• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India News

BJP MPs Quit Parliament
ଇସ୍ତଫା ଦେଲେ ନିର୍ବାଚନରେ ବିଜୟୀ ୧୦ ବିଜେପି ସାଂସଦ

ବିଧାନସଭା ନିର୍ବାଚନରେ ​​ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ​​ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।

New CM In 3 States
୩ ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି

ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ରେସ୍‌ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

New Rules for Sim Card
ସିମ୍‌ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ, ଭାଙ୍ଗିଲେ ଗଣିବେ ୧୦ ଲକ୍ଷର ତଣ୍ଡ

ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । 

Boat Catches Fire
ମଝି ସମୁଦ୍ରରେ ଡଙ୍ଗାରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୧ ମତ୍ସ୍ୟଜୀବୀ

କାକିନାଡ଼ା ବନ୍ଦରରୁ ମାଛ ଧରିବା ପାଇଁ ଏହି ଡଙ୍ଗାଟି ଯାଇଥିଲା। ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ନିକଟରେ ଅନ୍ୟ ଏକ ଡ଼ଙ୍ଗାରେ ଯାଉଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ରକ୍ଷା କରିଥିଲେ।

Meerut Kidnapping
ମଧ୍ୟପ୍ରଦେଶ ସିଦ୍ଧି ପରେ ୟୁପି ମିରଟରେ ବି ପରିଶ୍ରାକାଣ୍ଡ, ଅମାନବୀୟ କାଣ୍ଡ ଭିଆଇ ଭିଡ଼ିଓକୁ ଭାଇରାଲ କଲେ ୭ ଅଭିଯୁକ୍ତ

ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟରୁ କେତେଜଣ ସଂପୃକ୍ତ ଯୁକ୍ତ ଦୁଇ ପଢ଼ୁଆ ଛାତ୍ରଙ୍କ ସାଙ୍ଗ ବୋଲି କୁହାଯାଉଛି।

Delhi Pollution
ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ, ସୋମବାରଠୁ ଖୋଲିବ ସ୍କୁଲ୍

ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଶୀତ ଛୁଟି ପରେ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା।

K Kavitha
ପ୍ରଚାର କରୁଥିବାବେଳେ ଅଚେତ୍ ହୋଇଗଲେ KCRଙ୍କ ଝିଅ

ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ତେଲେଙ୍ଗାନାରେ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ।

India vs Australia
ଭାରତ-ଅଷ୍ଟ୍ରେଲିଆ ଫାଇନାଲ, ୨୦୦୩ ପରାଜୟର ପ୍ରତିଶୋଧ ନେବ ଟିମ୍‌ ଇଣ୍ଡିଆ !

ଚଳିତ ବିଶ୍ୱକପ୍‌ରେ ପ୍ରତିଶୋଧ ନେବା ମୁଡ୍‌ରେ ରହିଛି ଭାରତ। ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ୨୦୧୯ ସେମି ଫାଇନାଲ ହାରିବାର ପ୍ରତିଶୋଧ ନେବା ପରେ ଏବେ ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତ କରି ୨୦୦୩ର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ।

Ind vs Nz Semi Final
ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ: ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ୍

ଟିକେଟ୍ ବ୍ଲାକ୍‌ ହେଉଥିବା ଜାଣି ମୁମ୍ବାଇ ପୋଲିସ ଚଢ଼ାଉ କରି ବ୍ଲାକ୍ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଟିକେଟ ଜବତ କରିଛି । ଏହି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ୍-୧ର ଡିସିପି ପ୍ରବୀଣ ମୁଣ୍ଡେ ।

Elvis Yadav
ରେଭ୍‌ ପାର୍ଟିରେ ସାପ ବିଷ ମାମଲା, ଗିରଫ ହୋଇପାରନ୍ତି ବିଗ୍ ବସ୍‌ ବିଜେତା ଏଲ୍‌ଭିସ୍‌ ଯାଦବ

ମେନକା ଗାନ୍ଧୀଙ୍କ ସହ ଜଡିତ ଏକ ସଂଗଠନ PFA (ପିପୁଲ୍ ଫର୍ ଆନିମଲ୍) ସୂଚନା ପାଇଥିଲା ଯେ ଏଲ୍‌ଭିସ୍‌ ଯାଦବ NCRରେ ଥିବା ଫାର୍ମ ହାଉସର ରେଭ୍‌ ପାର୍ଟିରେ ଜୀବନ୍ତ ସାପଙ୍କ ସହ ଭିଡିଓ ସୁଟିଂ କରୁଛନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏଲଭିସ୍‌ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

Kerala Blast
କେରଳ ବିସ୍ଫୋରଣ: ଆତ୍ମସମର୍ପଣକାରୀଙ୍କ ଖୁଲାସା, ସଙ୍ଗଠନ କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲାଷ୍ଟ କରିଥିବା ସ୍ୱୀକାର

ସେହିଭଳି ପ୍ରାର୍ଥନାସଭା ଆୟୋଜନକାରୀ ସମ୍ପ୍ରଦାୟ ଛୋଟ ଛୋଟ ପିଲାଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାରଣ କରିଛନ୍ତି। ଏଥି ସହିତ ଭୋଟ ନଦେବା, ସରକାରୀ ଚାକିରି ନକରିବା ଏବଂ ସେନାରେ ୟଯୋଗ ନଦେବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି।

Fire In Bus Depot
ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହେଇ ଜଳିଗଲା ଏକାଧିକ ବସ୍

ପରିସ୍ଥିତି ଏମିତି ହୋଇଛି କି ବହୁ ଦୂର ଯାଏଁ ଏହାର ପ୍ରଭାବ ଅନୁଭୂତ ହୋଇଛି । ବେଙ୍ଗାଲୁରୁ ବସ୍‌ ଡିପୋରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ବାହିନୀର ଗାଡ଼ି।

Bharat on Google Maps
ଗୁଗୁଲ୍ ମ୍ୟାପ୍‌ରେ ବଦଳିଲା ଦେଶର ନାଁ, ସର୍ଚ୍ଚ କଲେ ତ୍ରିରଙ୍ଗା ସହ ଆସୁଛି ‘ଭାରତ’

ଆପଣ ଗୁଗୁଲ୍ ମ୍ୟାପ୍‌ରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ‘ଇଣ୍ଡିଆ’ ଦେଖାଇବ। ଗୁଗୁଲ୍ ମ୍ୟାପ୍ସ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ 'ଦକ୍ଷିଣ ଏସିଆର ଏକ ଦେଶ' ଭାବରେ ସ୍ୱୀକୃତି ଦେଇଛି ।

Suicide
ସୁରଟ ଅଞ୍ଚଳରେ ଅଭାବନୀୟ ଘଟଣା, ପରିବାରର ୭ ସଦସ୍ୟଙ୍କୁ ବିଷ ଦେଇ ନିଜେ କଲେ ଆତ୍ମହତ୍ୟା

ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।

Asian Para games
ଏସିଆନ୍ ପାରା ଗେମ୍ସ: ରୌପ୍ୟ ପଦକ ଜିତିଲେ ଓଡ଼ିଆ ଚେସ୍ ତାରକା

୭ ରାଉଣ୍ଡର ଗେମ୍‌ରେ ୫ ରାଉଣ୍ଡରେ ବିଜୟ ସହ ମୋଟ ସାଢେ ୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଆଣିଛନ୍ତି ସୌନ୍ଦର୍ଯ୍ୟ । ସେହିପରି ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି ।

Ram Mandir
ସାକାର ହେବ ୫ଶହ ବର୍ଷର ସ୍ବପ୍ନ ଓ ସଂଘର୍ଷ

ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନ। ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତାବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ।

Ram Mandir
ସାକାର ହେବ ୫ଶହ ବର୍ଷର ସ୍ୱପ୍ନ ଓ ସଂଘର୍ଷ, ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରର ପ୍ରାଣପ୍ରତିଷ୍ଠା

୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର ।

India vs NewZealand
ନ୍ୟୁଜିଲାଣ୍ଡକୁ ୨୭୩ ରନ୍‌ରେ ଅଲଆଉଟ କଲା ଭାରତ, କମ୍‌ବ୍ୟାକ୍‌ ମ୍ୟାଚ୍‌ରେ ୫ ୱିକେଟ ନେଲେ ସାମି

ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍‌ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍‌ କରିଥିଲେ।

Asian Games Gold Medal
ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ସୁନା ବର୍ଷା; ମିଳିଲା ୬ଟି ସ୍ୱର୍ଣ୍ଣ

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।

Govt Issue Notice To Social Media
‘ଶିଶୁଙ୍କୁ ଯୌନ ନିର୍ଯାତନା ସଂପର୍କିତ ଖବର ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ’

ଶିଶୁ ଯୌନ ଉତ୍ପୀଡ଼ନ ସଂପର୍କିତ ଫଟୋ, ଭିଡିଓ ଆଦି ସମସ୍ତ ପ୍ରକାର ବିଷୟବସ୍ତୁକୁ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ହଟାଇବାକୁ କିମ୍ବା ଏହାକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭବିଷ୍ୟତରେ ଏଭଳି ବିଷୟବସ୍ତୁ ଚିହ୍ନଟ କରି ହଟାଇବା ପାଇଁ ଠୋସ୍ ଆଲଗରିଦିମ୍ ଓ ରିପୋର୍ଟିଂ ବ୍ୟବସ୍ଥା ସୃଷ୍ଟି କରିବାକୁ କୁହାଯାଇଛି ।

Ranbir Kapoor
ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ, ଅକ୍ଟୋବର ୬ରେ ହେବେ ହାଜର

ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।

Earthquake
ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଦଶମିକ ୨ ରହିଥିବା ସୂଚନା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ ଆଜି ୨ଟା ୫୧ ମିନିଟରେ ୪୦ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Maharastra Hospital
ମହାରାଷ୍ଟ୍ର ନାନ୍ଦେଡ୍ ହସ୍ପିଟାଲରେ ଥମୁନି ମୃତ୍ୟୁ, ୪୮ ଘଣ୍ଟାରେ ମୋଟ ୩୧ ଜଣଙ୍କ ମୃତ୍ୟୁ

ଏତେ ରୋଗୀଙ୍କ ମୃତ୍ୟୁ ପାଇଁ ଔଷଧର ଅଭାବ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ବିଶେଷ କରି ଜରୁରୀକାଳୀନ ମେଡିସିନର ଅଭାବ ଥିବା କୁହାଯାଇଛି ।

Vishal
ତାମିଲ ସୁପରଷ୍ଟାରଙ୍କ ଚାଞ୍ଚଲ୍ୟକର ବୟାନ, ଫିଲ୍ମ ପାସ୍ କରିବାକୁ CBFCକୁ ଦେବାକୁ ପଡ଼ୁଛି ଲାଞ୍ଚ

ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ବିଶାଲ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

Womens Reservation Bill
ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍‌ରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍

ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍‌ରେ ପରିଣତ ହୋଇଛି ଏହି ବିଲ୍। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।