୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଅଣାଯିବ । ଆମେରିକାର ସୁପ୍ରିମକୋର୍ଟ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ଅନୁମତି ଦେଇଛନ୍ତି । ଭାରତ ଦୀର୍ଘ ବର୍ଷ ଧରି ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ୍ ନାଗରିକ ତହବୁର ରାଣାକୁ ପ୍ରତ୍ୟାର୍ପଣ କରିବା ପାଇଁ ଅପିଲ କରୁଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ମାମଲାର ଅଭିଯୁକ୍ତ ଲସ୍ ଏଞ୍ଜେଲସର ଏକ ଜେଲରେ ଅଛି । ନିମ୍ନ ଅଦାଲତରେ ଆଇନଗତ ଲଢ଼େଇ ହାରିବା ପରେ, ତହବୁର ରାଣା ପ୍ରତ୍ୟର୍ପଣ ବିରୁଦ୍ଧରେ ଆମେରିକୀୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ଭାରତ ।
Also Read
ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା। ମୁମ୍ବାଇ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା ତହବୁର। ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ଏ ତୋଇବା ପାଇଁ କାମ କରୁଥିବା ଆତଙ୍କୀ ଡେଭିଡ କୋଲେମନ ହେଡଲି ସହ ମଧ୍ୟ ତା’ର ସମ୍ପର୍କ ଥିଲା ।
ଅଧିକ ପଢ଼ନ୍ତୁ: ପୁଣେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଆତଙ୍କ, ୧୨ ଜଣ ଭେଣ୍ଟିଲେଣ୍ଟରରେ...
ଏବେ ଆମେରିକା ଶାସନଭାର ଡୋନାଲ୍ଡ ଟ୍ରମ୍ପଙ୍କ ହାତରେ ରହିଛି । ରାଷ୍ଟ୍ରପତି ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ, ଆମେରିକାରୁ ଭାରତ ପାଇଁ ଏକ ଭଲ ଖବର ଆସିଛି । ଭାରତର କୂଟନୈତିକ ପ୍ରୟାସ ମଧ୍ୟରେ ଆମେରିକା ସୁପ୍ରିମକୋର୍ଟର ଏହି ବଡ଼ ନିଷ୍ପତ୍ତି ଆସିଛି । ୨୦୦୮ ମସିହାରେ ମୁମ୍ବାଇ ଆକ୍ରମଣରେ ୧୬୬ ରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ। ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିବା ଏକ ଅପରେସନ୍ ପରେ, ପାକିସ୍ତାନରୁ ଡଙ୍ଗା ଯୋଗେ ମୁମ୍ବାଇ ଆସିଥିବା ଆତଙ୍କବାଦୀମାନଙ୍କୁ ନିହତ କରାଯାଇଥିଲା ।
ସୂଚନା ଅନୁସାରେ, ତହବୁର ରାଣାଙ୍କ ବିରୋଧରେ ଡେଭିଡ୍ ହେଡଲିଙ୍କୁ ସାହାଯ୍ୟ କରିବାର ଗମ୍ଭୀର ଅଭିଯୋଗ ରହିଛି । ସେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ମୁମ୍ବାଇରେ ଟାର୍ଗେଟଗୁଡ଼ିକର ରେକିରେ ସାହାଯ୍ୟ କରିଥିଲା । ଭାରତ ଆମେରିକା କୋର୍ଟରେ ୨୬/୧୧ ଆକ୍ରମଣର ଟାର୍ଗେଟଗୁଡ଼ିକର ରେକିର ଦୃଢ଼ ପ୍ରମାଣ ଉପସ୍ଥାପନ କରିଥିଲା ।
ତହବୁର ରାଣାଙ୍କୁ ୨୦୦୯ ମସିହାରେ ଚିକାଗୋରୁ ଗିରଫ କରାଯାଇଥିଲା । ତାଙ୍କ ଉପରେ ISI ଏବଂ ଲସ୍କର-ଏ-ତୈବା ସହିତ ଜଡିତ ଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହା ବ୍ୟତୀତ, ତାଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଜଣେ କାର୍ଯ୍ୟକର୍ତ୍ତା ଭାବରେ ବର୍ଣ୍ଣନା କରାଯାଇଛି ।