ଏବେ E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ନୂଆ ରାସନ କାର୍ଡ ପାଇଁ ୯ ଲକ୍ଷରୁ ଅଧିକ ଆବେଦନ କରିଛନ୍ତି ।
୧୦ ବର୍ଷ ହେଲା ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ କରିନାହାନ୍ତି। ତେବେ ଜୁନ୍ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଏମିତି କିଛି ଖବର ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି।
୫ ବର୍ଷରୁ କମ୍ ବର୍ଗର ପିଲାମାନଙ୍କ ପାଇଁ ଯେଉଁ ଆଧାର କାର୍ଡ ଆବେଦନ କରାଯାଇଥାଏ, ତାହାର ରଙ୍ଗ ବ୍ଲୁ ହୋଇଥାଏ। ଏହାକୁ ସାଧାରଣରେ ବାଲ ଆଧାର ମଧ୍ୟ କୁହାଯାଏ।
ଛତିଶଗଡ ଝିଅ, ଓଡ଼ିଶା ବୋହୂ । ପ୍ରେମ ବିବାହ ପରେ ଓଡ଼ିଶାରେ ରହିଲେ । ଜନ୍ମରୁ ଦିବ୍ୟାଙ୍ଗ..ଚଲାବୁଲା ତାଙ୍କ ପକ୍ଷରେ କଷ୍ଟ । ଏମିତି ପରିସ୍ଥିତିରେ ବି ଭତ୍ତା ମିଳୁନି କି ଘର ଖଣ୍ଡିଏ ମିଳୁନି । ବ୍ଲକ୍ ପ୍ରଶାସନ କହୁଛନ୍ତି ଖୁବଶୀଘ୍ର ମିଳିବ ସହାୟତା
ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍ ଲିଙ୍କ୍ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।
ଆପଣଙ୍କ ଆଧାରକୁ ବ୍ୟବହାର କରି ଅନ୍ୟ କେହି ସିମ୍ କାର୍ଡ ବ୍ୟବହାର କରୁନାହାନ୍ତି ତ ? ଏହା ଜାଣିବା ପାଇଁ ସରକାର ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି।
ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ତଥ୍ୟର ସୁରକ୍ଷା ମଧ୍ୟ ଜରୁରୀ। କୌଣସି କାରଣବଶତଃ ଯଦି ଏହି ତଥ୍ୟ ଚୋରି ହୋଇଯାଏ, ତା’ହେଲେ ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ବାହାଘରଟିଏ କରୁଥିଲେ ଟଙ୍କା କେଉଁବାଟେ ଖର୍ଚ୍ଚ ହୋଇଯାଏ ଜଣାପଡେନି। ହିସାବ ଟିକିଏ ଭୁଲଭାଲ ହୋଇଗଲେ ସବୁ ବ୍ୟବସ୍ଥା ବିଗିଡ଼ି ଯିବ। ବିଶେଷକରି ଯଦି ଭୋଜି ପ୍ଲେଟ୍ରେ ଅବ୍ୟବସ୍ଥା ଦେଖାଦିଏ ତେବେ ତ କଥା ସରିଲା। ବଦନାମ ହିଁ ବଦନାମ୍। କାରଣ ଆମନ୍ତ୍ରିତ ଅତିଥି ଭୋଜି ନ ଖାଇ ଫେରିଯିବେ। ଆଉ ଏପଟେ ଡକା ଯାଇ ନ ଥିବା ଲୋକ ଥାଳି ଧରି କ୍ୟୁରେ ଛିଡ଼ା ହୋଇଥିବେ।
ଏ ଗାଁରେ କାହାର ବି ନାହିଁ ଆଧାରକାର୍ଡ । ଗାଁରେ ରହୁଥିବା ଜଣେ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କାହାରି ପାଖରେ ଆଧାରକାର୍ଡ ନାହିଁ ।
ସବୁଠି ସବୁ ସମୟରେ ଦରକାର ଆଧାର କାର୍ଡ। ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ଶବ ସତ୍କାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହା ଦରକାର ହୋଇଥାଏ। ଯଦି ଆପଣଙ୍କ ଆଧାର କାର୍ଡ ଭୁଲ୍ ଥାଏ ତେବେ ଆପଣ ଅସୁବିଧାରେ ପଡିଥାନ୍ତି। ଏସବୁ ଅସୁବିଧାକୁ ଏଡାଇବା ପାଇଁ ଆସିଛି ଆଧାର କାର୍ଡ ପ୍ରସ୍ତୁତିର ନୂଆ ନିୟମ। ଜାଣନ୍ତୁ ତାହା କ’ଣ?
ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଆଧାର କାର୍ଡ, ପାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଉପରେ ବୟସ ନିର୍ଣ୍ଣୟ ଚୂଡାନ୍ତ ନୁହେଁ।