ଜଣେ କିନ୍ନରଙ୍କ ଭଉଣୀଙ୍କୁ ବହଳଦା ଥାନା ଅନ୍ତର୍ଗତ ଗମାରିଆ ଗାଁର ଜଣେ ଯୁବକ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ନେଇ ଆସିଥିଲେ। ପ୍ରଥମେ ରାଜନଗର ଥାନାକୁ ଯାଇଥିଲେ। ସେଠାରୁ ପୋଲିସ ଏମାନଙ୍କୁ ବହଳଦା ଥାନା ପଠାଇ ଦେଇଥିଲା। ବହଳଦା ଥାନା ଅଧିକାରୀ ଏମାନଙ୍କୁ ସକାଳୁ ଥାନାରେ ବସାଇ ରଖିଲେ।
ଦିନେ ନିଜର ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ବଲିଉଡ଼ର ଚର୍ଚ୍ଚିତ ହିରୋଇନ୍ ମମତା କୁଲକର୍ଣ୍ଣି ଆଜି ହଠାତ୍ ଗେରୁଆ ବେଶରେ ଉପନୀତ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରେ ଅଭିଷିକ୍ତ ହେଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ଏଥିପାଇଁ କିନ୍ନର ଆଖଡ଼ା ତରଫରୁ ପ୍ରୟାଗରାଜରେ ହୋଇଥିଲା ବିଶେଷ ଆୟୋଜନ।
କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ କହିଛନ୍ତି, କିନ୍ନର ଆଖଡ଼ା ପକ୍ଷରୁ ମମତାଙ୍କୁ ମହାମଣ୍ଡଳେଶ୍ୱର କରାଯାଇଛି। ମହାମଣ୍ଡଳେଶ୍ୱର ହେବା ପରେ ତାଙ୍କର ନାଁ ପରିବର୍ତ୍ତନ କରାଯାଇଛି। ନୂଆ ନାଁ ରହିଛି ଶ୍ରୀ ୟମାଇ ମମତା ନନ୍ଦଗିରି।