Advertisment

Naba Das Murder Case: ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ।

author-image
Sujit kumar Swain
CBI Investigation in Naba Das Murder Case

CBI Investigation in Naba Das Murder Case

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ହୋଇପାରେ ସିବିଆଇ ତଦନ୍ତ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲିଖିତ ଅଭିଯୋଗ କରିବେ ବୋଲି କହିଲେ ଦୀପାଳି ଦାସ। ଏହା ସହ ଯଦି ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି ତାଙ୍କ ପରିବାର ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ଦୀପାଳିଙ୍କ ବୟାନକୁ ସ୍ୱାଗତ କରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ କୋର୍ଟକୁ ବି ଜଣାନ୍ତୁ ଦୀପାଳି। ଅନ୍ୟପଟେ ଯଦି CBI ତଦନ୍ତ ଭାର ନିଏ କେଉଁ କେଉଁ ଦିଗରେ ତଦନ୍ତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା।

Advertisment

ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ। ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ନେଇ ପରିବାର ସହ ସେ ଆଲୋଚନା କରୁଛନ୍ତି। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ସେ ଲିଖିତ ଜଣାଇବେ। ଏହା ସହ ଆଗକୁ ତଦନ୍ତରେ ତାଙ୍କ ପୂରା ପରିବାର ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ଦୀପାଳିଙ୍କ ଏଭଳି ବୟାନକୁ ସ୍ୱାଗତ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। କହିଛନ୍ତି କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଦୀପାଳି କୋର୍ଟକୁ ମଧ୍ୟ ଲେଖି ଜଣାଇବା ଦରକାର। ପୂର୍ବ ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି। ତାପରେ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନିଷ୍ପତ୍ତି ନେବେ। ଏହା ସହ କହିଛନ୍ତି ସିବିଆଇ ତଦନ୍ତ ଭାର ନେଲେ ହତ୍ୟାକାଣ୍ଡ ପଛରେ ଥିବା ଉଦ୍ଦେଶ୍ୟ ସହ ରାଜନେତା ଏବଂ ଅଫିସରଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ।

ଅଧିକ ପଢ଼ନ୍ତୁ: ପ୍ରଦୀପ ପୁରୋହିତଙ୍କ ଚାଞ୍ଚଲ୍ୟକର ବୟାନ; ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା !

Advertisment

ବଡ଼ ପ୍ରଶ୍ନ, ଯଦି ମାମଲାର ତଦନ୍ତ ଭାର ସିବିଆଇ ନିଏ ତାହେଲେ କେଉଁଠୁ ଆରମ୍ଭ କରିବ ତଦନ୍ତ ? କ୍ରାଇମବ୍ରାଞ୍ଚ ଛାଡି ଯାଇଥିବା କେଉଁ ଦିଗଗୁଡିକୁ ତଦନ୍ତ ପରିସର ଭୁକ୍ତ କରିପାରେ ସିବିଆଇ ତାକୁ ନେଇ ବି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ବରିଷ୍ଠ ଆଇନଜୀବୀଙ୍କ ମତରେ ଯେହେତୁ ଫୁଲ୍ ଚାର୍ଜସିଟ୍ ଦାଖଲ ହୋଇ କୋର୍ଟରେ ଟ୍ରାଏଲ ଆରମ୍ଭ ହୋଇଛି, ତେଣୁ ଦୀପାଳି କିମ୍ବା ତାଙ୍କ ପରିବାର କେହି ବି ତଦନ୍ତରେ ଅସନ୍ତୁଷ୍ଟ ନେଇ କୋର୍ଟରେ ପିଟିସନ ଦେବାକୁ ପଡ଼ିବ। ଏହା ସହ ଯଦି ସିବିଆଇ ତଦନ୍ତ ଆରମ୍ଭ କରେ, ଏବେ କ୍ରାଇମବ୍ରାଞ୍ଚ ପାଖରେ ନଥିବା ନବଙ୍କ ରକ୍ତ ଭିଜା ସାର୍ଟ, ତାଙ୍କ ଦେହରେ ବାଜି ମିସିଂ ଥିବା ଗୁଳି ସହ ଅନ୍ୟ ବନ୍ଧୁକରୁ ଗୁଳି ଫୁଟିଛି କି ନାହିଁ ସେ ତଦନ୍ତର ପ୍ରକ୍ରିୟା ଆରମ୍ଭ କରିପାରେ। ଅନ୍ୟପଟେ, ଯଦିଓ ମୁଖ୍ୟ ଅଭିଯୁକ୍ତ ଭାବେ କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିଛି କିନ୍ତୁ ହତ୍ୟାର ଉଦ୍ଦେଶ୍ୟ ନେଇ ସନ୍ତୋଷଜନକ ଉତ୍ତର ମିଳିନି, ଯାହାକି କୋର୍ଟରେ ଦୋଷୀ ସାବ୍ୟସ୍ତ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ସେ ଦିଗରେ ବି ସିବିଆଇ କାମ କରିବ। ଅନ୍ୟ ପଟେ ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି ସବୁଠୁ ବଡ଼ ଦିଗ ହେଲା ଷଡଯନ୍ତ୍ର। ଏକା ଗୋପାଳ ନା ହତ୍ୟା ପଛରେ ଅନ୍ୟ କେହି ମାଷ୍ଟରମାଇଣ୍ଡ। ସେ ଦିଗରେ କ୍ରାଇମବ୍ରାଞ୍ଚ ସେତେଟା ତଦନ୍ତ କରିନାହିଁ। ତେଣୁ ରାଜନୈତିକ କି ବ୍ୟାବସାୟିକ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଲୋଚନା ହେଉଥିବାରୁ ତାହା ମଧ୍ୟ ସିବିଆଇ ତଦନ୍ତ ପରିସରଭୁକ୍ତ ହେବ। ଏବେ ଅପେକ୍ଷା ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ। ଦୀପାଳି ଲିଖିତ ଅଭିଯୋଗ କରିବା ପରେ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି ନା ନାହିଁ। 

ଏପଟେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ଥମୁନି ରାଜନୈତିକ ବୟାନବାଜି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏ ମାମଲାରେ ଆଜି କହିଛନ୍ତି ଯେ, 'ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ। ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର। ସେପଟେ ବିଜେଡି ଓ କଂଗ୍ରେସ ପ୍ରଦୀପଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଅଧିକ ପଢ଼ନ୍ତୁ: ଅନୀଲ-ହଂସିତାଙ୍କ ବିଜେଡି ଲିଙ୍କ୍ ! କାମ ଦେଉଥିଲେ ମନ୍ତ୍ରୀ, ଡିଲ୍ କରୁଥିଲେ ବିଧାୟକ...

CBI Murder Case Naba Das CBI Investigation
Advertisment
Advertisment