Advertisment

AIIMS Bhubaneswar: ଉନ୍ନତ ଯକୃତ ଚିକିତ୍ସାରେ ମାଇଲଖୁଣ୍ଟ; ଭୁବନେଶ୍ୱର AIIMSରେ ଖୋଲିଲା ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍

ଭୁବନେଶ୍ୱର AIIMS ଯକୃତ (ଲିଭର) ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡାଙ୍କ ଉପସ୍ଥିତିରେ AIIMS ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଏହି କ୍ଲିନିକ୍ ଉଦଘାଟନ କରିଛନ୍ତି।

author-image
Sonali Ojha
Liver transplantation clinic

Liver transplantation clinic

ଭୁବନେଶ୍ୱର AIIMS ଯକୃତ (ଲିଭର) ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡାଙ୍କ ଉପସ୍ଥିତିରେ AIIMS ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଏହି କ୍ଲିନିକ୍ ଉଦଘାଟନ କରିଛନ୍ତି। ଯକୃତ ପ୍ରତିରୋପଣ ସେବା ପ୍ରତିଷ୍ଠା କରିବା ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସହ ଓଡ଼ିଶା ତଥା ବାହାର ରାଜ୍ୟର ଯକୃତ ପ୍ରତିରୋପଣର ବର୍ଦ୍ଧିତ ଆବଶ୍ୟକତାକୁ ସମାଧାନ କରିବ।

Advertisment

ପ୍ରତି ମଙ୍ଗଳବାର ଦିନ ୨:୩୦ ରୁ ୪:୩୦ ପର୍ଯ୍ୟନ୍ତ ଗ୍ୟାଷ୍ଟ୍ରୋ ଓପିଡି କମ୍ପ୍ଲେକ୍ସର କୋଠରୀ ନମ୍ବର ୨୨୨ରେ କାର୍ଯ୍ୟ କରିବ। ଏହି ବିଶେଷଜ୍ଞ କ୍ଲିନିକ୍ ଯକୃତ ଯତ୍ନ ପାଇଁ ଏକ ସଂରଚିତ ଏବଂ ବହୁବିଧ ଦୃଷ୍ଟିକୋଣ ସୁନିଶ୍ଚିତ କରି ଯକୃତ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀଙ୍କ ମୂଲ୍ୟାଙ୍କନ, ତାଲିକାଭୁକ୍ତକରଣ ଏବଂ ଅସ୍ତ୍ରୋପଚାର ପୂର୍ବର ବିଭିନ୍ନ ଆବଶ୍ୟକତା ପୂରଣ ଦିଗରେ ବିଶେଷ ସହାୟକ ହେବ। ଏହି ପଦକ୍ଷେପ ଯକୃତ ଯତ୍ନରେ ଥିବା ବ୍ୟବଧାନକୁ ପୂରଣ କରିବ ଏବଂ ଅଗଣିତ ରୋଗୀଙ୍କ ପାଇଁ ଆଶାର କିରଣ ପ୍ରଦାନ କରିବା ନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆପଣଙ୍କ ଦୃଷ୍ଟିଶକ୍ତି କମୁଛି କି…କରନ୍ତୁ ଏହି ଯୋଗ, ହେଇଯିବ ସମାଧାନ

ଯକୃତ ପ୍ରତିରୋପଣ କ୍ଲିନିକ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଶିଶୁ ଶଲ୍ୟଚିକିତ୍ସା ଏବଂ ଶିଶୁ ରୋଗ ବିଭାଗ ଦ୍ୱାରା ମିଳିତ ଭାବରେ ପରିଚାଳିତ ହେବ। ଜଣେ ଉତ୍ସର୍ଗୀକୃତ ଯକୃତ ପ୍ରତିରୋପଣ ସଂଯୋଜକ ଏବଂ ପୁଷ୍ଟିସାଧନ ବିଶେଷଜ୍ଞ ମଧ୍ୟ କ୍ଲିନିକ୍ ସହିତ ସାମିଲ ହୋଇ, ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ସାମଗ୍ରିକ ଯତ୍ନ ସୁନିଶ୍ଚିତ କରିବେ।ଏହି କ୍ଲିନିକ୍ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ରୋଗୀମାନଙ୍କୁ ସେବା ଯୋଗାଇବ, ବ୍ୟାପକ ମୂଲ୍ୟାଙ୍କନ ଏବଂ ଚିକିତ୍ସା ପ୍ରଦାନ କରିବ।

Advertisment

ଏହି କାର୍ଯ୍ୟକ୍ରମରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ମାନସ ପାଣିଗ୍ରାହୀ , ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ବ୍ରହ୍ମଦତ୍ତ ପଟ୍ଟନାୟକ, ବର୍ଣ୍ଣସ ଏଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ ଗିରି, ଶିଶୁ ଶଲ୍ୟଚିକିତ୍ସା ବିଭାଗର ଡ. ସୁବ୍ରତ ସାହୁ, ଡ. ତାରାପ୍ରସାଦ ତ୍ରିପାଠୀ ଏବଂ ରେଡିଓଲୋଜି ବିଭାଗର ଡ. ରଞ୍ଜନ ପଟେଲଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, ନର୍ସିଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ:  କ୍ଷୀର ବିନା ବି ହୋଇପାରିବ ସୁସ୍ଥ ଘିଅ; ଜାଣନ୍ତୁ ତିଆରି କରିବାର ପଦ୍ଧତି

Liver Transplant
Advertisment
Advertisment