/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737295147.jpg)
Bengaluru Techie Duped of Rs 11 Crore by Fraudsters
ଦୁନିଆ ଆଗକୁ ବଢିବା ସହ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଟ୍ରିକ୍ ଆପଣାଉଛନ୍ତି ଠକ । ସରକାରଙ୍କ ଦ୍ୱାରା ଯେତେ ସଚେତନ କରାଗଲେ ମଧ୍ୟ ସାଇବର ଠକମାନଙ୍କ ଠାରୁ ବଞ୍ଚି ପାରୁ ନାହାନ୍ତି ଲୋକେ । ଆପଣ ମାନେ ସିନେମାରେ ଦେଖିଥିବେ କେମିତି ଠକ ମାନେ ନିଜକୁ ଇନକମ୍ ଟ୍ୟାକ୍ସ ଅଫିସର ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ନେଇ ଗାଏବ ହୋଇଯାଆନ୍ତି । କିନ୍ତୁ ଏଠି ଠକିବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ଠକ ।
ହଠାତ୍ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିବା ସହ ଗିରଫ ହେବାର ଭୟ ଦେଖାଗଲେ ଆଉ ତାପରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେଲା ଲୁଟ୍ । ବାଙ୍ଗାଲୋରରେ କିଛି ଏମିତି ଘଟଣା ଘଟିଛି। ଯାହା ଆପଣଙ୍କୁ ସିନେମାର କାହାଣୀ ପରି ଲାଗିବ । ବୈଷୟିକ ଅନୁଷ୍ଠାନରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଏଗାର କୋଟିର ଚୂନ ଲଗାଇଛନ୍ତି ସାଇବର ଠକ । ଗିରଫ କରିବାର ଭୟ ଦେଖାଇବା ସହ ଯୋଜନା ପ୍ରସ୍ତୁତ କରି ବିଜୟ କୁମାରଙ୍କ ଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା ।
ଅଧିକ ପଢ଼ନ୍ତୁ: କାହିଁକି ସୈଫ୍କୁ ହେଲା ଆଟାକ୍; ପ୍ରେସମିଟ୍ରେ ଖୁଲାସା କଲା ମୁମ୍ୱାଇ ପୋଲିସ
ପୋଲିସ୍ କହିବା ଅନୁସାରେ ବିଜୟ କୁମାର ସେୟାର ମାର୍କେଟରେ ୫୦ଲକ୍ଷ ଟଙ୍କା ନିବେଶ କରିଥିଲେ । ଯାହା ପରେ ସେହି ଟଙ୍କା ବୃଦ୍ଧି ହୋଇ ୧୨ କୋଟିରେ ପହଞ୍ଚିଥିଲା । ଅଭିଯୁକ୍ତ ମାନେ ଏହା ଜାଣିବା ପରେ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଫିସର ଭାବେ ପରିଚୟ ଦେଇ ବିଜୟଙ୍କୁ ମନି ଲଣ୍ଡରିଂ ଅପରାଧରେ ଗିରଫ କରିବା ପାଇଁ ଧମକ ଦେଇଥିଲେ । ଏହାପରେ ବିଜୟ ଭୟବିତ ହୋଇ ଅଭିଯୁକ୍ତ ମାନେ କହିବା ଅନୁସାରେ ନିଜର ଆଧାର କାର୍ଡ, ପ୍ୟାନ୍ କାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଅଭିଯୁକ୍ତମାନଙ୍କୁ ପ୍ରଦାନ କରିଥିଲେ ।
ଏହାପରେ ଅଭିଯୁକ୍ତମାନେ ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ ସମୟରେ ଅନ୍ୟ ୯ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ନେଇ ଯାଇଥିଲେ । ତେବେ ବିଜୟ ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଚତୁରତାର ସହ ଏହା ସରକାରୀ ପ୍ରକ୍ରିୟା ବୋଲି କହି ବୋକା ବନାଇ ଥିଲେ ସ୍ମାର୍ଟ ଠକ ।
ଅନ୍ୟପଟେ ଠକାମୀର ଶିକାର ହୋଇଥିବା ଯୁବକଙ୍କ ଠାରୁ ଅଭିଯୋଗ ପାଇବା ପରେ ଆକ୍ଟିଭ ମୋଡ୍କୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି ସାଇବର ପୋଲିସ୍ । ଅଭିଯୁକ୍ତମାନଙ୍କ ଠାରୁ ୭.୫ କୋଟି ଜବତ କରିବାକୁ ସଫଳ ହୋଇଛି ପୋଲିସ୍ । ଏହି ଟଙ୍କା ଆହ୍ଲାବାଦର ଏକ ଆକାଉଣ୍ଟରୁ ଜବତ କରାଯାଇଛି । ସାଇବର ପୋଲିସ୍ ଭାରତୀୟ ନ୍ୟାୟ ସଂହିତା ଅଧିନସ୍ଥ IT ଧାରା ଅନୁଯାୟୀ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ନାମ ତରୁଣ ନଟ୍ଟାନି, କରଣ ଏବଂ ଧାୱଲ ଶାହ ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)