ପୂର୍ବରୁ ଦୁଇ ଦୁଇଥର ସାଂସଦ ହୋଇସାରିଥିବା ପରଭେଶଙ୍କୁ ଏଥର ଲୋକସଭା ଟିକେଟ୍ ଦେଇନଥିଲା ବିଜେପି । ହେଲେ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିବାକୁ ପଠାଇଥିଲା । ଆଉ ବିଜେପିର ଏହି ରଣନୀତି ଏବେ ସଫଳ ହୋଇଛି ।
ଗୋଟିଏ ଦଶନ୍ଧିର ଖେଳ ଶେଷ ହୋଇଛି । ଯେଉଁଠି ଉତ୍ଥାନ, ସେଇଠି ପତନ ହୋଇଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ବି ମାତ୍ ଖାଇବାକୁ ପଡ଼ିଛି ।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ସମ୍ବୋଧନ କରି ଆପକୁ ଟାର୍ଗେଟ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଦିଲ୍ଲୀର ହୃଦୟରେ ମୋଦି ରହିଛନ୍ତି । ମୋଦିଙ୍କ ନେତୃତ୍ବରେ ଦଳ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଚାଲିଛି । ବିଜୟ ପାଇଁ ଦିଲ୍ଲୀବାସୀ ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(AAP) ଖରାପ ପ୍ରଦର୍ଶନ କରିଛି। କଂଗ୍ରେସ ମଧ୍ୟ ଅମାନତ ହରାଇଛି। ଏକ୍ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ ଆଡକୁ ଗତି କରୁଥିବା ଜଣାପଡିଛି। ଦିଲ୍ଲୀ ରାଜନୀତିକୁ ନେଇ ସୋସିଆଲ୍ ମିଡିଆରେ ଏବେ ଅନେକ ମଜାଳିଆ ମିମ୍ସ ଭାଇରାଲ୍ ହେବାରେ ଲାଗିଛି।
୨୦୧୩ରୁ ଏଠାରେ କେଜ୍ରିୱାଲ ଜିତି ଆସୁଥିବା ବେଳେ ତାଙ୍କୁ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପରବେଶ ବର୍ମା ଏଠାରେ ବିଜୟ ହୋଇଛନ୍ତି।
ଏକ୍ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ ଆଡକୁ ଗତି କରୁଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ହାରିଲା ଆପ୍, ଏହାର କାରଣଗୁଡ଼ିକ କ’ଣ ହେଇପାରେ? ଆସନ୍ତୁ ଜାଣିବା…
ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ନୂଆଦିଲ୍ଲୀ ଆସନରେ କେଜରିୱାଲ ପଛୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶି କାଲକାଜି ଆସନରୁ ପଛୁଆ ଅଛନ୍ତି।
ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି କି ବିଜେପିର ଦିଲ୍ଲୀ ଦଖଲ ସ୍ବପ୍ନ ? ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଥମ୍ସ ଅପ୍ ଦେଇଛନ୍ତି । ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କହିଲେ, କେଜରିୱାଲ ବଡ ମିଛୁଆ । ସେ କଣ ସବୁ କରିଛନ୍ତି, ଗୋଟି ଗୋଟି କରି କହିଲେ । ବିଜେପି କଣ କରିବ, ସେ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲେ ।
ଆମ୍ ଆଦମୀ ପାର୍ଟି ଆଜି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଦେଇଛି ।
ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ତୃତୀୟ ଥର ଲାଗି ସମନ କରିଛି । ପୂର୍ବରୁ ନଭେମ୍ବର ଓ ଡିସେମ୍ବର ୨୧ରେ ଇଡି ସମନ କରିଥିଲେ।
ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ତେବେ ଆସନ୍ତୁ ନୂଆ ମେୟରଙ୍କ ବିଷୟରେ ଜାଣିନେବା।
ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ACB ଗିରଫ କରିଛି। ଜଣେ ମହିଳାଙ୍କୁ କାଉନସିଲର୍ ଟିକେଟ୍ ଦେବା ନାଁରେ ୯୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଏହି ଗିରଫ ହୋଇଥିବା ସୂଚନା ମିଳିଛି।
ନେତାଙ୍କୁ କୋଣ ଠେସା କରିବାଟା ଠିକ୍ ହେଲାନି ବୋଲି କହିଲେ ସମର୍ଥକ
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟି(ଆପ୍) ଏକାକୀ ୯୨ ଆସନ ଜିତି ଥିଲା।
ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି।
ଆପ୍ରେ ଯୋଗ ଦେଇପାରନ୍ତି ବଲିଉଡ଼୍ ଅଭିନେତା ସୋନୁ ସୁଦ୍। ଦଳରେ ଯୋଗ ଦେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗିରହିଛି। ବଲିଉଡ ଅଭିନେତା ସୋନୁ ସୁଦ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ଚର୍ଚ୍ଚା ଖୁବ୍ଶୀଘ୍ର ଶେଷ ହୋଇପାରେ।