ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଏହାର ପ୍ରତିକାର କଲେ ଶୁଭ ଫଳ ମିଳିବ। ଏଭଳି ପ୍ରବର୍ତ୍ତାଇ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଲୁଟିନେଲେ ଜଣେ କିନ୍ନର।
ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି।
ରାଜଧାନୀରେ ଲୁଟେରାଙ୍କ ଲୋମଟାଙ୍କୁରା କାଣ୍ଡ । ଆପାର୍ଟମେଣ୍ଟରେ ଏଣ୍ଟ୍ରି ମାରିଲେ ମଧ୍ୟରାତିରେ । ପଶିଲେ ଫ୍ଲାଟରେ । ଖାଲି ଲୁଟିଲେନି ଗହଣା ଗାଣ୍ଠି, ବରଂ ଲୁଟିଲେ ମହିଳାଙ୍କ ଇଜ୍ଜତ ।
ଆଇଫୋନ୍ ପାଇଁ ତଣ୍ଟିଚିପି ହତ୍ୟା... ଡେଲିଭରୀ ବଏକୁ କଲବଲ କରି ମାରିଲେ ଯୁବକ । ହତ୍ୟା ପରେ ଅଖାରେ ବାନ୍ଧି କେନାଲରେ ଭସାଇ ଦେଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ । ଯାହା କି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି।
ସମ୍ବଲପୁରରେ ରାତିରେ ବୁଲୁଛନ୍ତି ମୁଖା ପିନ୍ଧା ଚୋର ଗ୍ୟାଙ୍ଗ । ବିଳମ୍ବିତ ରାତିରେ ସେମାନେ ବିଭିନ୍ନ ଘରକୁ ଘର ପଶୁଛନ୍ତି ।
କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି।
ଆଇଫୋନ୍ ପାଇଁ ହତ୍ୟା । ଅନ୍ଲାଇନ୍ରେ ଆଇଫୋନ୍ ମଗାଇଲେ । ଡେଲିଭରି ମଧ୍ୟ ହେଲା । କିନ୍ତୁ ଡେଲିଭରି ବୟ ଫୋନ୍ ଦେଇ ଟଙ୍କା ମାଗିବାରୁ ତଣ୍ଟି ଚିପି ମାରିଦେଲେ ।
ରାଜନଗର ଅଞ୍ଚଳରୁ ଆସିଛି ଆଉ ଏକ ବିବାଦୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ରାଜନଗର ଥାନା ପୋଲିସ ବିନା କାରଣରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ପୋଲିସ କମିଶନର ରାଜଦୀପ ନୁକୁମଙ୍କ ସୂଚନା ଅନୁଯାୟୀ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ 'ଫର୍ଜି' ଦ୍ୱାରା ଅନୁପ୍ରାଣିତ ହୋଇଛି। ଅନୁପମ ଖେରଙ୍କ ଛବି ସହିତ 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ' ବଦଳରେ 'ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ' ଲେଖାଯାଇଛି।
ବିଜେଡି ସରକାର ସମୟରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି । ସେହି ଘଟଣା ଉପରୁ ପରଦା ହଟାଇବେ ମୋହନ ସରକାର ।
ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।
ହିରାଲାଲ ଜଣେ ବଢ଼େଇ । ସେ କାଠ କାମ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ଷେ ତଳେ ତାଙ୍କ ପତ୍ନୀ କ୍ୟାନ୍ସରରେ ମୃତ୍ୟୁ ବରଣ କରିଛନ୍ତି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଗୁରୁତର । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କଷୁରବନ୍ଧ ଗାଁରେ ।
ପୁରୁଣା ବଜାର ଥାନା ଇଲାକାରେ ଲାଗିଲା ବିଏନଏସଏସ୍ ଧାରା-163 । ସହରରେ ଭଦ୍ରକ ପୋଲିସର ଫ୍ଲାଗ୍ ମାର୍ଚ୍ଚ ।
ଭୁବନେଶ୍ବର ଓ କଟକରେ ଏକାଧିକ ସୁନା ଚେନ୍ ଲୁଟ୍ ମାମଲାରେ ସଂପୃକ୍ତ ଥିବା ଗ୍ୟାଙ୍ଗକୁ ପୋଲିସ୍ ଧରିଛି । ୭ ଜଣ ସାବାଳକ ଓ ଜଣେ ନାବାଳକଙ୍କୁ କାବୁ କରାଯାଇଛି ।
ଭରତପୁର ଥାନା ମାମଲାରେ ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ ।
ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ରେ ବଳି ଦେବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏଥିରେ ସେମାନେ ବିଫଳ ହୋଇଥିଲେ ।
ଅସୁରକ୍ଷିତ ପାଲଟିଛି କି ରାଉରକେଲା? କ୍ରାଇମ ସିଟି ପାଲଟିଲାଣି କି ଷ୍ଟିଲସିଟି ?
ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି ।
ଅଭିଯୁକ୍ତ ହେଲା ମୁକ୍ତିରଞ୍ଜନ ରାୟ। ବୟସ ୩୨। ୨୭ ବର୍ଷିୟା ପ୍ରେମିକା ମହାଲକ୍ଷ୍ମୀଙ୍କୁ ବେଙ୍ଗାଳୁରୁର ଭାୟାକୁଲା ଅଞ୍ଚଳରେ ୫୯ ଖଣ୍ଡ କରି ବୀଭତ୍ସ ହତ୍ୟା ପରେ ଭଦ୍ରକ ଆସି କରିଛି ସୁଇସାଇଡ୍।
୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।
ବାର୍ ଉପରେ ଅବକାରୀ ଟିମ୍ର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର୍ ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।
କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।
ହତ୍ୟା ପରେ ମୁକ୍ତିରଞ୍ଜନ ଓଡ଼ିଶା ପଳାଇ ଆସିଥିଲା ।