Advertisment

Mamta Kulkarni to become Mahamandleshwar : କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହେଲେ ମମତା କୁଲ୍‌କର୍ଣ୍ଣି

କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ କହିଛନ୍ତି, କିନ୍ନର ଆଖଡ଼ା ପକ୍ଷରୁ ମମତାଙ୍କୁ ମହାମଣ୍ଡଳେଶ୍ୱର କରାଯାଇଛି। ମହାମଣ୍ଡଳେଶ୍ୱର ହେବା ପରେ ତାଙ୍କର ନାଁ ପରିବର୍ତ୍ତନ କରାଯାଇଛି। ନୂଆ ନାଁ ରହିଛି ଶ୍ରୀ ୟମାଇ ମମତା ନନ୍ଦଗିରି।

author-image
Manoranjan Sial
Mamta

Mamta

ମହାକୁମ୍ଭରେ ମମତା କୁଲକର୍ଣ୍ଣି। ଆଉ ବନିଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର। ସଙ୍ଗମ ଘାଟରେ ପିଣ୍ଡଦାନ କରିଛନ୍ତି ମମତା କୁଲକର୍ଣ୍ଣୀ ମହାମଣ୍ଡଳେଶ୍ୱର ହୋଇଛନ୍ତି। ସାଥୀ ସନ୍ନ୍ୟାସିନୀଙ୍କ ସହ ଯାଇ ସେ ବୁଡ଼ ପକାଇବା ସହିତ ମହାମଣ୍ଡଳେଶ୍ୱର ବନିବାର ସମସ୍ତ ବିଧି ପାଳନ କରିଛନ୍ତି।

Advertisment

କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ କହିଛନ୍ତି, କିନ୍ନର ଆଖଡ଼ା ପକ୍ଷରୁ ମମତାଙ୍କୁ ମହାମଣ୍ଡଳେଶ୍ୱର କରାଯାଇଛି। ମହାମଣ୍ଡଳେଶ୍ୱର ହେବା ପରେ ତାଙ୍କର ନାଁ ପରିବର୍ତ୍ତନ କରାଯାଇଛି। ନୂଆ ନାଁ ରହିଛି ଶ୍ରୀ ୟମାଇ ମମତା ନନ୍ଦଗିରି। ମହାମଣ୍ଡଳେଶ୍ୱର ହେବା ପୂର୍ବରୁ ସେ ପିଣ୍ଡଦାନ କରିଛନ୍ତି। ସିଏ ପୂର୍ବରୁ ଜୁନା ଆଖଡା ମହାମଣ୍ଡଳେଶ୍ୱରଙ୍କଠାରୁ ଦୀକ୍ଷିତ ହୋଇଥିଲେ। ତାଙ୍କ ଗୁରୁଙ୍କ ବ୍ରହ୍ମଲୀନ ପରେ ତାଙ୍କୁ କୌଣସି ଦିଶା ମିଳୁନଥିଲା। ତେଣୁ ସେ ମୋ ସହିତ ଓ କିନ୍ନର ଆଖଡା ଯୋଗାଯୋଗରେ ଆସିଥିଲେ। ଗୁରୁବାର ସେ ଆଖଡ଼ାକୁ ଆସି ସନାତନ ଧର୍ମରେ ପୂର୍ଣ୍ଣ ଭାବେ ଯୋଡ଼ିହେବାକୁ ଚାହିଁଥିଲେ। ସେଥିପାଇଁ ମହାମଣ୍ଡଳେଶ୍ୱର ହେବାକୁ ଆଶା ବ୍ୟକ୍ତ କରିଥିଲେ। ଆଉ ବୃନ୍ଦାବନରେ ଥିବା ଆଶ୍ରମ ପାଇଁ କାମ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କ ଆଗରେ ବହୁ ସର୍ତ୍ତ ରଖାଯାଇଥିଲା। ସେଥିରେ ସେ ରାଜି ହେବାରୁ ରୀତିନୀତି ଅନୁସାରେ ମହାମଣ୍ଡଳେଶ୍ୱର ହୋଇଛନ୍ତି ବୋଲି ଲକ୍ଷ୍ମୀନାରାୟଣ କହିଛନ୍ତି।

ଅଧିକ ପଢ଼ନ୍ତୁ: ଗୋଷ୍ଠୀ କନ୍ଦଳକୁ ଖଣ୍ଡନ କଲେ ଦେବାଶିଷ ସାମନ୍ତରାୟ, ଯୁବପିଢି ହିଁ ଦଳକୁ ଆଗେଇ ନେବେ

Advertisment

ମହାମଣ୍ଡଳେଶ୍ୱର ହେବା ପରେ ମମତା କୁଲକର୍ଣ୍ଣି ଗଣମାଧ୍ୟମକୁ କହିଛନ୍ତି, ଏହା ମହାଦେବ ଓ ମହାକାଳୀଙ୍କ ଆଦେଶ ଥିଲା। ଏହା ମୋ ଗୁରୁଙ୍କ ଆଦେଶ ଥିଲା। ସେମାନେ ଏହି ଦିନକୁ ଧାର୍ଯ୍ୟ କରିଥିଲେ। ମୁଁ କିଛି କରିନାହିଁ।

୯୦ ଦଶକର ହିଟ୍‌ ଫିଲ୍ମ ‘ଆସିକ ଆୱାରା’, କ୍ରାନ୍ତିବୀର, କରନ ଅର୍ଜୁନ, ସବସେ ବଡ଼ା ଖିଲାଡ଼ି, ବାଜି ଆଦି ଫିଲ୍ମର ଅଭିନେତ୍ରୀ ମମତା କୁଲକର୍ଣ୍ଣି ୧୯୯୨ ଫିଲ୍ମ ତ୍ରିରଙ୍ଗାରେ ଡେବ୍ୟୁ କରିଥିଲେ। ତେବେ ହିଟ୍‌ ଅଭିନେତ୍ରୀରୁ ସମୟ କ୍ରମେ ସେ ଅଣ୍ଡରୱାର୍ଲ ଡନ ଆବୁ ସଲେମର ପ୍ରମିକା ଭାବେ ଚର୍ଚ୍ଚିତ ଥିଲେ। ଏହାପରେ ଅଚାନକ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ମମତା। ୨୦୧୬ ମସିହାରେ ୨ ହଜାର କୋଟି ଟଙ୍କାରର ଡ୍ରଗ୍ସ ଟ୍ରାଫିକିଂରେ ତାଙ୍କର ସଂପୃକ୍ତି ଅଭିଯୋଗରେ ସଂପତ୍ତି ଆଟାଚ କରିଥିଲା ଥାନେ ପୋଲିସ କ୍ରାଇମବ୍ରାଞ୍ଚ। ତେବେ ତାଙ୍କର କୌଣସି ପତ୍ତା ନମିଳିବାରୁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଗତବର୍ଷ ତାଙ୍କୁ କ୍ଲିନଚିଟ୍ ଦେଇଥିଲେ କୋର୍ଟ।

ଅଧିକ ପଢ଼ନ୍ତୁ: ଆଜିଠୁ ଆବାସ ସର୍ଭେ; ଚୟନ ହେବେ ନୂତନ ହିତାଧିକାରୀ

Kinnar Mahakumbh 2025
Advertisment
Advertisment