ଭାରତୀୟ ରେଳ ବିଭାଗର ଡ୍ରିମ୍ ପ୍ରୋଜେକ୍ଟ ସଫଳ ହୋଇଛି । କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତୁତି ଶେଷହେବା ପରେ ଆଜି ଏହାର ଟ୍ରାଏଲ୍ରନ୍ କରାଯାଇଛି ।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ବନ୍ଦେ ଭାରତ ଟ୍ରେନ୍ ଦୌଡ଼ିଛି।