Advertisment

Hyderabad horror: ସ୍ତ୍ରୀକୁ ମାରି ହାଡ ଓ ମାଂସ ଅଲଗା କଲା

ମାଧବୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ପରେ ପ୍ରେସର କୁକରରେ ସିଝାଇ ଥିଲା। ସିଝିଗଲା ପରେ ହାଡ ଓ ମାଂସ ଅଲଗା କରିଥିଲା। ତା’ପରେ ହେମଦସ୍ତାରେ ସିଝି ଯାଇଥିବା ଶରୀରକୁ ଛେଚି ଖଣ୍ଡ ବିଖଣ୍ଡିତ କରିଥିଲା। ଏହାପରେ ସେ ୩ ଦିନ ଧରି ସେ ଗୁଡ଼ିକୁ ପ୍ରେସର କୁକୁରରେ ଆଉ ଥରେ ସିଝାଇଥିଲା।

author-image
Manoranjan Sial
Crime

Crime

ସାତ ଜନମର ସାଥୀ କରିବା ପତ୍ନୀଙ୍କୁ ଘରକୁ ଆଣିଥିଲେ। ତାଙ୍କ ସହିତ ଘର ସଂସାର ଗଢ଼ିଥିଲେ। ପୂରା ଜୀବନ ସାଥୀ ହୋଇ ଜିଇଁବା ପାଇଁ ଶପଥ ନେଇଥିଲେ। ହେଲେ ସାତ ଜନ୍ମ କ’ଣ, ଏଇ ଜନମରେ ପ୍ରାଣପ୍ରିୟାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କଲା ସ୍ୱାମୀ। ଖାଲି ହତ୍ୟା କଲେନି, ପତ୍ନୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ପ୍ରେସର କୁକରରେ ୩ ଦିନ ଧରି ସିଝାଇଲା। ଆଉ ହାଡ ଓ ମାଂସକୁ ଅଲଗା ଅଲଗା କରି ଫିଙ୍ଗି ଦେଲା। ଏପରି ବୀଭତ୍ସ ଓ ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଆନ୍ଧ୍ରପ୍ରଦେଶରେ ଘଟିଛି। ପୋଲିସ୍‌ ନର ରାକ୍ଷସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପ୍ରକାଶମ ଜିଲ୍ଲାର ବାସିନ୍ଦା ହେଉଛନ୍ତି ଗୁରୁ ମୂର୍ତ୍ତି। ୧୩ ବର୍ଷ ତଳେ ସେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେନାରୁ ଅବସର ପରେ ସେ କାଞ୍ଚନବାଗ DRDOରେ ଆଉଟସୋର୍ସ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସେ ନିଜ ପରିବାର ସହ ମୀରପେଟର ନ୍ୟୁ ଭେଙ୍କଟେଶ୍ୱର ନଗର କଲୋନୀରେ ଏକ ଭଡା ଘରେ ରହୁଥିଲେ। ଦୁଇ ପିଲା ଓ ପତ୍ନୀଙ୍କୁ ନେଇ ଗୁରୁ ମୂର୍ତ୍ତିଙ୍କ ସଂସାର ଆଗକୁ ବଢ଼ୁଥିଲା। ହେଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା।

ପତ୍ନୀ ମାଧବୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲ ଗୁରୁ ମୂର୍ତ୍ତି। ସେଥିପାଇଁ ସେମାନଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡ଼ା ଲାଗୁଥିଲା। ଯେଉଁଥିପାଇଁ ରାଗିରେ ଜଳୁଥିଲେ ଗୁରୁ ମୂର୍ତ୍ତି। ଆଉ ସମୟ ସୁବିଧା ଦେଖି ପତ୍ନୀ ମାଧବୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଶେଷରେ ଅତି ବୀଭତ୍ସ ଭାବେ ମାଧବୀଙ୍କୁ ହତ୍ୟା କରିଥିଲା। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ସେ ଚେଷ୍ଟା କରିଥିଲା। ସେଥିପାଇଁ ସେ ବାଥରୁମ୍‌ରେ ପତ୍ନୀଙ୍କ ମୃତଦେହକୁ ଏକ ଧାରୁଆ ଅସ୍ତ୍ରରେ ଖଣ୍ଡଖଣ୍ଡ କରି କାଟିଥିଲା।

Advertisment

ଅଧିକ ପଢ଼ନ୍ତୁ: OLA-Uberକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌; କହିଲେ, ଫୋନ୍‌ ବଦଳିଲେ କାହିଁକି ବଦଳୁଛି ଭଡ଼ା

ମାଧବୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ପରେ ପ୍ରେସର କୁକରରେ ସିଝାଇ ଥିଲା। ସିଝିଗଲା ପରେ ହାଡ ଓ ମାଂସ ଅଲଗା କରିଥିଲା। ତା’ପରେ ହେମଦସ୍ତାରେ ସିଝି ଯାଇଥିବା ଶରୀରକୁ ଛେଚି ଖଣ୍ଡ ବିଖଣ୍ଡିତ କରିଥିଲା। ଏହାପରେ ସେ ୩ ଦିନ ଧରି ସେ ଗୁଡ଼ିକୁ ପ୍ରେସର କୁକୁରରେ ଆଉ ଥରେ ସିଝାଇଥିଲା। ସିଝି ଯିବା ପରେ ମାଧବୀଙ୍କ ହାଡ଼ ଓ ମାଂସକୁ ବ୍ୟାଗରେ ପୂରାଇ ନିକଟସ୍ଥ ଚନ୍ଦନ ହ୍ରଦକୁ ଫିଙ୍ଗି ଦେଇଥିଲା। ପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଫିଙ୍ଗିବା ପରେ ମୂର୍ତ୍ତି ଲେଖାଥିଲା ନୂଆ ସ୍କ୍ରିପ୍ଟ।

ଅଧିକ ପଢ଼ନ୍ତୁ: କ୍ଲାସ୍‌ରୁ ଉଠି ଆସି ତୃତୀୟ ମହଲାରୁ ଡେଇଁ ପଡ଼ିଲେ ଛାତ୍ର

ମାଧବୀ ନିଖୋଜ ନେଇ ଜାନୁଆରୀ ୧୮ ତାରିଖରେ ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କୁ ଜଣାଇଥିଲା ମୂର୍ତ୍ତି। ଏପରିକି ପରିବାର ଲୋକଙ୍କ ସହିତ ସେ ନିଜେ ମୀରପେଟ୍ ଥାନାରେ ମାଧବୀ ନିଖୋଜ ନେଇ ଅଭିଯୋଗ କରିଥିଲା। ନିଜେ ହତ୍ୟାକରି ଫିଙ୍ଗିଥିଲେ ସୁଦ୍ଧା ଜଣେ ପୋଖତ କଳାକାର ପରି ପୋଲିସ ପାଖରେ ଅଭିନୟ କରିଥିଲା। ଆଉ ସେ ମାଧବୀ ସମ୍ପର୍କରେ କିଛି ଜାଣିନାହିଁ ବୋଲି ଜଣାଇବାକୁ ଚାହିଁଥିଲା।

ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ୍‌ର ସନ୍ଦେହୀ ଆଖି ମୂର୍ତ୍ତିଙ୍କ ଉପରକୁ ଯାଇଥିଲା। ତା’ପରେ ତାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ହେଲେ ବେଶୀ ସମୟ ଚୁପ୍‌ ରହିପାରିନଥିଲେ ମୂର୍ତ୍ତି। ଶେଷରେ ସବୁ ଅପରାଧ ମାନି ଯାଇଥିଲା। ଆଉ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ଆଉ ହତ୍ୟାର ଟିକିନିଖି କଥା ବଖାଣିଥିଲା। ଏ କଥା ଶୁଣିବା ପରେ ପୋଲିସ୍‌ର ହୋସ୍‌ ଉଡି ଯାଇଥିଲା। ପୋଲିସ ଏହି ମାମଲାରେ ମୂର୍ତ୍ତିକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଏଥର କେଉଁ ରାଜ୍ୟର ପ୍ରଜ୍ଞାପନ ମେଢ଼ କେମିତିକା ଦେଖନ୍ତୁ

Advertisment
Advertisment