ଦିନ ଦ୍ୱିପହର ... ରାସ୍ତା ମଝି ... ଖୋଲା ମେଲା ଯାଗା, ପ୍ରବଳ ଲୋକ ଗଦା । ତଥାପି ହେଲା ଛୁରା ମାଡ଼ । ଶହ ଶହ ଲୋକଙ୍କ ସାମ୍ନାରେ ଜଣେ ଯୁବକ, ନିଜ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ଛୁରାମାଡ଼ କରିଛି ।
ରାସ୍ତାକଡ଼ ଫୁଟ୍ପାଥ୍ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା ଡମ୍ପର। ଦ୍ରୁତ ଗତିରେ ଆସି ୯ ଜଣଙ୍କୁ ଚାପିଦେଲା ଡମ୍ପର।
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍ରେ ପଳାଇଥିଲା। ଏହାପରେ ଭଟକଲ୍, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।
ଯୁବକ-ଯୁବତୀମାନେ ଚାକିରିଟିଏ ପାଇବାକୁ କେତେ ଯେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ପ୍ରାୟ ୩ ହଜାର ଇଞ୍ଜିନିୟରିଂ ଛାତ୍ର ଚାକିରି ପାଇଁ ଏକାଠି ହୋଇଛନ୍ତି ।
ମେଟ୍ରୋ ସିଟିରେ ଟ୍ରାଫିକ ଜାମ ପ୍ରବଳ । କ୍ୟାବ କି ଓଲା ବୁକ୍ କଲେ କ୍ୟାନସେଲ ହୋଇ ଯାଉଛି କି ? ଆମେ କହିବୁ ଆପଣଙ୍କୁ ଘରେ ପହଞ୍ଚିବାର ଅଭିନବ ଉପାୟ ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି EMIରେ ଆମ୍ବ ବିକ୍ରି କରୁଛନ୍ତି । ବଜାରରେ ଆମ୍ୱର ଦାମ୍ ଅଧିକ ଥିବାରୁ ଗ୍ରାହକଙ୍କୁ EMIରେ ଆମ୍ବ ଯୋଗାଇଦେଉଛନ୍ତି ବ୍ୟବସାୟୀ ଜଣକ ।
ଜେଲରେ ତାଲା ପକାଇଛି ପୋଲିସ୍। ତାଲା ଭାଙ୍ଗିନି କି ତାଲା ଫିଟିନି। ଏହା ପରେ ବି ଅତି ସହଜରେ ବାହାରକୁ ଏମିତି ଗଳାବାଟରେ ପଳାଇ ଆସୁଛି ଚୋର... ଦେଖନ୍ତୁ ପୂରା ଭିଡ଼ିଓ...
୧୧ ବର୍ଷର ଏକ ସ୍କୁଲ ପଢୁଆ ଝିଅକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତା ଜନ୍ମକଲା ବାପା, ତା ଭାଇ, ତା ଜେଜେ ଆଉ ଜଣେ ଦୂର ସଂମ୍ପର୍କୀୟ।
‘ଭାଇ’ ବୋଲି ନଡାକିବାରୁ ନିଧୂର୍ମ ପିଟି ଚାଲିଲେ। ଏପରିକି ତଳେ ପଡ଼ିଥିବା ବିସ୍କୁଟ ଖାଇବାକୁ ମଧ୍ୟ ବାଧ୍ୟ କଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
କାଦୁଅ ମାଟିରେ ତିଆରି ହେଲା ୨ ମହଲା ମାଟି ଘର। ମାତ୍ର କେଇ ଲକ୍ଷ ଖର୍ଚ୍ଚ କରି ଏ ଦମ୍ପତି ତିଆରି କରିଛନ୍ତି ନୂଆ ଘର। ଭିତର ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍।
ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍ଙ୍କ ପରଲୋକ। ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନା ମୁତାବକ ହୃଦଘାତରେ ପୀଡ଼ିତ ହେବା ପରେ ପଦ୍ମନାଭନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।
ମହାରାଷ୍ଟ୍ରର ପୁଣେରେ ଏକ ପୋଖରୀରେ ୨୦ହଜାର ମାଛ ମରି ପଡ଼ିବା ପରେ ଉତ୍ତେଜନା ଦେଖାଦେଇଛି। ପୁଣେ ଜିଲ୍ଲାର ଇନ୍ଦପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ତେବେ ମାଛ ଚାଷୀ ଜଣକ କକା ପୁଅ ଭାଇଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।
ଭାଇରାଲ ହେଉଥିବା ଅଡ଼ିଓରେ ସ୍ପଷ୍ଟ ଭାବରେ ଶୁଣାଯାଉଛି କି, ଡ଼ିସିପି ଜଣକ ରେଷ୍ଟୁରାଂଟ୍ରୁ ଖାଇବା ଅର୍ଡ଼ର କରିବା ପାଇଁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ବିରିୟାନୀରେ ଦେଶୀ ଘିଅର ଛୁଙ୍କ ଦେବା ପାଇଁ କହୁଥିବାର ସ୍ପଷ୍ଟ ଶୁଣାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ରେଷ୍ଟୁରାଂଟ୍ରୁ ଏହି ଖାଇବା ଅର୍ଡ଼ର କରିବା ପାଇଁ ପୋଲିସ ବାବୁ ଜଣକ କହୁଛନ୍ତି, ତାହା ତାଙ୍କ ଥାନା ପରିସର ମଧ୍ୟରେ ଆସୁଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ କେମିତି ନିଜର ପାୱାର ବ୍ୟବହାର କରୁଛି ତାହା ସାମ୍ନାକୁ ଆସିଛି।