/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740291202.jpg)
Farmhouse Owner Shot Dead
ଢେଙ୍କାନାଳରେ ଚାଞ୍ଚଲ୍ୟ । ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା । ରାତିରେ ଶୋଇଥିବା ବେଳେ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଢେଙ୍କାନାଳର ସଦର ଥାନା ଅନ୍ତର୍ଗତ ଫାସି ଗାଁ ନିକଟ ଫାର୍ମ ହାଉସରେ ଏହି ହତ୍ୟାକାଣ୍ଡ ଘଟିଛି । ଗୁଳିମାଡ଼ରେ ଫାର୍ମ ହାଉସ ମାଲିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୋବିନ୍ଦ ନାୟକ । ତାଙ୍କ ଘର କଳାଙ୍ଗ ଚାକୁଣ୍ଡାନାଳି ଗାଁରେ । ସେ ଫାସି ଗାଁ ଶିବମନ୍ଦିର ନିକଟରେ ଫାର୍ମ ହାଉସ କରିଥିଲେ ।
ଅଧିକ ପଢ଼ନ୍ତୁ: ରାଉଲକେଲାରେ ଫୁଟିଲା ଗୁଳି, ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଗୋବିନ୍ଦ ନାୟକ ଗତକାଲି ରାତିରେ ନିଜ ଫାର୍ମ ହାଉସରେ ଶୋଇଥିଲେ । କେହି ଦୃର୍ବୃତ୍ତ ଆସି ଟର୍ଚ୍ଚ ମାରିଥିଲେ । ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୃତ୍ତମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏଥିରେ ଗୋବିନ୍ଦ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଗୁଳିମାଡ଼ର କାରଣ ଜଣାପଡିନାହିଁ । ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି ସେନେଇ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ଗତକାଲି ରାତିରେ ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ଏକ ଗୁଳିକାଣ୍ଡ ଘଟିଥିଲା । ଜଣେ ଯୁବକ କାର୍ରେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କ ବେକରେ ଗୁଳି ବାଜିଥିଲା । ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)