/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737857971.jpg)
Republic day
ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ, ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା ଭାରତ। ଏଥିସହ ଭାରତର ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଯାହାକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଛି ସାରା ଦେଶ। ତେବେ ଆଜି ସାରା ଦେଶର ନଜର ରହିବ ଦିଲ୍ଲୀ କର୍ତ୍ତବ୍ୟ ପଥ ଉପରେ। ଆଉ କିଛି ସମୟ ପରେ ଆରମ୍ଭ ହେବ ରିପବ୍ଲିକ୍ ଡେ ପରେଡ୍ ।
ଏଥିପାଇଁ ରାଜଧାନୀ ଦିଲ୍ଲୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡର ଥିମ୍ ରହିଛି 'ସ୍ୱର୍ଣ୍ଣିମ ଭାରତ: ବିରାସତ ଓ ବିକାଶ'। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ମିଳିତ ପରେଡ୍ ଅଭିବାଦନ ଗ୍ରହଣ କରିବେ। ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟଗଣ୍ୟ ଅତିଥି।
ବିଭିନ୍ନ କଣ୍ଟିନଜେଣ୍ଟର ମାର୍ଚ୍ଚପାଷ୍ଟ ସହ ଆକାଶରେ ବି ରାଫେଲ ଓ ସୁଖୋଇ ଭଳି ଲଢ଼ୁଆ ବିମାନର ଚିତାକର୍ଷକ ଫ୍ଲାଏପାଷ୍ଟ ଦେଖିବାକୁ ମିଳିବ। ଏଥିସହ କର୍ତ୍ତବ୍ୟ ପଥରେ ଗଡ଼ିବ ଟ୍ୟାଙ୍କ୍ ଓ ମିଜାଇଲ୍ ଇତ୍ୟାଦି। ତେବେ ଓଡ଼ିଶା ପାଇଁ ଗର୍ବ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସ୍ୱଦେଶୀ କ୍ୱିକ୍ ରିଆକ୍ସନ ଫୋର୍ସ ଭେହିକିଲ୍ 'ନନ୍ଦିଘୋଷ'।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନାମରେ ନାମିତ ଏହି ସେନା ଗାଡ଼ିର କଣ୍ଟିନଜେଣ୍ଟ କମାଣ୍ଡର ଦାୟିତ୍ୱ ତୁଲାଇବେ ମେଜର୍ ରାଧିକା ସେନ୍। ଏଥର ପରେଡରେ ୧୬ ରାଜ୍ୟ ଓ ୧୦ ମନ୍ତ୍ରାଳୟର ୩୧ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ୪୫ ପ୍ରକାର ଲୋକନୃତ୍ୟ ପରିବେଷଣ କରିବେ ୫ ହଜାର କଳାକାର।
ଏଥିପାଇଁ ଦିଲ୍ଲୀରେ ଆଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୭୦ରୁ ଅଧିକ କମ୍ପାନି ଅର୍ଦ୍ଧସାମରିକବଳ ଏବଂ ୧୫ ହଜାର ପୋଲିସକର୍ମୀ ରାଜଧାନୀକୁ ଜଗିଛନ୍ତି। ଚଳିତବର୍ଷ ରିପବ୍ଲିକ ଡେ ପରେଡରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ପରେଡରେ ଭାଗ ନେବେ ଇଣ୍ଡୋନେସିଆର ୧୬୦ ଜଣିଆ ମାର୍ଚ୍ଚିଂ କଣ୍ଟିନଜେଣ୍ଟ ଓ ୧୯୦ ଜଣିଆ ବ୍ୟାଣ୍ଡ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)