ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ବେଳେ ପ୍ରୋଟକଲ ଭାଙ୍ଗି ଚାଲି ଚାଲି ବିନ୍ଦୁସାଗର ଯାଇଛନ୍ତି, ଭିଡ ଭିତରକୁ ଯାଇ ଅଭିବାଦନ ଗ୍ରହଣ କରିଛନ୍ତି, ଫଟୋ ବି ଉଠାଇଛନ୍ତି।
ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟରେ ଅତିଥୀ ବନିଥିଲେ ଦ୍ରୌପଦୀ।
ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଯେଉଁ କଲେଜରେ ଦିନେ ପାଠପଢୁଥିଲେ, ସେହି ଶିକ୍ଷାନୁଷ୍ଠାନରେ ଏବେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସ୍ୱାଧୀନତାର ପ୍ରାୟ ୨ ଦଶନ୍ଧି ପୂର୍ବରୁ ଅର୍ଥାତ୍ ୧୯୨୯ ମସିହାରେ ନିର୍ମିତ ରାଷ୍ଟ୍ରପତି ଭବନରେ ଭାରତର ଇତିହାସର ଛାପ ଯେମିତି ସୁସ୍ପଷ୍ଟ, ବର୍ତ୍ତମାନର ଆଧୁନିକ ସୁବିଧାସୁଯୋଗ ବି ସେମିତି ଉପଲବ୍ଧ। ୩୩୦ ଏକର ପରିମିତ ପରିସରରେ ରହିଛି ଏହି ୩୪୦ କକ୍ଷ ବିଶିଷ୍ଟ ଭବ୍ୟ ସୌଧ । ଯେଉଁଠି ପ୍ରାୟ ଅଢ଼େଇ କିଲୋମିଟର ଦୀର୍ଘ କରିଡର୍ ବି ରହିଛି ।
କିଛିଦିନ ବ୍ୟବଧାନରେ ସେ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ମିଳୁଛି
ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ସେ ସର୍ବକନିଷ୍ଠ ରାଷ୍ଟ୍ରପତି ମଧ୍ୟ । ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନକୁ ବାଦ ଦେଲେ ବୃତ୍ତିଗତ ଜୀବନ ତଥା ରାଜନୈତିକ ଜୀବନ ବେଶ୍ ରୋଚକପୂର୍ଣ୍ଣ । ୧୯୯୪ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ବିଷୟରେ ତାଙ୍କର ଦକ୍ଷତା ମଧ୍ୟ ଥିଲା। ତେଣୁ ଶିକ୍ଷୟିତ୍ରୀ ଭାବରେ ବେଶ ପ୍ରଶଂସା ସାଉଁଟିଥିଲେ ଦ୍ରୌପଦୀ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଏକ ଜନସଭାରେ ତାଚ୍ଛଲ୍ୟ କରିଥିଲେ TMC ନେତା ଅଖିଳ ଗିରି।
ନନ୍ଦିଗ୍ରାମର ଏକ ଜନସଭାରେ ରାଷ୍ଟ୍ରପତିଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରିଥିଲେ ବେଙ୍ଗଲ ମନ୍ତ୍ରୀ ।
ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଚ୍ଛଲ୍ୟ କରିଛି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି।
୧୯୭୦ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେହି ସ୍କୁଲକୁ ବୁଲିବାକୁ ଯାଇଥିବା ବେଳେ ରେଜିଷ୍ଟରରେ ନିଜର ଅନୁଭୂତି ଲେଖିଛନ୍ତି ମହାମହିମ ।
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।
ପ୍ରଥମଥର ପାଇଁ ବଡ଼ ଦାଣ୍ଡରେ ଜଣେ ରାଷ୍ଟ୍ରପତି ଏତେ ଲମ୍ବା ସମୟ ଧରି, ପ୍ରାୟ ଦୁଇ କିଲୋମିଟର ଲମ୍ବା ବାଟ ଚାଲୁଥିଲେ... ତ ଟିଭି ପରଦାରେ ଏ ଅଭୂତପୂର୍ବ ଦୃଶ୍ୟକୁ ଉତ୍ସୁକତାର ସହ ଦେଖୁଥିଲା ଦେଶ
ମହାପ୍ରସାଦ ଖାଇବା ସମୟରେ ଚକା ପକେଇ ତଳେ ବସି ମହାପ୍ରସାଦ ଖାଇଲେ ଦ୍ରୌପଦୀ ମୁର୍ମୁ ।
ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅଭିଭୂତ ହୋଇଛନ୍ତି ।
ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।
ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଳଗଣ୍ଡି ଛକରୁ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚିଲେ । ସିଂହଦ୍ୱାର ସାମ୍ନାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ ଗଜପତି ମହାରାଜା । ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ପ୍ରଣିପାତ କଲେ ରାଷ୍ଟ୍ରପତି । ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ମୁର୍ମୁ ।
ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି।
କାଲି ଦିନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପର୍ରେ ସିଧାସଳଖ ପୁରୀ ଯିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ବ୍ୟାପକ ବନ୍ଦୋବସ୍ତ କାଲି ପୁରୀରେ ହେବ କାରକେଡ୍ ରିହର୍ସାଲ୍ ।
ମହାମହିମ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି।