Advertisment

Hand Shake: ଚେନ୍ନାଇ ହାଇକୋର୍ଟ କହିଲେ, ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ହ୍ୟାଣ୍ଡସେକ ଯୌନ ଶୋଷଣ

କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା ଦେବା ନିମନ୍ତେ ପୋଶ (POSH) ଆକ୍ଟ ରହିଛି। ବର୍ତ୍ତମାନ ଏହି ଆଇନକୁ ଆହୁରି ମଜବୁତ କରିଛନ୍ତି କୋର୍ଟ। ଅନିଚ୍ଛା ସତ୍ତ୍ବେ ହାତ ମିଳାଇବାକୁ ଯୌନ ଶୋଷଣ ଭାବରେ ବିବେଚନା କରାଯିବ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Hand Shake

Hand Shake

ଜଣେ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଯଦି କର୍ମକ୍ଷେତ୍ରରେ ତାଙ୍କ ସହ କୌଣସି ସହକର୍ମୀ ହାତ ମିଳାଇବାକୁ ଚେଷ୍ଟା କରୁଛନ୍ତି ତେବେ ଏହାକୁ ନେଇ ଏକ ବଡ ରାୟ ଦେଇଛନ୍ତି ଚେନ୍ନାଇ ହାଇକୋର୍ଟ। କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା ଦେବା ନିମନ୍ତେ ପୋଶ (POSH) ଆକ୍ଟ ରହିଛି। ବର୍ତ୍ତମାନ ଏହି ଆଇନକୁ ଆହୁରି ମଜବୁତ କରିଛନ୍ତି କୋର୍ଟ। ଅନିଚ୍ଛା ସତ୍ତ୍ବେ ହାତ ମିଳାଇବାକୁ ଯୌନ ଶୋଷଣ ଭାବରେ ବିବେଚନା କରାଯିବ। ଏପରି ଘଟଣାରେ ଉଦ୍ଦେଶ୍ୟ ନୁହେଁ ବରଂ ଜଣଙ୍କ ଆକ୍ସନକୁ ବିଚାରକୁ ନିଆଯିବ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।

Advertisment

ଏଚସିଏଲ କମ୍ପାନୀରେ କାମ କରୁଥିବା ୩ ଜଣ ମହିଳା କର୍ମଚାରୀ ନିଜର ଉପରିସ୍ଥ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିଥିଲେ। ତେବେ ଅନ୍ତରୀଣ ତଦନ୍ତ କମିଟି ରିପୋର୍ଟକୁ ଖାରଜ କରି ଦେଇଥିଲେ ଶ୍ରମ କୋର୍ଟ। ତେବେ ହାଇକୋର୍ଟ ଶ୍ରମ କୋର୍ଟର ନିଷ୍ପତ୍ତିକୁ ଗ୍ରହଣ କରି ନାହାନ୍ତି। ଏହା ସହିତ ପୋଶ (POSH) ଆକ୍ଟ ୨୦୧୩ରୁ ରହିଥିବା ବେଳେ ଏଥିରେ ଅଭିଯୋଗ କରିବା ଉଚିତ ବୋଲି କହିଛନ୍ତି। ହାତ ମିଳାଇବା ଯୌନ ଶୋଷଣ ଅଧୀନରେ କିଭଳି ଆସିବ ବୋଲି ପ୍ରଶ୍ନର ମଧ୍ୟ ଉତ୍ତର ରଖିଥିଲେ ହାଇକୋର୍ଟ। ଜଷ୍ଟିସ ଆର ଏନ ମଞ୍ଜୁଳା କହିଥିଲେ କର୍ମକ୍ଷେତ୍ରରେ ଯଦି ଜଣେ କୌଣସି ଘଟଣାକୁ ଠିକ ଭାବରେ ଗ୍ରହଣ କରୁ ନାହାନ୍ତି କିମ୍ବା କାହାର ବ୍ୟବହାର ଯଦି ଅନ୍ୟକୁ ପ୍ରଭାବିତ କରୁଥାଏ ଓ ଯଦି ପ୍ରଭାବିତ ହୋଇଥିବା କେହି ମହିଳା ହୋଇଥାନ୍ତି ତାହେଲେ ଏହା ନିଶ୍ଚିତ ଭାବେ ଯୌନ ଶୋଷଣ ବର୍ଗରେ ଆସିବ।

ଅଧିକ ପଢ଼ନ୍ତୁ: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

Advertisment

ଏହା ସହିତ କୋର୍ଟ ୧୯୯୮ ମସିହାରେ ଆମେରିକୀୟ ସୁପ୍ରିମକୋର୍ଟଙ୍କ ଏକ ମାମଲାର ଉଦାହରଣ ଦେଇଥିଲେ। ଯୋଶେଫ ଓନକେଲେ ଓ ସନଡାଉନର ଅଫସୋର ମାମଲାର ରାୟକୁ କୋଟ କରିଥିଲେ ବିଚାରପତି। ଯୌନ ଶୋଷଣ ମାମଲାରେ ସର୍ବଦା ମହିଳାଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ମିଳିଥାଏ ପୁରୁଷଙ୍କୁ ନୁହେଁ ବୋଲି କହିଥିଲେ ହାଇକୋର୍ଟ।

କର୍ମକ୍ଷେତ୍ରରେ ଭିନ୍ନ ଭିନ୍ନ ଲିଙ୍ଗର ବ୍ୟକ୍ତିବିଶେଷ ପରସ୍ପର ସହିତ କିଭଳି କଥା ହେବେ ବା ବ୍ୟବହାର କରିବେ ଏହା ପାଇଁ କୌଣସି ମାପକାଠି ନାହିଁ। ଶିଷ୍ଟତା ହିଁ ଏହାର ଏକମାତ୍ର ମାପକାଠି। ଶିଷ୍ଟତାକୁ ଧ୍ୟାନରେ ରଖିଲେ ଅପରାଧୀ ନିଜକୁ ଦୋଷୀ ମନେ କରେ ନାହିଁ ମାତ୍ର ଏହାକୁ ନେଇ ସବୁ ମହିଳାଙ୍କ ମାନସିକତା ଭିନ୍ନ ରହିପାରେ।

ତିନି ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। କାମ କରୁଥିବା ସମୟରେ ନିକଟରେ ରହି ସେ ତାଙ୍କ କାମକୁ ନୀରିକ୍ଷଣ କରୁଥିବା ନେଇ ମହିଳା ମାନେ ଅଭିଯୋଗ ଆଣିଛନ୍ତି। ଅନେକ ସମୟରେ କାନ୍ଧକୁ ଛୁଇଁବା ସହ ହାତ ମିଳାଇବାକୁ ବାଧ୍ୟ କରିବା ଓ ମାସିକ ଋତୁସ୍ରାବ ସମ୍ପର୍କରେ ପଚାରିଥାନ୍ତି ବୋଲି ଅଭିଯୋଗ ଆସିଥିଲା। ତେବେ ପୁରୁଷ କର୍ମଚାର ଜଣଙ୍କ ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କରିଥିଲେ। ସିସିଟିଭି ଫୁଟେଜ ପାଇଁ ସେ ଦାବି କରିଥିବା ବେଳେ ଫୁଟେଜ ମିଳି ନ ଥିଲା। ଏହା ଉପରେ ଅନ୍ତରୀଣ ତଦନ୍ତ କମିଟି କହିଥିଲା ଘଟଣା ୨୦୧୮ରେ ଘଟିଥିଲା। ୨୦୧୯ରେ ସଂପୃକ୍ତ କର୍ମଚାରୀଙ୍କୁ ବିଦା କରାଯିବା ପରେ ସେ ସିସିଟିଭି ଫୁଟେଜ ମାଗିଥିଲେ। ଏହି ଘଟଣା ପରେ ପୋଶ (POSH) ଆକ୍ଟ କଡାକଡି ଭାବରେ ଲାଗୁ କରାଯାଇଥିବା କହିଛି ଏଚସିଏଲ।

ଅଧିକ ପଢ଼ନ୍ତୁ: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ

Sexual Harassment
Advertisment
Advertisment