Advertisment

Naba Das Murder Case: ନବଙ୍କ ସାର୍ଟ ପୋଡ଼ି ଘଟଣା; ହରଡ ଘଣାରେ ହସପିଟାଲ କର୍ତ୍ତୃପକ୍ଷ, ଉଠିଲା ଅନେକ ପ୍ରଶ୍ନ

କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ରକ୍ତ ଭିଜା ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି ଜଣାପଡ଼ିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Naba Das

Naba Das

ରାଜ୍ୟର ତତ୍କାଳୀନ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ଙ୍କ ଗୁଳି ଭିଜା ସାର୍ଟ ଗାଏବ ନେଇ ହେଉଥିଲା ଚର୍ଚ୍ଚା। ଏବେ ସେହି ସାର୍ଟ ନେଇ ଆସିଛି ନୂଆ ଟ୍ୱିଷ୍ଟ। ନବ ଭୁବନେଶ୍ୱରରେ ଯେଉଁ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ, ସେଠାରେ ତାଙ୍କ ସାର୍ଟକୁ ପୋଡ଼ି ଦିଆଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

Advertisment

କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ରକ୍ତ ଭିଜା ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି ଜଣାପଡ଼ିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଏକ ସଂଗୀନ ହତ୍ୟା ମାମଲାରେ ସାର୍ଟ ପୋଡ଼ିବାକୁ କିଏ ଦେଲା ଅନୁମତି ? ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ବେଳେ ରକ୍ତଭିଜା ସାର୍ଟ ପୋଡ଼ାହେଲା କେମିତି ? ସାର୍ଟ ପୋଡ଼ିବାକୁ କ୍ରାଇମବ୍ରାଞ୍ଚ ଅନୁମତି ଦେଇଥିଲା କି ? ନା ପୁଲିସକୁ ସୂଚନା ନଦେଇ ସାର୍ଟ ପୋଡ଼ି ଦିଆଗଲା। ନା ପ୍ରମାଣକୁ ପୋଡ଼ି ଦେବାକୁ ବିଧିବଦ୍ଧ ଭାବେ ଯୋଜନା ହୋଇଥିଲା ? ତାକୁ ନେଇ ଅନେକ  ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

 ସେହିପରି ୨୦୨୩ରେ କୋଭିଡ ପ୍ରୋଟକଲ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ହୋଇଥିଲା। ୨୦୨୨ ପର୍ଯ୍ୟନ୍ତ କୋଭିଡ ପ୍ରୋଟକଲ ବଳବତ୍ତର ରହିଥିଲା। ୨୦୨୩ରେ କୋଭିଡ ପ୍ରୋଟକଲ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ସତ୍ତ୍ୱେ ସଂପୃକ୍ତ ହସପିଟାଲ କେଉଁ ନିୟମ ଅନୁସାରେ କୋଭିଡ ପ୍ରୋଟକଲକୁ ମାନୁଥିଲେ, ନବ ଦାସଙ୍କୁ କ’ଣ କୋଭିଡ ହୋଇଥିଲା କି? କାହିଁକି ତାଙ୍କ ସାର୍ଟପେଣ୍ଟକୁ ପୋଡ଼ି ଦିଆଗଲା, ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ରହସ୍ୟ; CBI ତଦନ୍ତ ପାଇଁ ଲେଖିକି ଦେବେ ଦୀପାଳି

ନବ ଦାସଙ୍କ ରକ୍ତ ଭିଜା ସାର୍ଟପେଣ୍ଟ ପୋଡ଼ିବା ପାଇଁ ହସପିଟାଲ କର୍ତ୍ତୃପକ୍ଷ ପୁଲିସର ଅନୁମତି ନେଇଥିଲେ କି? ନବଙ୍କ ହତ୍ୟାକାଣ୍ଡର ପ୍ରମାଣ ଲିଭାଇବା ପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ମିଶି ଏପରି କରିଛନ୍ତି କି ଷଡ଼ଯନ୍ତ୍ରକାରୀ? ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି।

ସୂଚନାଯୋଗ୍ୟ, ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। । ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲ ଏୟାର ଲିଫ୍ଟ କରାଯାଇଥିଲା। ଘରୋଇ ହସପିଟାଲରେ ପହଞ୍ଚିବା ପରେ ତାଙ୍କୁ ଓଟିକୁ ନିଆଯାଇଥିଲା। ଓଟିକୁ ନିଆଯିବା ପୂର୍ବରୁ ନବ ଦାସ ପିନ୍ଧିଥିବା ଗୁଳି ଭିଜା ସାଟପେଣ୍ଟକୁ ଓହ୍ଲାଇ ଦିଆଯାଇଥିଲା। ପରେ ହସପିଟାଲର ଡ୍ରେସ ପିନ୍ଧାଇ ଓଟିକୁ ନିଅଯାଇଥିଲା। ଯେଉଁ ରକ୍ତ ଭିଜାସାର୍ଟ ଓହ୍ଲା ଯାଇଥିଲା,ତାକୁ ପରେ ହସପିଟାଲ କର୍ତ୍ତୃପକ୍ଷ ପୋଡ଼ି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଏବେ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି ହେଉଛି। ସିବିଆଇ ପ୍ରଥମେ ନବ ଦାସଙ୍କ ରକ୍ତ ଭିଜା ସାର୍ଟକୁ ନେଇ ତଦନ୍ତ  କରିପାରେ। ସେତେବେଳେ ଜଣାପଡ଼ିବ କିଏ ସେ ଷଡ଼ଯନ୍ତ୍ରକାରୀ, ଯାହାର କଥାରେ ହସପିଟାଲ କର୍ତ୍ତୃପକ୍ଷ ନବ ଦାସଙ୍କ ରକ୍ତ ଭିଜା ସାର୍ଟକୁ ପୋଡ଼ିଦେଲେ?

ଅଧିକ ପଢ଼ନ୍ତୁ: କାହା ଗୁଳିରେ ହୋଇଛି ନବ ଦାସଙ୍କ ମୃତ୍ୟୁ ? ରହସ୍ୟ ବଢ଼େଇଲା ଫୋରେନସିକ୍ ରିପୋର୍ଟର ଖୁଲାସା...

Murder Bhubaneswar Naba Das
Advertisment
Advertisment