସସପେଣ୍ଡ ହୋଇଛନ୍ତି ।

ବିପଦରେ ଚୀନ୍ ଅର୍ଥନୀତି
National Economy: ଯୁଦ୍ଧ ପାଇଁ ଦୋହଲୁଛି ପୁଞ୍ଜି ବଜାର, ଭୁଶୁଡ଼ିବାରେ ଲାଗିଛି ଚୀନ୍ ଅର୍ଥନୀତି

୨୦୦୦ ଏପ୍ରିଲ୍‌ରୁ ୨୦୨୪ ‌‌ସେପ୍ଟେମ୍ବର ମଧ୍ୟରେ ଦେଶକୁ ୧ ଲକ୍ଷ କୋଟି ଡଲାରରୁ ଅଧିକ ଏଫ୍‌ଡିଆଇ ଆସିଛି। କମ୍ପ୍ୟୁଟର ସଫ୍ଟୱେର, ହାର୍ଡୱେର୍‌, ଟେଲିଯୋଗାଯୋଗ, ଟ୍ରେଡିଂ, ନିର୍ମାଣ, ଅଟୋମୋବାଇଲ୍‌, ‌ରସାୟନ ଓ ଫାର୍ମାସ୍ୟୁଟିକାଲ୍‌ କ୍ଷେତ୍ର ଅଧିକ ବିଦେଶୀ ନିବେଶ ଆକୃଷ୍ଟ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶକୁ ୨୯୭୯ କୋଟି ଡଲାରର ଏଫ୍‌ଡିଆଇ ଆସିଛି ଯାହା ପୂର୍ବବର୍ଷର ସେହି ସମୟ ତୁଳନାରେ ୪୫ ପ୍ରତିଶତ ଅଧିକ।

ବଢ଼ିଲା କିଟ୍ ଅଡୁଆ
KIIT Suicide Row: କିଟ୍ ପାଇଁ ବଢ଼ିଲା ଅଡୁଆ,ରିପୋର୍ଟ ମାଗିଲା UGC

ନେପାଳ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ବର ସହ ନେଇ  ରିପୋର୍ଟ ତଲବ କରିଛି ୟୁଜିସି । ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ? ୧୬-୧୭ ରାତିରେ KIITରେ ଘଟିଥିବା ଘଟଣାକୁ ନେଇ ରିପୋର୍ଟ ମଗାଯାଇଛି ।

Murder
Murder In Prayagraj: ସୈତାନ ସ୍ୱାମୀ; ସଙ୍ଗମରେ ବୁଡ଼ ପକାଇଲା, ରୁମକୁ ଫେରି ସ୍ତ୍ରୀକୁ ମର୍ଡର କଲା

ଫେବ୍ରୁଆରୀ ୧୯ ତାରିଖ ସକାଳେ ଘଟଣା ସଂପର୍କରେ ଖବର ପାଇ ପ୍ରୟାଗରାଜ ପୁଲିସ୍ ସେଠାରେ ପହଞ୍ଚିଥିଲା। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ତାଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବା ସହିତ ଖବରକାଗଜରେ ପ୍ରକାଶ କରିଥିଲା। ଯା

Telangana Tunnel Collapse
Telangana Tunnel Collapse: ତେଲେଙ୍ଗାନା ଟନେଲ୍ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ଶେଷ ୪୦ ମିଟର

ସଂକୀର୍ଣ୍ଣ ଟନେଲ ଭିତରକୁ ବଡ଼ ମେସିନ୍ ଯାଇପାରୁନଥିବାରୁ କେବଳ ଗୋଟିଏ ଛୋଟ ଏକ୍ସକାଭେଟର୍ ପଠାଯାଇଛି ଏବଂ ବାକି ଲୋକବଳ ଉପରେ ଆଶ୍ରା କରିବାକୁ ପଡ଼ିଛି । ଟନେଲ ଭିତରେ ଏତେ କାଦୁଅ ଜମା ହୋଇଛି ଯେ ଉଦ୍ଧାରକାରୀମାନେ ଆଗକୁ ଯିବା ପାଇଁ ରବର୍ ଟ୍ୟୁବ୍ ଓ କାଠ ପଟା ବ୍ୟବହାର କରୁଛନ୍ତି ।