Advertisment

Man Poisoned Lover: ବିଶ୍ୱାସରେ ବିଷ ଦେଲା ପ୍ରେମିକା, ଖାଦ୍ୟରେ ବିଷ ଦେଇ ମାରିଲା ପ୍ରେମିକ

ପରିସ୍ଥିତି ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦେଉ ନଥିବାରୁ ସେମାନେ ଦୁହେଁ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସମସ୍ତେ ଧରି ନେଇଥିଲେ। କିନ୍ତୁ ଉଜମାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ କିଛି ଅଲଗା ଥିଲା। ଉଜମାଙ୍କ ଫୋନ୍‌ରୁ ଯେଉଁ ସମୟରେ ମେସେଜ୍ ପଠାଯାଇଥିଲା ଏହାର ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପୋଲିସର ସନ୍ଦେହ ବଢିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Mueder

Mueder

ଧୋକା ଦେଉଥିଲା ପ୍ରେମିକା। ପ୍ରେମିକକୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ଯୋଜନା ବି କରିଥିଲା। ହେଲେ ଫୋନ୍‌ ହ୍ୟାକ୍‌ କରି ଜାଣିଦେଲା ପ୍ରେମିକ। ରାଗରେ ଜର୍ଜରିତ ହୋଇ ଖାଇବାରେ ବିଷ ଦେଇ ପ୍ରେମିକାକୁ ହତ୍ୟା କଲା। ଆଉ ନିଜେ ଟଏଲେଟ୍ କ୍ଲିନର୍ ପିଇ ରଚିଲା ମିଳିତ ଆତ୍ମହତ୍ୟା ନାଟକ। ବେଙ୍ଗାଲୁରୁର ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରେମିକ ବାଶା ଓ ମୃତ ମହିଳା ଉଜମା ଖାନଙ୍କ ମଧ୍ୟ୍ୟରେ ପ୍ରେମ ସଂପର୍କ ଥିଲା । ବାଶା ମରାଥହାଲ୍ଲି ନିକଟସ୍ଥ ସ୍ପାଇସ୍ ଗାର୍ଡେନ୍ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ,ଉଜମା କଚରକନାହାଲ୍ଲିର ବାସିନ୍ଦା। ଉଭୟ ବିବାହିତ ଥିଲେ । ଆଠ ବର୍ଷ ପୂର୍ବେ ସେମାନଙ୍କ ସ୍ୱାମୀ/ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାପର ଠାରୁ ରିଲେସନସିପ୍‌ରେ ଥିଲେ। ସେମାନଙ୍କ ପରିବାର ଲୋକ ଉଭୟଙ୍କ ବିବାହ କରିବା ପାଇଁ ଆଲୋଚନା ଆରମ୍ଭ କରିଥିଲେ କିନ୍ତୁ ବ୍ୟକ୍ତିଗତ କାରଣରୁ ପ୍ରସ୍ତାବଟି ଭାଙ୍ଗି ଯାଇଥିଲା।

ଡିସେମ୍ବର ୩୧ରେ ବାଶା ଉଜମାଙ୍କୁ ଖାଇବା ପାଇଁ ତାଙ୍କ ଫ୍ଲାଟ୍‌କୁ ଡାକିଥିଲେ। ଉଭୟ ଏକାଠି ଖାଦ୍ୟ ଖାଇଥିଲେ। ହେଲେ ଜାନୁଆରୀ ୧ ତାରିଖରେ ଉଜମା ତାଙ୍କ ସମ୍ପର୍କୀୟମାନଙ୍କୁ ଏକ ମେସେଜ୍ ପଠାଇ ଲେଖିଥିଲେ ଯେ ବାଶା ଏବଂ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏକାଠି ବିଷ ପିଇ ଦେଇଛନ୍ତି। ଏହି ମେସେଜ୍ ଦେଖିବା ପରେ ସମ୍ପର୍କୀୟମାନେ ଫ୍ଲାଟ୍‌ରେ ପହଞ୍ଚି ଉଜମା ଓ ବାଶାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଉଜମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ପରିସ୍ଥିତି ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦେଉ ନଥିବାରୁ ସେମାନେ ଦୁହେଁ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସମସ୍ତେ ଧରି ନେଇଥିଲେ। କିନ୍ତୁ ଉଜମାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ କିଛି ଅଲଗା ଥିଲା। ଉଜମାଙ୍କ ଫୋନ୍‌ରୁ ଯେଉଁ ସମୟରେ ମେସେଜ୍ ପଠାଯାଇଥିଲା ଏହାର ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପୋଲିସର ସନ୍ଦେହ ବଢିଥିଲା। ଏହା ପଛରେ ବାଶାର ହାତ ଥିବା ତଦନ୍ତରୁ ଜଣାପଡିଥିଲା। 

ଅଧିକ ପଢ଼ନ୍ତୁ: କାହିଁକି ସୈଫ୍‌କୁ ହେଲା ଆଟାକ୍; ପ୍ରେସମିଟ୍‌ରେ ଖୁଲାସା କଲା ମୁମ୍ୱାଇ ପୋଲିସ

ପୋଲିସର ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆରେ କାମ କରୁଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ସହିତ ଉଜମାଙ୍କ ବିବାହ ବିଷୟରେ ଜାଣିବା ପରେ ବାଶା ମର୍ଡର ପ୍ଲାନ୍ କରିଥିଲା । ସେ ଉଜମାଙ୍କୁ ଛାଡିବାକୁ ଚାହୁଁ ନଥିଲା। ଉଜମାଙ୍କ ଭାଇ ହିମାୟତ ଖାନଙ୍କ ଅଭିଯୋଗ ଅନୁଯାୟୀ, ବାଶା ଉଜମାଙ୍କ ମୋବାଇଲରେ ସଫ୍ଟୱେର୍ ଡାଉନଲୋଡ୍ କରି ତାଙ୍କ ଫୋନ୍‌କୁ ନିୟନ୍ତ୍ରଣକୁ ନେଇଥିଲା। ଏହା ଦ୍ୱାରା ଅନ୍ୟଜଣେ ବ୍ୟକ୍ତିଙ୍କ ସହ ସହ ଉଜମାଙ୍କ ବିବାହ ନେଇ କଥାବାର୍ତ୍ତା ବିଷୟରେ ଜାଣିପାରିଲା। ସେବେଠାରୁ ସେ ନିୟମିତ ଭାବରେ ତାଙ୍କ ସହ ଝଗଡ଼ା କରିଆସୁଥିଲା।

ପୋଲିସ ବାଶାକୁ ଗିରଫ କରିଛି। ବାଶା ଉଜମାଙ୍କୁ ଖାଦ୍ୟରେ ବିଷ ଦେବା ପରେ ଗିରଫଦାରୀକୁ ଏଡାଇବା ପାଇଁ ନିଜେ ଟଏଲେଟ୍ କ୍ଲିନର ପିଇଦେଇଥିଲା । ଉଭୟ ଏକାଠି ଜୀବନ ହାରିବା ନେଇ ମିଛ ନାଟକ ରଚିଥିଲେ। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି, "ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀ ରିପୋର୍ଟ ଉଜମାଙ୍କ ମୃତ୍ୟୁର କାରଣ ନେଇ ଅଧିକ ସୂଚନା ଦେବ। ବିଷ ନା ଅନ୍ୟ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେନେଇ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ।"

ଅଧିକ ପଢ଼ନ୍ତୁ : ଛୁରି ଦେଖାଇ ହାତଗୋଡ଼ ବାନ୍ଧି ମହିଳାଙ୍କୁ ଦୁଷ୍କର୍ମ !

Poison Bengaluru
Advertisment
Advertisment