Advertisment

Vande Bharat Express: ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ୍ ଓ ଦେଶର ପ୍ରଥମ କେବୁଲ ଷ୍ଟେ ବ୍ରିଜ ଦେଇ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଭାରତୀୟ ରେଳ ବିଭାଗର ଡ୍ରିମ୍ ପ୍ରୋଜେକ୍ଟ ସଫଳ ହୋଇଛି । କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତୁତି ଶେଷହେବା ପରେ ଆଜି ଏହାର ଟ୍ରାଏଲ୍‌ରନ୍‌ କରାଯାଇଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
Vande Bharat Express Completes Trial Run

Vande Bharat Express Trail Run

ବିଶ୍ୱର ସବୁଠୁ ଉଚ୍ଚ ରେଳୱେ ବ୍ରିଜ୍ ଏବଂ ପ୍ରଥମ କେବୁଲ ଷ୍ଟେ ବ୍ରିଜ୍ ଦେଇ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । କଟରାର ଶ୍ରୀ ମାତା ବୈଷ୍ଣୋଦେବୀ ରେଳଷ୍ଟେସନରୁ ଶ୍ରୀନଗର ପର୍ଯ୍ୟନ୍ତ ଗଡିଛି ଏହି ଟ୍ରେନ୍ । ଏହା ସହ ଭାରତୀୟ ରେଳ ବିଭାଗର ଡ୍ରିମ୍ ପ୍ରୋଜେକ୍ଟ ସଫଳ ହୋଇଛି । କାଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତୁତି ଶେଷହେବା ପରେ ଆଜି ଏହାର ଟ୍ରାଏଲ୍‌ରନ୍‌ କରାଯାଇଛି । ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ ଖୁବ୍‌ଶୀଘ୍ର ହେବାକୁ ଯାଉଥିବା ନେଇ ସୂଚନା ମଧ୍ୟ ମିଳିଛି । ଚେନାବ୍ ବ୍ରିଜ୍ ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ ଓ ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ୍ । ଅନ୍ୟପଟେ ଅଞ୍ଜି ଖାଡ଼ ବ୍ରିଜ ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ।

Advertisment

ଏହି ଟ୍ରେନଟିକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ଏହାର ସ୍ୱତନ୍ତ୍ର ଡିଜାଇନ୍ କାଶ୍ମୀର ଉପତ୍ୟକାର ଥଣ୍ଡା ଜଳବାୟୁକୁ ମୁକାବିଲା କରିବାରେ ସକ୍ଷମହେବ । ସ୍ୱତନ୍ତ୍ର ଡିଜାଇନ୍ ଫଳରେ ଏହା ୧୦ ଡିଗ୍ରୀ ସେଲ୍‌ସିୟସରେ ଚଳାଚଳ କରିପାରିବ । 

ଅଧିକ ପଢ଼ନ୍ତୁ: ଆଦାନୀଙ୍କ ଠାରୁ ଧନୀ କି ସାନ ସମୁଦି ଜୈମିନ ଶାହ ? କେଉଁ ବ୍ୟବସାୟ କରନ୍ତି, ମୋଟ ସମ୍ପତ୍ତି କେତେ...

Advertisment

ରିଆସି ଜିଲ୍ଲାର ବକାଲ୍ ଓ କଉରି ମଧ୍ୟରେ ଥିବା ଚେନାବ ରେଲୱେ ବ୍ରିଜ୍‌ର ଉଚ୍ଚତା ୩୫୯ ମିଟର । ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ । ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ । ଏମିତିକି ପ୍ରଳୟଙ୍କରୀ ପବନ ବହିଲେ ବି ବ୍ରିଜ୍‌ର କୌଣସି କ୍ଷତି ହେବ ନାହିଁ । ସେହିପରି କେବୁଲରେ ଝୁଲି ରହିଥିବା ଦେଶର ପ୍ରଥମ ରେଲୱେ ବ୍ରିଜ୍ ଅଞ୍ଜି ଖଡ୍। ଅଞ୍ଜି ନଦୀ ଉପରେ ନିର୍ମାଣ ହୋଇଛି । ଏହା ଭୂକଂପ ନିରୋଧୀ ଓ ଏହି ବ୍ରିଜ୍ ଉପରେ ଶହେ କିଲୋମିଟର ବେଗରେ ଦୌଡ଼ିପାରିବ ଟ୍ରେନ୍ । ଏହା ଜମ୍ମୁ ଏବଂ କାଶ୍ମୀରକୁ ଆରମ୍ଭ ହୋଇଥିବା ତୃତୀୟ 'ବନ୍ଦେ ଭାରତ' ଟ୍ରେନ୍ । ଉତ୍ତର ରେଳ ଜୋନ୍ ଏହି ସେମି-ହାଇ-ସ୍ପିଡ୍ ଟ୍ରେନ୍‌ର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଦାରଖ କରିବ ।

ଯାତ୍ରୀଙ୍କ ଯାତ୍ରାକୁ ଆରାମଦାୟକ କରିବା ପାଇଁ ଏଥିରେ ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଳ ଯୋଗାଣ ପାଇପରେ ଡବଲ ଟ୍ରିପଲ ଇନ୍‌ସୁଲେସନ ଥିବାରୁ ପାଇପ୍‌ରେ ଥିବା ପାଣି ବରଫ ହେବ ନାହିଁ । ଏଥିରେ ଥିବା ୱାଶରୁମ୍‌ର ଆକାରକୁ ମଧ୍ୟ ବୃଦ୍ଧି କରାଯାଇଛି । ଫ୍ଲାସ୍‌ ସିଷ୍ଟମ ମାଇନସ୍‌ ତାପମାତ୍ରାରେ ଜାମ୍‌ ନ ହେବା ପାଇଁ ଏଥିରେ ଗରମ ପ୍ୟାଡ୍‌ ସ୍ଥାପନ କରାଯାଇଛି । ଏହି ଅଞ୍ଚଳରେ ଅନେକ ସମୟରେ ତୁଷାରପାତ ହେଉଥିବାରୁ ଏହାର ବ୍ରେକ୍‌କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ଅଞ୍ଜି ଖାଡ଼ କେବଲ ଷ୍ଟେ ବ୍ରିଜ୍ ଏବଂ ବିଶ୍ବର ଉଚ୍ଚତମ ଚେନାବ ବ୍ରିଜ ଦେଇ କଟରାରୁ ଶ୍ରୀନଗରକୁ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ କରାଯାଇଛି ।

ଅଧିକ ପଢ଼ନ୍ତୁ: କୁଟନୈତିକ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା, ଭାରତ ଫେରିବ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା

Indian Railways Jammu Kashmir Vande Bharat Trail Run
Advertisment
Advertisment