Advertisment

Relationship Tips: କେବେ ବି କରନ୍ତୁ ନାହିଁ ଏହି ୮ଟି ଭୁଲ୍; ବାପାମାଆ ଶୀଘ୍ର ବୁଢା ହୋଇଯିବେ

ଯଦି ପିଲାମାନେ ଜିଦ୍‌ଖୋର, ଅମାନିଆ କିମ୍ବା ଅନ୍ୟମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୁଅନ୍ତି, ସେତେବେଳେ ବାପାମାଆଙ୍କ ମାନସିକ ଏବଂ ଶାରୀରିକ ଚାପ ବଢିଯାଏ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ସେମାନେ ଅକାଳରେ ବୃଦ୍ଧ ଦେଖାଯିବା ଆରମ୍ଭ କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Eight bad habits of children that make parents age faster

Eight bad habits of children that make parents age faster

ବାପାମାଆମାନେ ନିଜ ପିଲାମାନଙ୍କୁ ଲାଳନପାଳନ କରିବା ନେଇ ନିଜର ସୁଖ-ଶାନ୍ତି ମଧ୍ୟ ଭୁଲିଯାଇଥାନ୍ତି। ସେମାନଙ୍କର ସ୍ୱପ୍ନ ଥାଏ ଭବିଷ୍ୟତରେ ସେମାନଙ୍କର ପିଲାମାନେ ଭଲ ମଣିଷ ହେବେ ଏବଂ ସେମାନଙ୍କ ବୃଦ୍ଧ ବୟସରେ ସାହାରା ହେବେ। ସେଥିପାଇଁ ସେମାନେ ସବୁ ପ୍ରକାର ଚେଷ୍ଟା କରନ୍ତି। ପିଲା କାଳେ ଖରାପ ହୋଇଯିବ ସେଥିପାଇଁ ସେମାନଙ୍କ କୁସଙ୍ଗରେ ନ ପକାଇବାକୁ ଚେଷ୍ଟା କରନ୍ତି।

Advertisment

ଏତେସବୁ ପରେ ଯଦି ପିଲାମାନେ ଜିଦ୍‌ଖୋର, ଅମାନିଆ କିମ୍ବା ଅନ୍ୟମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୁଅନ୍ତି, ସେତେବେଳେ ବାପାମାଆଙ୍କ ମାନସିକ ଏବଂ ଶାରୀରିକ ଚାପ ବଢିଯାଏ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ସେମାନେ ଅକାଳରେ ବୃଦ୍ଧ ଦେଖାଯିବା ଆରମ୍ଭ କରନ୍ତି।

ତେବେ ଆସନ୍ତୁ ପିଲାମାନଙ୍କର ଏମିତି କିଛି ଅଭ୍ୟାସଗୁଡ଼ିକ ଜାଣିନେବା ଯାହା ସେମାନଙ୍କ ବାପାମାଆଙ୍କ ବାର୍ଦ୍ଧକ୍ୟକୁ ଶୀଘ୍ର ନେଇଆସେ।

Advertisment

ଅଧିକ ପଢ଼ନ୍ତୁ: Parenting Tips: ପାଠ ପଢ଼ିବା ବେଳେ ଆପଣଙ୍କ ପିଲାର ମନ ଲାଗୁନି କି… ମାନନ୍ତୁ ଏହି ଟିପ୍ସ, ହେଇଯିବ ସମାଧାନ

ଜିଦ୍‌ଖୋର୍ ବ୍ୟବହାର:

ବଡ ହେବା ପରେ ବି, ଯଦି ପିଲାର ଜିଦ୍‌ଖୋର ଅଭ୍ୟାସ ରୁହେ ଏବଂ ନିଜର ଜିଦ୍‌କୁ ପୂରଣ କରିବା ପାଇଁ କୌଣସି ପ୍ରକାର କାମ କରନ୍ତି, ତେବେ ଏହା ପ୍ରାୟତଃ ଘରେ କଳି ସୃଷ୍ଟି କରିଥାଏ। ଏହା ବେଳେବେଳେ ବିରାଟ ରୂପ ମଧ୍ୟ ନିଏ। ଏହା ମଧ୍ୟ ବୃଦ୍ଧ ବାପାମାଆଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡିଥାଏ।

ଦାୟିତ୍ୱରୁ ଦୂରେଇ ଯିବା:

ଯେତେବେଳେ ପିଲାମାନେ ସେମାନଙ୍କର ଦାୟିତ୍ୱରୁ ଦୂରେଇ ଯାଆନ୍ତି, ସେତେବେଳେ ବାପାମାଆଙ୍କୁ ସବୁକିଛି କରିବାକୁ ପଡେ। ଏହି କାରଣରୁ ସେମାନଙ୍କର ମାନସିକ ଏବଂ ଶାରୀରିକ ଚାପ ବଢିଯାଏ। ଏହା ସେମାନଙ୍କର ଶୀଘ୍ର ବାର୍ଦ୍ଧକ୍ୟ ହେବାର କାରଣ ମଧ୍ୟ ହୋଇପାରେ।

ଖରାପ ବ୍ୟବହାର:

ଯଦି ପିଲାମାନେ ବାପାମାଆ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ସହ ଭଲଭାବେ ବ୍ୟବହାର ନ କରନ୍ତି କିମ୍ବା ସେମାନଙ୍କୁ ସମ୍ମାନ ନ ଦିଅନ୍ତି, ତେବେ ଏହା ଭାବନା ଉପରେ ଖୁବ ମନ୍ଦ ପ୍ରଭାବ ପକାଏ। ଲଗାତର ଦୁଃଖରେ ରହିବା ହେତୁ ବାପାମାଆଙ୍କ ପ୍ରକୃତି ଚିଡିଚିଡା ହୋଇଯାଏ ଏବଂ ସେମାନେ ଶୀଘ୍ର ବୃଦ୍ଧ ଦେଖାଯିବା ଆରମ୍ଭ କରନ୍ତି।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁ ନାହାନ୍ତି… ଜାଣନ୍ତୁ ଆପଣଙ୍କ କେଉଁ ଭୁଲ୍ ପାଇଁ ଏମିତି ହୁଏ

ବାପାମାଆଙ୍କ ଉପରେ ନିର୍ଭରଶୀଳ:

ବଡ ହେବା ପରେ ମଧ୍ୟ ଯଦି ପିଲାମାନେ ନିଜର ଛୋଟ ଛୋଟ କାମ ମଧ୍ୟ ବାପାମାଆଙ୍କ ଦ୍ୱାରା କରାନ୍ତି, ସେତେବେଳେ ସେମାନଙ୍କର ସମସ୍ୟା ଏବଂ ଦାୟିତ୍ୱ ବଢିଯାଏ। ଏହି କାରଣରୁ ସେମାନଙ୍କର ଶରୀର ଥକିଯାଏ ଏବଂ ସେମାନେ ଶୀଘ୍ର ବୁଢା ଦେଖାଯିବା ଆରମ୍ଭ କରନ୍ତି।

ଭବିଷ୍ୟତକୁ ନେଇ ଚିନ୍ତା ନକରିବା:

ଯଦି ପିଲାମାନେ ସେମାନଙ୍କର ପାଠପଢା ଏବଂ ଭବିଷ୍ୟତ ପାଇଁ ଗମ୍ଭୀର ନ ହୁଅନ୍ତି, ତେବେ ବାପାମାଆମାନେ ସେମାନଙ୍କୁ ନେଇ ସବୁବେଳେ ଚିନ୍ତାରେ ଥାଆନ୍ତି। ଏହି ଚିନ୍ତା ଧୀରେ ଧୀରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଏବଂ ସେମାନେ ରୋଗର ଶିକାର ହୁଅନ୍ତି।

ବୁଲି ସମୟ ନଷ୍ଟ କରିବା:

କିଛି ଲୋକ ସାମାନ୍ୟ ଚାପରେ ମଧ୍ୟ ଚାକିରି ଛାଡିଦିଅନ୍ତି ଆଉ କିଛି କାମ ନ କରି ବୁଲି ସମୟ ନଷ୍ଟ କରନ୍ତି। ଯେତେବେଳେ ବାପାମାଆମାନେ ସେମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତା କରୁଥାନତି ପିଲାମାନେ ଯଦି କଠିନ ପରିଶ୍ରମ ନ କରି ଜୀବନକୁ ଉପଭୋଗ କରିବାକୁ ଚାହାଁନ୍ତି, ଏହା ସେମାନଙ୍କ ପିତାମାତାଙ୍କ ପାଇଁ ଏକ ବଡ଼ ଚାପର କାରଣ ହୋଇଯାଏ। ଏହି କାରଣରୁ, ବାପାମାଆଙ୍କ ଚିନ୍ତା ବଢିଯାଏ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଶୀଘ୍ର ଖରାପ ହେବାକୁ ଲାଗେ।

ଭୁଲ ପଦକ୍ଷେପ ନେବାକୁ ଧମକ:

ଅନେକ ପିଲା ଯାହା ଚାହାଁନ୍ତି ସେମାନଙ୍କ ବାପାମାଆଙ୍କୁ ତାହା କରିବାକୁ ବାଧ୍ୟ କରିବାକୁ ଧମକ ଦେବା ଆରମ୍ଭ କରନ୍ତି। ଆତ୍ମହତ୍ୟା କରିବା କିମ୍ବା ଘରୁ ବାହାରିଯିବା ଭଳି ଧମକ ଦିଅନ୍ତି। ଏହିପରି ପରିସ୍ଥିତି ବାପାମାଆଙ୍କୁ ଗଭୀର ଚାପରେ ପକାଇଥାଏ, ଯେଉଁ କାରଣରୁ ସେମାନେ ମାନସିକ ସ୍ତରରେ ଦୁର୍ବଳ ଏବଂ ଅସୁସ୍ଥ ହୋଇଯାଆନ୍ତି। ଏହି ଅଭ୍ୟାସ ବାପାମାଆଙ୍କ ପାଇଁ ଏକ ଦୁଃସ୍ୱପ୍ନ ଠାରୁ ବି କମ୍ ନୁହେଁ।

ନିଶା ସେବନ:

ଯୁବକମାନଙ୍କ ମଧ୍ୟରେ ନିଶା ସେବନ ବୃଦ୍ଧି ପାଉଛି। ଯେତେବେଳେ ବାପାମାଆମାନେ ଜାଣନ୍ତି ଯେ ସେମାନଙ୍କର ପିଲା ନିଶା ସେବନ କରୁଛନ୍ତି, ସେମାନଙ୍କର ମନୋବଳ ଭାଙ୍ଗିଯାଏ। ସେମାନେ ସେମାନଙ୍କର ପିଲାମାନଙ୍କର ଉନ୍ନତି ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିବା ବେଳେ ଯଦି ପିଲାମାନେ ସେ ଦିଗରେ ନ ଯାଆନ୍ତି, ତେବେ ଏହା ବାପାମାଆଙ୍କୁ ଚାପ ଏବଂ ଉଦାସୀନତା ଆଡକୁ ନେଇଯାଏ। ଏହି ଚିନ୍ତା ସେମାନଙ୍କୁ ଅକାଳରେ ବୃଦ୍ଧ କରିଦିଏ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ସେମାନଙ୍କୁ କରାନ୍ତୁ ଏହି ୩ ଆସନ, ଶୀଘ୍ର ବଢିବ ଉଚ୍ଚତା

Relationship Tips
Advertisment
Advertisment